ଟିକାକରଣକୁ ଜନ-ଅଭିଯାନ ରୂପ ଦେବ ଓଡ଼ିଶା

ଭୁବନେଶ୍ୱର, ୧।୧୨(ବ୍ୟୁରୋ): କୋଭିଡ୍‌ ଟିକାକୁ ନେଇ ଦିନକୁ ଦିନ ଆଶା ଦୃଢ଼ୀଭୂତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ତେବେ ଏହି ଟିକାକରଣକୁ ଏକ ଜନ-ଅଭିଯାନ ରୂପ ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଓଡ଼ିଶା ଟିକାକରଣର ଅଗ୍ରାଧିକାର ତାଲିକା ଓ ବହୁସ୍ତରୀୟ ସମନ୍ବିତ କାର୍ଯ୍ୟପନ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତ ଅଛି। ଜନସାଧାରଣଙ୍କୁ ଠିକ୍‌ ଓ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କରାଯିବ। ଭାରତ ସରକାରଙ୍କ ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ। ନେତୃସ୍ଥାନୀୟ ବ୍ୟକ୍ତି, ପଞ୍ଚାୟତିରାଜ ପ୍ରତିନିଧି ଓ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଏଥିରେ ସାମିଲ କରି କୋଭିଡ୍‌ ଟିକାକରଣକୁ ଏକ ଜନ-ଅଭିଯାନର ରୂପ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଷ୍ଟିଅରିଂ କମିଟି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇ ଟିକାକରଣ କାର୍ଯ୍ୟପଦ୍ଧତି ନିର୍ଦ୍ଧାରଣ କରାଯାଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଓ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ୍‌ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ୮୩୦୦ ଟିକା ପ୍ରଦାନକାରୀ ଓ ୩୦ ହଜାର ବିତରଣ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। କୋଲ୍ଡଚେନ୍‌, ଫ୍ରିଜର, ଟିକା ସଂରକ୍ଷଣ ସ୍ଥାନ ଆଦିର ତାଲିକା ସରିଛି। ଆବଶ୍ୟକତା ଅନୁସାରେ ଅଧିକ କୁଲର, ଫ୍ରିଜର ଆଦିର ସଂଗ୍ରହ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଟିକାକରଣ ପରେ ସମ୍ଭାବ୍ୟ ଭେଷଜ ପ୍ରତିକ୍ରିୟାର ଉପଯୁକ୍ତ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ମହାପାତ୍ର ସୂଚନା ଦେଇଛନ୍ତି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ରାଜ୍ୟ, ଜିଲା ଓ ବ୍ଲକ୍‌ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବହୁମୁଖୀ-ସମନ୍ବୟ ନିମନ୍ତେ ସାମାଜିକ ଅନୁଷ୍ଠାନ, ଏନ୍‌ସିସି ୟୁନିଟ୍‌ଙ୍କ ସହ ଯୋଗାଯୋଗ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟ ଅଗ୍ରାଧିକାର ଗ୍ରୁପ୍‌ର ତାଲିକା ଭାରତ ସରକାରଙ୍କ କୋ-ଉଇନ୍‌ ୱେବ୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ପ୍ରାୟ ୩.୨ ଲକ୍ଷ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ଅନୁଷ୍ଠାନର ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ଆଗଧାଡ଼ି କର୍ମକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡା. ସି.ବି.କେ. ମହାନ୍ତିଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସରେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, କୋଭିଡ୍‌ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ନୀତି ଆୟୋଗର ସାବାସି ପାଇବା ପରେ ବର୍ତ୍ତମାନ ଓଡ଼ିଶା ଜାତୀୟ ସ୍ତରରେ କୋଭିଡ୍‌ ଟିକାକରଣ ପ୍ରସ୍ତୁତିରେ ଏକ ପ୍ରଶଂସନୀୟ ସ୍ଥିତି ହାସଲ କରିଛି। ଜାତୀୟ ଟିକାକରଣ ଗାଇଡ୍‌ଲାଇନ୍‌ର ସମସ୍ତ ପରିମାପକରେ ଓଡ଼ିଶା ଆଗୁଆ ରହିଥିବା ସୋମବାର କ୍ୟାବିନେଟ୍‌ ସଚିବ ରାଜୀବ ଗୋଉବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ...

ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩ା୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ...

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ଏଥର ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା ହେବ। ଅନଲାଇନ୍‌ରେ ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ଏହି...

ଦୁର୍ଘଟଣାରେ ଜୀବନ ଯିବାପରେ ଚେତିଲା ପୋଲିସ: ରାଜଧାନୀ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଡେଥ୍‌ ଜୋନ୍‌। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ବହୁ ଜୀବନ ଯାଉଛି। ତେବେ...

୨୬ ବର୍ଷ ପରେ ସ୍ତ୍ରୀ ହତ୍ୟାକାରୀ ନିର୍ଦ୍ଦୋଷ

ଦେବଗଡ଼,୮।୧(ଡି.ଏନ.ଏ.): ଏକ ହତ୍ୟା ମାମଲାର ଦୀର୍ଘ ୨୬ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାର ବିଚାର କରି ଦେବଗଡ଼ ଅତିରିକ୍ତ ଜିଲା ଓ...

୫୦ କୋଟି ଟିକାକରଣ: ଐତିହାସିକ ସଫଳତା

ଭୁବନେଶ୍ୱର,୧୩।୮( ଧରିତ୍ରୀ): ୨୦୨୧ ଅଗଷ୍ଟ ୭ ତାରିଖ ସୁଦ୍ଧା ଭାରତର ୫୦ କୋଟି ନାଗରିକଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। କରୋନା ଭଳି ମାରାତ୍ମକ ଭାଇରସ୍‌କୁ...

ଆହୁରି ବର୍ଷିବ ୪ଦିନ

ଭୁବନେଶ୍ୱର, ୭।୮(ବ୍ୟୁରୋ)-ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା...

ସ୍ମୃତିରେ ମନୋଜ…

ମଣିଷ ଯଦି ପ୍ରକୃତିର ଆଭିମୁଖ୍ୟ କ’ଣ ତାହା ବୁଝିବା ଦିଗରେ ସାମାନ୍ୟ ପ୍ରୟାସ କରନ୍ତା, ତେବେ ବିଶ୍ୱ-ସମାଜର ଗତିଧାରା ବଦଳିଯାଆନ୍ତା। ଅସଂଖ୍ୟ ପଥରେ ପ୍ରକୃତି ନିରନ୍ତର...

Advertisement
Archives

Model This Week