ଗତବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ ୮୫ % ବଢ଼ିଛି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ରାଜ୍ୟର ୧୧ ଜିଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ କରାଯାଇଛି। ଗତବର୍ଷ ଏହି ସମୟରେ ଯେତିକି ଖରିଫ ଧାନ ସଂଗ୍ରହ ହୋଇଥିଲା ତା’ଠାରୁ ଏଥର ୮୫ ପ୍ରତିଶତ ଅଧିକ ହୋଇଥିବା ଜଣାପଡ଼ିଛି। ଗତବର୍ଷ ଏହି ସମୟ ସୁଦ୍ଧା ୧ ଲକ୍ଷ ୨୯ ହଜାର ୫୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଥିଲା। ଚଳିତ ଥର ବରଗଡ଼ରେ ସର୍ବାଧିକ ୧,୪୨,୧୨୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ଜିଲାରେ ୬୯,୩୮୦ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ଏହି ସମୟ ସୁଦ୍ଧା ୧୦୫ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ସେହିପରି କଳାହାଣ୍ଡିରେ ଗତବର୍ଷ ୧୩,୧୨୭ ଟନ ଧାନ ସଂଗ୍ରହ ହୋଇଥିଲା ବେଳେ ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ୨୮,୮୧୩ ଟନ୍‌ ଧାନ ସଂଗ୍ରହ ହୋଇଛି, ଯାହା ଗତବର୍ଷ ତୁଳନାରେ ୧୧୯ ପ୍ରତିଶତ ଅଧିକ। ସେହିପରି ନୂଆପଡ଼ା ଜିଲାରେ ଗତବର୍ଷ ତୁଳନାରେ ୧୫୪ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ଗତବର୍ଷ ୩୭୩୯ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ୯୫୦୫ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି। ସମ୍ବଲପୁରରେ ଗତବର୍ଷ ଚଳିତ ମାସ ସୁଦ୍ଧା ୧୭,୫୦୧ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ଧାନ ସଂଗ୍ରହରେ ୧୦୧ ପ୍ରତିଶତ ବୃଦ୍ଧି ପାଇ ୩୫,୧୦୩ ଟନ୍‌ରେ ପହଞ୍ଚତ୍ଛି। ଏହାସହ ସୁବର୍ଣ୍ଣପୁରରେ ୯୬୨୮ ମେଟ୍ରିକ୍‌ ଟନ୍‌, ବଲାଙ୍ଗୀରରେ ୭୭୧୯ ମେଟ୍ରିକ୍‌ ଟନ୍‌, କୋରାପୁଟରେ ୩୭୩୦ ମେଟ୍ରିକ୍‌ ଟନ୍‌ ଏବଂ ସୁନ୍ଦରଗଡ଼ରେ ୧୧୬୫ ଟନ ଧାନ ସଂଗ୍ରହ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ ଜିଲାର ୩୫୭୮୯ ଚାଷୀ ସେମାନଙ୍କ ଧାନ ବିକ୍ରି କରିଛନ୍ତି। ନାମ ପଞ୍ଜୀକୃତ ହୋଇଥିବା ଚାଷୀଙ୍କଠାରୁ ପି-ପାସ୍‌ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଏହି ଖରିଫ ଧାନ ସଂଗ୍ରହ କରାଯାଉଛି। ଧାନ ସଂଗ୍ରହ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବେ ତ୍ବରାନ୍ବିତ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri