ଶ୍ରୀଲଙ୍କା ଉପକୂଳ ମୁହାଁଇଛି ବାତ୍ୟା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତ(ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଅବପାତ ଶ୍ରୀଲଙ୍କାର ତ୍ରିଙ୍କୋମାଳି ଠାରୁ ୭୦୦ କି.ମି. ଏବଂ ପୂର୍ବ-ଦକ୍ଷିଣ-ପୂର୍ବ କନ୍ୟାକୁମାରୀଠାରୁ ୧୧୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବ। ଫଳରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ।
ଡିସେମ୍ବର ୩ ତାରିଖ ଯାଏ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଶୀତର ପରିମାଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟର ୧୦ଟା ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସୋନପୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗିବାଡିରେ ୯.୫, ଅନୁଗୋଳରେ ୧୦.୬, ବାରିପଦାରେ ୧୨.୪, ଝାରସୁଗୁଡାରେ ୧୩.୨, କେନ୍ଦୁଝରରେ ୧୨, ବଲାଙ୍ଗୀରରେ ୧୪, ଭବାନୀପାଟଣାରେ ୧୨.୮, କୋରାପୁଟରେ ୧୩, ଫୁଲବାଣୀରେ ୧୧.୩, ଏବଂ କଟକରେ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ନିର୍ଯାତନାର ଶିକାର ନର୍ସଙ୍କ ଜୀବନଗଲା, ସାଧାରଣରେ ଉତ୍ତେଜନା

ପାରାଦୀପ,୧୩ା୩(ସ୍ବ.ପ୍ର.): ପାରାଦୀପ ପୋର୍ଟ ହସ୍ପିଟାଲରେ ଗତବର୍ଷ ଅଗଷ୍ଟ ୯ରୁ ଘଟିଥିବା ଅସଦାଚରଣ ଘଟଣାର ଦୁଃଖଦ ଖବର ମିଳିଛି। ନିର୍ଯାତନାର ଶିକାର ନର୍ସଙ୍କ ମଧ୍ୟରୁ ରବିବାର ପ୍ରତ୍ୟୁଷରୁ...

ଡେଙ୍ଗୁ ପରେ ଘାରିଲାଣି ଝାଡ଼ାବାନ୍ତି ଚିନ୍ତା

ଭୁବନେଶ୍ୱର,(ଅଭିଜିତ ଦାସ)/ପଟ୍ଟାଙ୍ଗି, ୫।୭(ଶରତ ଧଳ): ବର୍ଷା ଋତୁ ଆରମ୍ଭରୁ ରାଜ୍ୟରେ ଜଳବାହିତ ରୋଗ ବ୍ୟାପିଲାଣି। ଡେଙ୍ଗୁ ପରେ ଏବେ ଝାଡାବାନ୍ତି, କାମଳ(ହେପାଟାଇଟିସ୍‌-ଏ ଓ ଇ) ରୋଗରେ...

୫ ମହାନଗର ନିଗମ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଞ୍ଚଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ। ‘ନଗର ବନ’ଯୋଜନାରେ...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି...

ରେବେସା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୦।୧: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ଉତ୍ତର...

ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ...

ରଥ ଉପରେ ସୁନାବେଶ ବଡ଼ତଢାଉ ସେବକଙ୍କ ଅନୁରୋଧରେ ହେଉଛି

ପୁରୀ ଅଫିସ, ୧୩।୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଭଳି ରାଜକୀୟ ଲୀଳା ମଧ୍ୟ ଅନୁଷ୍ଠିତ ହେଉଛି। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର...

ସରକାରୀ ଅଧିକାରୀଙ୍କୁ ଏଜିଙ୍କ ପରାମର୍ଶ: କୋର୍ଟକୁ ଉପଯୁକ୍ତ ପୋଷାକ ପିନ୍ଧି ଆସ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାବେଳେ ସରକାରୀ ବାବୁମାନେ ପୋଷାକ ପ୍ରତି ଧ୍ୟାନ ଦେଉନାହାନ୍ତି। ଭଦ୍ରବ୍ୟକ୍ତି ଭାବେ ପୋଷାକ ପିନ୍ଧି ଆସୁ ନ ଥିବାରୁ...

Advertisement
Archives

Model This Week