କୋଣାର୍କ ଉତ୍ସବ: ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର,(ବ୍ୟୁରୋ)/କୋଣାର୍କ,୧।୧୨(ଡି.ଏନ୍‌.ଏ.) : କୋଭିଡ୍‌ କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ କୋଣାର୍କ ଉତ୍ସବ। ଏଥିପାଇଁ ସୂର୍ଯ୍ୟମନ୍ଦିର ପାଦଦେଶ ଉତ୍ସବମୁଖର ହୋଇଉଠିଥିବାବେଳେ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଚଳିତବର୍ଷ ୫ଟି ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିବ। ଓଡିଶୀ ସହ ଭାରତନାଟ୍ୟମ୍‌, ମଣିପୁରୀ, କୁଚିପୁଡ଼ି ଏବଂ କଥକ ନୃତ୍ୟ ମୁଖ୍ୟ ଆକର୍ଷଣ ରହିବ। ଏଥିସହ କୋଣାର୍କର ସ୍ବର୍ଣ୍ଣାଭ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଏନେଇ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। ଏହାପୂର୍ବରୁ ପର୍ଯ୍ୟଟନ ସଚିବଙ୍କ ସହ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଥିଲେ। ଜନଗହଳିକୁ ଦୃଷ୍ଟିରେ ରଖି ମାସ୍କ ଓ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୁକ୍ତାକାଶ ରଙ୍ଗମଞ୍ଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବାବେଳେ ରଙ୍ଗମଞ୍ଚ ଗ୍ୟାଲେରିରେ ୬ଫୁଟ ବ୍ୟବଧାନରେ ଦର୍ଶକ ବସିବାର ବ୍ୟବସ୍ଥା ହୋଇଛି। ପ୍ରବେଶ ପଥରେ ବିନା ମାସ୍କରେ କାହାରିକୁ ଛଡ଼ାଯିବ ନାହଁି। ତେବେ ଅଧିକ ଦର୍ଶକ ଯେପରି କୋଣାର୍କ ନୃତ୍ୟ ମହୋତ୍ସବକୁ ଉପଭୋଗ କରିପାରିବେ ସେଥିଲାଗି ଚନ୍ଦ୍ରଭାଗା ବିଚ୍‌ ଏବଂ ପୁରୀ ନୀଳାଦ୍ରି ଓ ଗୋଲ୍ଡେନ୍‌ ବିଚ୍‌ରେ ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇ ଦର୍ଶକମାନେ ଦେଖିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।
ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର କଳାକାରଙ୍କ ଦ୍ୱାରା ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଦେବୀ ନୃତ୍ୟାଳୟ ପକ୍ଷରୁ ଶିଲା ଉନ୍ନିକ୍ରିଷ୍ଣନ୍‌ ଏବଂ ଦଳ ଭାରତନାଟ୍ୟମ୍‌ ପରିବେଷଣ କରିବେ। ସେହିଭଳି ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ନର୍ତ୍ତଣାଳୟ ପକ୍ଷରୁ ବିବାବତୀ ଦେବୀ ଓ ତାଙ୍କ ଦଳ ଦ୍ୱାରା ମଣିପୁରୀ ନୃତ୍ୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସଞ୍ଜଳି ଏନ୍‌ଜେମ୍ବଲ୍‌ ପକ୍ଷରୁ ଶର୍ମିଲା ମୁଖାର୍ଜୀ ଓ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ୩ୟ ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ‘ନୃତ୍ୟାନ୍ତର’ର ମଧୁଲିତା ମହାପାତ୍ର ଓ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ଏବଂ ଚେନ୍ନାଇସ୍ଥିତ କଳାସମର୍ପଣ ଫାଉଣ୍ଡେଶନର ବସନ୍ତଲକ୍ଷ୍ମୀ ନର୍ସିହ୍ମାଚାରୀ ଓ ଦଳ କୁଚିପୁଡ଼ି ନୃତ୍ୟ, ୪ର୍ଥ ସନ୍ଧ୍ୟାରେ ‘ରନନ୍‌’ ପକ୍ଷରୁ ବିକ୍ରମ ଅୟଙ୍ଗାର ଓ ତାଙ୍କ ଦଳ କଥକ ନୃତ୍ୟ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ପକ୍ଷରୁ ବିଚିତ୍ରାନନ୍ଦ ସ୍ବାଇଁ ଏବଂ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଅନ୍ତିମ ସନ୍ଧ୍ୟାରେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରମାନେ ଓଡ଼ିଶୀ ନୃତ୍ୟ ଏବଂ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେଶନର ଅଦିତି ମଙ୍ଗଲଦାସ ଓ ତାଙ୍କ ଦଳ କଥକ ନୃତ୍ୟ ପରିବେଷଣ କରିବେ।
ସୂଚନାଯୋଗ୍ୟ, ସଚିବଙ୍କ ଗସ୍ତ ସମୟରେ ନିମାପଡ଼ା ଏସ୍‌ଡିପିଓ ପ୍ରଦୀପ ଦଳାଇ,ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଆର୍‌ଟିଓ ଅଧୀନରେ ଖୋଲିବ ୫୪ କ୍ୟାମ୍ପ ଅଫିସ୍‌

ଭୁବନେଶ୍ୱର, ୬।୯(ସୁନିତ୍‌ ମିଶ୍ର): : ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟାଳୟରେ ଆର୍‌ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ଥିଲେ ମଧ୍ୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଆଉ...

୧୯ରେ ଆଉ ଏକ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୬(ବ୍ୟୁରୋ)- ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ...

ଖଡ଼ଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା

ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଖଡ଼ଗ ନଦୀରେ ନିର୍ମାଣ ହେବ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ...

ରାଜଧାନୀରେ ସୁପାରିକିଲର

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବାବେଳେ ଅନ୍ୟ ଜଣେ ଧରାପଡିଛନ୍ତି। ଶୁକ୍ରବାର...

ଅଲିଭ୍‌ ରିଡ୍‌ଲେ ପ୍ରଜନନ: ୧ରୁ କଟକଣା

ଭୁବନେଶ୍ୱର, ୨୭ ।୧୦(ବ୍ୟୁରୋ): ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ପ୍ରଜନନ ଋତୁରେ ଏମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି। ନଭେମ୍ବର ୧ରୁ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଗୋଲାମୁଣ୍ଡା,୨୧ା୦୬: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...

ମାର୍ଚ୍ଚ ୧୧ରେ ଭାରତ ସ୍ବାଧିନତାର ଆଦ୍ୟ ଦୁନ୍ଦୁଭି ସ୍ମାରକୀ ଯାତ୍ରା

ପୁରୀ ଅଫିସ,୧୧।୨: ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀର ଆଦ୍ୟ ଦୁନ୍ଦୁଭି ଦ୍ବିତୀୟ ସ୍ମାରକୀ ଯାତ୍ରା ପ୍ରସ୍ତୁତି ବୈଠକ ମଙ୍ଗଳବାର...

ରାଜ୍ୟରୁ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ

ଭୁବନେଶ୍ୱର,୧୪।୫(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ...

Advertisement
Archives

Model This Week