କୋଣାର୍କ ଉତ୍ସବ: ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର,(ବ୍ୟୁରୋ)/କୋଣାର୍କ,୧।୧୨(ଡି.ଏନ୍‌.ଏ.) : କୋଭିଡ୍‌ କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ କୋଣାର୍କ ଉତ୍ସବ। ଏଥିପାଇଁ ସୂର୍ଯ୍ୟମନ୍ଦିର ପାଦଦେଶ ଉତ୍ସବମୁଖର ହୋଇଉଠିଥିବାବେଳେ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଚଳିତବର୍ଷ ୫ଟି ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିବ। ଓଡିଶୀ ସହ ଭାରତନାଟ୍ୟମ୍‌, ମଣିପୁରୀ, କୁଚିପୁଡ଼ି ଏବଂ କଥକ ନୃତ୍ୟ ମୁଖ୍ୟ ଆକର୍ଷଣ ରହିବ। ଏଥିସହ କୋଣାର୍କର ସ୍ବର୍ଣ୍ଣାଭ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଏନେଇ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। ଏହାପୂର୍ବରୁ ପର୍ଯ୍ୟଟନ ସଚିବଙ୍କ ସହ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଥିଲେ। ଜନଗହଳିକୁ ଦୃଷ୍ଟିରେ ରଖି ମାସ୍କ ଓ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୁକ୍ତାକାଶ ରଙ୍ଗମଞ୍ଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବାବେଳେ ରଙ୍ଗମଞ୍ଚ ଗ୍ୟାଲେରିରେ ୬ଫୁଟ ବ୍ୟବଧାନରେ ଦର୍ଶକ ବସିବାର ବ୍ୟବସ୍ଥା ହୋଇଛି। ପ୍ରବେଶ ପଥରେ ବିନା ମାସ୍କରେ କାହାରିକୁ ଛଡ଼ାଯିବ ନାହଁି। ତେବେ ଅଧିକ ଦର୍ଶକ ଯେପରି କୋଣାର୍କ ନୃତ୍ୟ ମହୋତ୍ସବକୁ ଉପଭୋଗ କରିପାରିବେ ସେଥିଲାଗି ଚନ୍ଦ୍ରଭାଗା ବିଚ୍‌ ଏବଂ ପୁରୀ ନୀଳାଦ୍ରି ଓ ଗୋଲ୍ଡେନ୍‌ ବିଚ୍‌ରେ ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇ ଦର୍ଶକମାନେ ଦେଖିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।
ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର କଳାକାରଙ୍କ ଦ୍ୱାରା ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଦେବୀ ନୃତ୍ୟାଳୟ ପକ୍ଷରୁ ଶିଲା ଉନ୍ନିକ୍ରିଷ୍ଣନ୍‌ ଏବଂ ଦଳ ଭାରତନାଟ୍ୟମ୍‌ ପରିବେଷଣ କରିବେ। ସେହିଭଳି ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ନର୍ତ୍ତଣାଳୟ ପକ୍ଷରୁ ବିବାବତୀ ଦେବୀ ଓ ତାଙ୍କ ଦଳ ଦ୍ୱାରା ମଣିପୁରୀ ନୃତ୍ୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସଞ୍ଜଳି ଏନ୍‌ଜେମ୍ବଲ୍‌ ପକ୍ଷରୁ ଶର୍ମିଲା ମୁଖାର୍ଜୀ ଓ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ୩ୟ ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ‘ନୃତ୍ୟାନ୍ତର’ର ମଧୁଲିତା ମହାପାତ୍ର ଓ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ଏବଂ ଚେନ୍ନାଇସ୍ଥିତ କଳାସମର୍ପଣ ଫାଉଣ୍ଡେଶନର ବସନ୍ତଲକ୍ଷ୍ମୀ ନର୍ସିହ୍ମାଚାରୀ ଓ ଦଳ କୁଚିପୁଡ଼ି ନୃତ୍ୟ, ୪ର୍ଥ ସନ୍ଧ୍ୟାରେ ‘ରନନ୍‌’ ପକ୍ଷରୁ ବିକ୍ରମ ଅୟଙ୍ଗାର ଓ ତାଙ୍କ ଦଳ କଥକ ନୃତ୍ୟ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ପକ୍ଷରୁ ବିଚିତ୍ରାନନ୍ଦ ସ୍ବାଇଁ ଏବଂ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଅନ୍ତିମ ସନ୍ଧ୍ୟାରେ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରମାନେ ଓଡ଼ିଶୀ ନୃତ୍ୟ ଏବଂ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେଶନର ଅଦିତି ମଙ୍ଗଲଦାସ ଓ ତାଙ୍କ ଦଳ କଥକ ନୃତ୍ୟ ପରିବେଷଣ କରିବେ।
ସୂଚନାଯୋଗ୍ୟ, ସଚିବଙ୍କ ଗସ୍ତ ସମୟରେ ନିମାପଡ଼ା ଏସ୍‌ଡିପିଓ ପ୍ରଦୀପ ଦଳାଇ,ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?