‘ସଚେତନତା ହିଁ ଚିକିତ୍ସା’

କଟକ ଅଫିସ, ୧।୧୨: ଏଡ୍‌ସ ଏକ ଭୂତାଣୁଜନିତ ରୋଗ। ଏଚ୍‌ଆଇଭି ଭାଇରସ୍‌ ଏହି ରୋଗ ସଂକ୍ରମଣର କାରଣ। ରାଜ୍ୟରେ ଅକ୍ଟୋବର ୨୦ ସୁଦ୍ଧା ପ୍ରାୟ ୫୨ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା ସେଥିମଧ୍ୟରୁ ଗଞ୍ଜାମରେ ସର୍ବାଧିକ ଓ ପରେ ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, କୋରାପୁଟ ଓ ଖୋର୍ଦ୍ଧା ଜିଲାରେ ଅଧିକ ସଂଖ୍ୟାରେ ସଂକ୍ରମିତ ଅଛନ୍ତି। ଏହି ରୋଗର ସଚେତନତା ବଢିଥିବାରୁ କ୍ରମଶଃ ରାଜ୍ୟରେ ପ୍ରତିବର୍ଷ ସଂକ୍ରମିତଙ୍କ ସଂଖ୍ୟା କମିଛି ା ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଏ ା ଚଳିତବର୍ଷର ଥିମ୍‌ ରହିଛି ‘ବିଶ୍ୱ ଏକତା ଏବଂ ସହଭାଗୀ ଦାୟିତ୍ୱ’ ା ଏହି ପରିପ୍ରେକ୍ଷୀରେ ରାଜ୍ୟର ୩୦ ଜିଲାରୁ ଏକା ସାଙ୍ଗରେ ସଚେତନତା ରଥ ବାହାରିବ। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ବାଲୁକା କଳା, ଲୋକନୃତ୍ୟ, ବସ୍‌ରେ ଷ୍ଟିକରିଂ, ଜନଗହଳି ସ୍ଥାନରେ ହୋର୍ଡିଂ ଆଦି ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏଡ୍‌ସ ପାଇଁ ଚିକିତ୍ସା କିମ୍ବା ଟିକା ନାହିଁ ା କେବଳ ସଚେତନତା ହିଁ ଚିକିତ୍ସା ବୋଲି ଏସ୍‌ସିବି ମେଡିକାଲ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ମେଡିକାଲ କଲେଜ ଓ ଜିଲା ଚିକିତ୍ସାଳୟଗୁଡିକରେ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ସେଣ୍ଟର ଖୋଲାଯାଇଛି। ଏହିସବୁ କେନ୍ଦ୍ରରେ ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ କରାଯିବା ସହ ରୋଗର ସଫଳ ପରିଚାଳନା କରାଯାଇପାରୁଛି ା ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ରାଜ୍ୟରେ ସଂକ୍ରମିତ ଓ ଏଡ୍‌ସଜନିତ ମୃତ୍ୟୁସଂଖ୍ୟାକୁ ଶୂନ କରିବା। ଏହି ଉଦ୍ଦେଶ୍ୟ ସଫଳ କରିବାକୁ ହେଲେ ୪ଟି ବିଷୟ (ବିଶୋଧନ ହୋଇ ନ ଥିବା ଛୁଞ୍ଚତ୍ କିମ୍ବା ସିରିଞ୍ଜ ବ୍ୟବହାର ନ କରିବା, ଅସୁରକ୍ଷିତ ଯୌନ ସମ୍ପର୍କ ନ ରଖିବା, ବିଶୋଧନ ହୋଇ ନ ଥିବା ରକ୍ତ ଗ୍ରହଣ ନ କରିବା ଓ ସଂକ୍ରମିତ ମା’ଠାରୁ ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ବ୍ୟାପିବାକୁ ନ ଦେବା) ପ୍ରତି ସଞ୍ଜମତା ରକ୍ଷା କରାଯିବା ଆବଶ୍ୟକ ବୋଲି ପ୍ରଫେସର ପଣ୍ଡା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସହରରେ ଆଜି ଲାଗୁ ହେବନି ଶଟ୍‌ଡାଉନ୍‌

ପୁରୀ ଅଫିସ, ୬।୬: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା...

ହସ୍ପିଟାଲ ଆଡମିଶନ୍‌ ନ କଲେ ୧୦୦କୁ କୁହ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡ୍‌ମିଶନ୍‌ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ। ଯଦି କୌଣସି ହସ୍ପିଟାଲ ଆଡମିଶନ ନ କରେ ତେବେ...

କରୋନା ଯୁଦ୍ଧରେ ହାରିଗଲେ ସବ୍‌ଇନ୍ସପେକ୍ଟର

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବଡମାଲ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରାଜକିଶୋର ସାମଦ(୪୨) ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତ ଅଗଷ୍ଟ ୧୭ରୁ ସେ ଜିଲା...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

ବେଆଇନ ପାର୍କିଂରୁ ବଢୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୬ା୮: ଶିଳ୍ପବହୁଳ ଅନୁଗୋଳରେ ଜନସଂଖ୍ୟା ସହ ବଢ଼ିଚାଲିଛି ଯାନବାହନ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାର ପ୍ରଶସ୍ତୀକରଣ କରାଯାଉଛି।...

ପ୍ରତି ପଞ୍ଚାୟତରେ ହେବ କୋଭିଡ୍‌ କେୟାର ହୋମ୍‌

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା (କୋଭିଡ୍‌‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ନିଜର ରଣନୀତିରେ ପରିବର୍ତ୍ତନ କରିଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତ୍ୟେକ ପଞ୍ଚାୟତରେ କୋଭିଡ୍‌‌ କେୟାର...

ଚନ୍ଦ୍ରମଣି ଲେଙ୍କା ପାଇବେ ‘ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ’

ଭୁବନେଶ୍ୱର,୭।୨(ବ୍ୟୁରୋ): ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶୀ ସଙ୍ଗୀତ ଏବଂ ଲଘୁସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ...

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌...

Advertisement


Archives

Model This Week

Why Dharitri