ଟାର୍ଗେଟରେ ପ୍ରଦୀପ, ପାଠକ

ବ୍ରହ୍ମପୁର ଅଫିସ,୧।୧୨: ଏବେ କ୍ରାଇମ୍‌ବ୍ରାଞ୍ଚର ଟାର୍ଗେଟରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ। ଉଭୟ ବାପପୁଅ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଠକେଇ ଅଭିଯୋଗରେ ଜେଲରେ ଅଛନ୍ତି। ଏହାର ତଦନ୍ତ ପାଇଁ ସୋମବାର ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚର ୨ଜଣିଆ ଟିମ୍‌ ପହଞ୍ଚିଛନ୍ତି। ଆକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍‌ ପୁଣେର ଏମ୍‌ଡି ବୋଲି ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳର ବହୁ ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏଥିରେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ସମ୍ପର୍କରେ ଖୋଳତାଡ଼ କରାଯାଉଛି। କାରଣ ବିଧାୟକ ପାଣିଗ୍ରାହୀଙ୍କ ଝିଅଙ୍କୁ ଆକାଶ ଆସନ୍ତା ୧୧ ତାରିଖରେ ବିବାହ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।
କ୍ରାଇମ୍‌ବ୍ରାଞ୍ଚର ୨ଜଣିଆ ଟିମ୍‌ ସୋମବାର ବ୍ରହ୍ମପୁରରେ ତଦନ୍ତ ଆରମ୍ଭ କରି ଥିବା ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଡିଆଇଜି ସତ୍ୟବ୍ରତ ଭୋଇ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ଟିମ୍‌ରେ ଜଣେ ଇନ୍ସପେକ୍ଟର ରହିଥିବା ଜଣାପଡ଼ିଛି। ଡିଆଇଜିଙ୍କ ଅଫିସ୍‌ରେ କେତେଜଣ ଅଧିକାରୀଙ୍କୁ ନେଇ ଗୋପନ ବୈଠକ କରାଯାଇଥିଲା। ଟାଟା ମୋଟର୍ସ ନଁାରେ ଚାକିରି ଦେବା ଘଟଣାର ବିଭିନ୍ନ ଦିଗକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଛି। ଏ ସଂକ୍ରାନ୍ତୀୟ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଥିବା ଜାଣିବାକୁ ମିଳିଛି। ଅଫିସର-ନେତା-ମାଫିଆ ମିଳିମିଶି କେମିତି ଠକେଇର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, ତାହାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ ବାଦପୁର ପଞ୍ଚାୟତର ୬୮ ଯୁବତୀଯୁବକ ଠକେଇର ଶିକାର ହୋଇଥିବା ଭିଜିଲାନ୍ସକୁ ପ୍ରମାଣ ମିଳିଛି। ବ୍ରହ୍ମପୁରରେ କୌଣସି ବ୍ୟାଙ୍କରେ ଅଭୟକାନ୍ତଙ୍କ ଟଙ୍କା ଜମା ଅଛି କି ନାହିଁ ସେ ନେଇ ମଧ୍ୟ ଟିମ୍‌ ଖୋଳତାଡ଼ କରିଛି। ସେହିପରି ବିଧାୟକ ପାଣିଗ୍ରାହୀଙ୍କ ୨ଜଣ ସହଯୋଗୀଙ୍କୁ ଡାକି କ୍ରାଇମବ୍ରାଞ୍ଚ ଜେରା କରିଛି। ପୋଲିସ ସେମାନଙ୍କୁ ତଦନ୍ତରେ ସହଯୋଗ କରିବ ବୋଲି ଡିଆଇଜି ଭୋଇ କହିଛନ୍ତି। ଅନ୍ୟପଟେ ଏନେଇ ଭାଜପା ପକ୍ଷରୁ ରବିବାର ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ସ୍ମାରକପତ୍ର ଦିଆଯାଇଥିବା ବେଳେ ସୋମବାର କଂଗ୍ରେସ ପକ୍ଷରୁ ଗୋପାଳପୁର ଥାନାରେ ମଧ୍ୟ ଏକ ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri