ରାଜ୍ୟ

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ। କରୋନାରେ ଆକ୍ରାନ୍ତ ଥିବା ମନ୍ତ୍ରୀ ଭିଡିଓ କନଫରେନ୍ସରେ ସାମିଲ ହେବେ…

ବନ୍ଦ ହେଲା ଟିଏମ୍‌ସି, ସିସିଏଚ୍‌:କୋଭିଡ୍‌ ରୋଗୀଙ୍କ ପାଇଁ ୫୦% ଶଯ୍ୟା, ୮୦% ଆଇସିୟୁ ସଂରକ୍ଷିତ ରଖିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍‌ କେୟାର ସେଣ୍ଟର(ସିସିସି), ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) ଓ କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)ର ବ୍ୟବସ୍ଥା କରିଥିଲେ। କିନ୍ତୁ ଏବେ ଟିଏମ୍‌ସି ଓ ସିସିଏଚ୍‌ଗୁଡ଼ିକ ଖାଲି…

କୁମ୍ଭୀର ଉଦ୍ଧାର ଘଟଣା: ଡେପୁଟି ରେଞ୍ଜରଙ୍କ ସମେତ ୩ ନିଲମ୍ବିତ

ଦିଗପହଣ୍ଡି,୧୪ା୯(ଡି.ଏନ.ଏ)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗ୍ରାମ ଚାଷଜମିରୁ ଶନିବାର ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡିଓର (ଏସ୍‌ଓପି) ପାଳନ କରାଯାଇ ନ ଥିବା ଅଭିଯୋଗରେ ଦିଗପହଣ୍ଡିର ଭାରପ୍ରାପ୍ତ ଡେପୁଟି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୮୨ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୪୪, ବରଗଡରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ୱରରୁ ୧୫୬, ଢେଙ୍କାନାଳରୁ ୧୪୬,…

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର,୧୪।୯(ବ୍ୟୁରୋ)-କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍‌ କେୟାର ସେଣ୍ଟର(ସିସିସି), ଟେମ୍ପରାରି ମେଡିକାଲ ସେଣ୍ଟର (ଟିଏମ୍‌ସି) ଓ କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)ର ବ୍ୟବସ୍ଥା କରିଥିଲେ। କିନ୍ତୁ ଏବେ ଟିଏମ୍‌ସି ଓ ସିସିଏଚ୍‌ଗୁଡ଼ିକ ଖାଲି ପଡୁଛି।…

୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ ଅକ୍ଟୋବର ୪ ରବିବାର ଛୁଟି ଦିବସ ପଡୁଥିଲେ ମଧ୍ୟ ବିଧାନସଭା…

ରାଜଧାନୀରୁ ଆଜି ୩୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ବିଧାୟକ ସୁଧୀର ସାମଲଙ୍କୁ କରୋନା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଢେଙ୍କାନାଳ ବିଧାୟକ ସୁଧୀର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ଏ ନେଇ ସେ ନିଜେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟୁଇଟ୍‌ରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍‌ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜି…

ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ

ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ ସରକାରୀ…

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସତ୍ୟନଗର ଶ୍ମଶାନରେ ବର୍ଷାୟାନ ଅଭିନେତା ଅଜିତ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ତାଙ୍କ ବଡ଼ ଝିଅ ମୁଖାଗ୍ନି ଦେଇଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ…

ମାସ୍କ, ପିପିଇ କିଣା ଦୁର୍ନୀତି ପ୍ରସଙ୍ଗ: ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ୍‌ ହେମନ୍ତ ଶର୍ମା, ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): କରୋନା ମହାମାରୀ ସମୟରେ ମାସ୍କ ଓ ପିପିଇ କିଣା ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗର ପକ୍ଷ ରଖିବାକୁ ସୋମବାର ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ୍‌ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ।…

ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ତ୍ରୀ ସଙ୍ଗୀତା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ଆକ୍ରାନ୍ତ ହୋଇଥିବା ମନ୍ତ୍ରୀ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ସୁସ୍ଥ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri