ଝରାଫୁଲଙ୍କ ମୃତ୍ୟୁ ମିଷ୍ଟ୍ରୀ: ବିରିୟାନି ଦୋକାନରେ କରିଥିଲେ ବାନ୍ତି, ଗେଷ୍ଟ ହାଉସ୍‌ର ରୁମ୍‌ ନଂ.୨୦୧ ସିଲ୍‌

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ ରସୁଲପୁର(ଡି.ଏନ.ଏ.),୩୧ା୧: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟଘେରରେ ରହିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିିଛି। ଯାଜପୁର ଜିଲା ପୋଲିସ ଟିମ୍‌ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଚ୍ୟାଲେଞ୍ଜ ହୋଇଛି। ଏଭଳିସ୍ଥଳେ ଶନିବାର ଆଉ ଏକ ସିସିଟିଭି ଫୁଟେଜ୍‌ ମିଳିଛି। ଏଥିରେ ଝରାଫୁଲ ୨୬ ତାରିଖ ମଧ୍ୟାହ୍ନ ୧୨ଟା ୨୦ରେ ପ୍ରେମିକ ରାକେଶ ସ୍ବାଇଁଙ୍କ ସହ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ଅଞ୍ଚଳରେ ଥିବା ଏକ ବିରିୟାନି ଦୋକାନ ‘ବ୍ରଦର୍ସ ହୋଟେଲ ଆଣ୍ଡ ଫାଷ୍ଟଫୁଡ୍‌’କୁ ଯାଇଥିବାର ଦୃଶ୍ୟ ରହିଛି। ରାକେଶ ବିରିୟାନି ଅର୍ଡର ଦେଇଥିବାବେଳେ ଝରାଫୁଲ ଅସୁସ୍ଥତା କାରଣରୁ ଖାଇବାକୁ ମନା କରିଥିଲେ। କାନ୍ଦକାନ୍ଦ ମୁହଁରେ ପେଟ କାଟୁଥିବା କହିଥିଲେ। ରାକେଶ ବିରିୟାନି ଖାଉଥିଲେ। ୧୦/୧୫ ମିନିଟ୍‌ ପରେ ଝରାଫୁଲ ପଛ ଟେବୁଲ ପାଖରେ ବାନ୍ତି କରିଥିଲେ। ରାକେଶ ଖାଇବା ସ୍ଥାନରୁ ଉଠିଆସି ତାଙ୍କୁ ପାଣି ଦେଇଥିବା ଫାଷ୍ଟ୍‌ଫୁଡ୍‌ ମାଲିକ ସୌମ୍ୟ ବିଶ୍ୱଜିତ୍‌ ମଲ୍ଲିକ କହିଛନ୍ତି। ଏପରିକି ରାକେଶ ପୂର୍ବରୁ ତାଙ୍କ ଦୋକାନକୁ ଖାଇବାକୁ ଆସନ୍ତି। ସେ ଭଲ ପିଲା ବୋଲି ବିଶ୍ୱଜିତ୍‌ କହିଛନ୍ତି। ଏସବୁ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି। ଉଭୟ ସେଠାରୁ ଦିନ ୧ଟା ୫ ମିନିଟ୍‌ରେ ବାହାରି ଯାଇଥିବା ଦେଖିବାକୁ ମିଳୁଛି। ସିସିଟିଭି ଫୁଟେଜ ମିଳିବା ପରେ ଉକ୍ତ ହୋଟେଲରେ ଯାଜପୁର ପୋଲିସ ଫରେନସିକ୍‌ ଟିମ୍‌ ସହ ପହଞ୍ଚତ୍ ଯାଞ୍ଚ କରିଛି।

ସୂଚନାଥାଉ କି, ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ। ରାକେଶଙ୍କ ଘର ଭୁବନେଶ୍ୱର ଏୟାରଫିଲ୍ସ ଥାନା ସୁନ୍ଦରପଦା ତଳସାହି ଅଞ୍ଚଳରେ। ସେ ଜଣେ ପାଇପ୍‌ ମିସ୍ତ୍ରି। କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁଙ୍କ କହିବାନୁଯାୟୀ, ରାକେଶ ବୁନ୍ଦେଇପୋଷିରେ ପାଇପ୍‌ ବିଛା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଝରାଫୁଲଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୪ ତାରିଖରେ ସମ୍ପର୍କୀୟଙ୍କ ଘରୋଇ ପାର୍ଟିରେ ଯୋଗଦେବା ପାଇଁ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ସେ ଗଁାକୁ ଯିବା ପାଇଁ ଜୟଦେବ ବିହାରରୁ ଝାଡ଼େଶ୍ୱରୀ ନାମକ ବସ୍‌ରେ ବସିଥିଲେ। କିନ୍ତୁ ଦେହ ଅସୁସ୍ଥ ଦର୍ଶାଇ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେ ରୂପାଲି ଛକ ପର୍ଯ୍ୟନ୍ତ ଯାଇ ରାକେଶଙ୍କୁ ଭେଟିଥିଲେ। ଉଭୟେ ଉକ୍ତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସରେ ରାତ୍ରିଯାପନ କରିଥିଲେ। କିନ୍ତୁ ରାକେଶ ସକାଳେ ଉଠିବାବେଳେ ଝରାଫୁଲଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ଝରାଫୁଲଙ୍କ ମୃତଦେହକୁ ଅନ୍ୟତ୍ର ଫୋପାଡ଼ିବାକୁ ଯୋଜନା କରି ପଡ଼ୋଶୀ ସାଙ୍ଗଙ୍କ ସହଯୋଗ ନେଇଥିଲେ ବୋଲି ରାକେଶ ବୟାନ ଦେଇଥିବା ଥାନାଧିକାରୀ ସ୍ବାଇଁ କହିଛନ୍ତି।

ରାକେଶଙ୍କ ସହଯୋଗୀ ଫେରାର
ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ଜବତ ହୋଇଥିଲା। ତାଙ୍କ ମୃତଦେହକୁ ଦୁଇଜଣ ସ୍କୁଟିରେ ଆଣି ଫୋପାଡ଼ିଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଯାଜପୁର ଜିଲା ପୋଲିସ ଟିମ୍‌ ତଦନ୍ତ କରିବା ପରେ ଉକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ରାକେଶ ବୋଲି ଚିହ୍ନଟ କରିବା ସହ ଗତ ଗୁରୁବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଥିଲା। କିନ୍ତୁ ରାକେଶଙ୍କ ସହଯୋଗୀ କିଏ ସେନେଇ ପୋଲିସ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ରାକେଶ ତାଙ୍କ ସହଯୋଗୀଙ୍କ ନାମ ଶେଖର ବୋଲି ପୋଲିସକୁ ଜଣାଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ସେ ପୋଲିସ କବ୍‌ଜାରେ ଥିବା କୁହାଯାଉଛି। ହେଲେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକ କହିଛନ୍ତି ଯେ, ରାକେଶଙ୍କ ସହଯୋଗୀ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିନାହିଁ। ରିପୋର୍ଟ ମିଳିବା ପରେ ତଦନ୍ତ ଅଧିକ ସହଜ ହେବ ଏବଂ ପୋଲିସ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିବ ବୋଲି ଏସ୍‌ଡିିପିଓ ନାୟକ କହିଛନ୍ତି।

ସିସିଟିଭି ଫୁଟେଜ୍‌ ପୁନଃ ଯାଞ୍ଚ
ମୃତଦେହ ମିଳିବା ସ୍ଥାନ ଅର୍ଥାତ୍‌ କୁଆଖିଆ ଥାନା ମୂଳାପାଳ ଛକ ନିକଟସ୍ଥ ଇଟା ଓ ପ୍ଲାଷ୍ଟିକ କାରଖାନାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପୋଲିସକୁ ସହାୟକ ହୋଇପାରିଛି। ତେବେ ଅଧିକ ସୁରାକ ପାଇବା ଆଶାରେ ତଦନ୍ତ ଅଧିକାରୀଙ୍କ ପକ୍ଷରୁ ଶନିବାର ପୁଣି ସିସିଟିଭି ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି। ଘଟଣାରେ ଅନେକ କଥା ରହିଥିବା ପୋଲିସ ସନ୍ଦେହ କରୁଛି। ହେଲେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି କିଛି କହୁନାହିଁ। କୁଆଖିଆ ଥାନା ଓ ଜିଲା ହେଡ୍‌କ୍ବାର୍ଟର୍ସ ପୋଲିସକୁ ନେଇ ଏକ ୮ଜଣିଆ ଟିମ୍‌ ତଦନ୍ତ କରୁଛି।

ଗେଷ୍ଟ ହାଉସ୍‌ରୁ ନମୁନା ସଂଗ୍ରହ
୨୬ ତାରିଖ ରାତିରେ ଝରାଫୁଲ ଓ ପ୍ରେମିକ ରାକେଶ ରହିଥିବା ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍‌ରେ ଛାନ୍‌ଭିନ୍‌ କରିଛି ଫରେନ୍‌ସିକ୍‌ ଟିମ୍‌। ଉଭୟ ରାତ୍ରିଯାପନ କରିଥିବା ରୁମ୍‌ ନଂ.୨୦୧କୁ ସିଲ୍‌ କରିଛି କମିଶନରେଟ୍‌ ପୋଲିସ। ୨ଘଣ୍ଟା ଧରି ଫରେନ୍‌ସିକ୍‌ ଟିମ୍‌ ଉକ୍ତ ରୁମ୍‌ରୁ ଫିଙ୍ଗର ପ୍ରିଣ୍ଟ ଓ ଡଷ୍ଟ୍‌ବିନ୍‌ ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ଏଥିସହିତ ବ୍ୟବହୃତ ବେଡଶିଟ୍‌କୁ ମଧ୍ୟ ଜବତ କରାଯାଇଛି। ଛାନ୍‌ଭିନ୍‌ ସମୟରେ ସାଇଣ୍ଟିଫିକ୍‌ ଟିମ୍‌ ହାତରେ କିଛି ସୁରାକ ଲାଗିଛି, ଯାହା ତଦନ୍ତରେ ସହାୟକ ହୋଇପାରେ ବୋଲି ଟିମ୍‌ର ଜଣେ ଅଧିକାରୀ କହିଛନ୍ତି।

୨ କର୍ମଚାରୀ ଅଟକ
ଭୁବନେଶ୍ୱର ସ୍ପେଶାଲ୍‌ ସ୍କ୍ବାଡ୍‌ ସହାୟତାରେ ଯାଜପୁର ପୋଲିସ ଶିବସାଇ ଗେଷ୍ଟହାଉସ୍‌ର ୨ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଛି। ୨୭ ତାରିଖରେ ଝରାଫୁଲଙ୍କ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ଗେଷ୍ଟହାଉସ୍‌ର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ତେଣୁ ୨୬ ତାରିଖ ରାତିରେ ଗେଷ୍ଟହାଉସ୍‌ରେ କ’ଣ ହୋଇଥିଲା, ୨୭ ତାରିଖ ସକାଳେ ରାକେଶ ଝରାଫୁଲଙ୍କୁ କେମିତି ହୋଟେଲ୍‌ ବାହାରକୁ ନେଲେ ଆଦି ବିଷୟରେ ପୋଲିସ ପଚରାଉଚରା କରିଛି। ସେମାନେ ପୋଲିସକୁ କହିଥିଲେ ଯେ, ୨୭ ତାରିଖ ସକାଳେ ରାକେଶ ଓ ତାଙ୍କ ସହଯୋଗୀ ଝରାଫୁଲଙ୍କୁ ଟେକି ନେଉଥିବାବେଳେ ଦେଖିଥିଲେ। ସେମାନେ କ’ଣ ହୋଇଛି ବୋଲି ରାକେଶଙ୍କୁ ପଚାରିଥିଲେ। ଦେହ ଭଲନାହିଁ, ଡାକ୍ତରଖାନାକୁ ନେବେ କହି ରାକେଶ ସେଠାରୁ ପଳାଇ ଯାଇଥିଲେ ବୋଲି କର୍ମଚାରୀମାନେ ପୋଲିସକୁ କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?