ଧାନକିଣା ଅନିୟମିତତାରେ ନିଲମ୍ବିତ ହେଲେ ୮ପ୍ୟାକ୍ସ ସମ୍ପାଦକ

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ଧାନକିଣା ଅନିୟମିତତା ବିଭାଗୀୟ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ୨୦୧୮-୧୯ ରବିଋତୁ ଧାନ କିଣାବିକାରେ ହୋଇଥିବା ଅନିୟମିତତାକୁ ନେଇ ଜିଲାର ୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ସମବାୟ ଉପନିବନ୍ଧକ (ଡିଆର୍‌ସିଏସ୍‌) ଭକ୍ତବନ୍ଧୁ ସାହୁଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ପ୍ୟାକ୍ସ ଦାୟିତ୍ୱରେ ରହିଥିବା ପ୍ରଶାସକମାନେ ସେମାନଙ୍କୁ ନିଲମ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଝାରବନ୍ଧ, ଡଭା, ସୋହେଲା, ଚଢ଼େଇଗାଁ, ସତଲମା (ନାରାୟଣ ସେବା ସମବାୟ ସମିତି), ଭୁକ୍ତା ଏବଂ କଟାପାଲି(ବରପାଲି) ପ୍ୟାକ୍ସର ସମ୍ପାଦକମାନେ ରହିଛନ୍ତି। ୨୦୧୮-୧୯ ରବିଋତୁ ଧାନ କିଣାବିକା ଅନୁଧ୍ୟାନ ପାଇଁ ପୂର୍ବରୁ ଏକ ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ବରଗଡ଼ ଜିଲାକୁ ଆସି ବିଭିନ୍ନ ପ୍ୟାକ୍ସ ବୁଲି ଦେଖିଥିଲେ ଏବଂ ସେହି ସ୍କ୍ବାଡ୍‌ର ତଦନ୍ତ ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକମାନଙ୍କୁ ନିଲମ୍ବନ କରାଯାଇଛି ବୋଲି ଡିଆରସିଏସ୍‌ ସାହୁ କହିଛନ୍ତି। ଆଗକୁ ଜିଲାର ଆହୁରି ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଶା ସରକାର: ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ/କଟକ ଅଫିସ୍‌, ୧୧।୨: କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି।...

ଦୁଇଗୁଣା ଟୋଲ୍‌ ଫି, ଶ୍ରଦ୍ଧାଳୁଙ୍କୁ ଶୋଷଣ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଶ୍ରାବଣ ମାସରେ ଜଳଲାଗି ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କଠାରୁ ଦୁଇଗୁଣା ଟୋଲ୍‌ ଫି ଆଦାୟ କରାଯାଉଛି। ଏପରି କି...

ସମସ୍ୟା ନେଇ ଗଞ୍ଜାମ ଜିଲାପାଳଙ୍କ ମୋବାଇଲକୁ କରିପାରିବେ ମେସେଜ

ଗଞ୍ଜାମ, ୮।୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା...

ପାନୀୟ ଜଳଯୋଗାଣ ନିଶ୍ଚିତ କର

ଢେଙ୍କାନାଳ ଅଫିସ, ୩।୪ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଜିଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହକୁ...

ଚର୍ଚ୍ଚାରେ ଟି-୨୦ ନକଲି ପାସ୍‌

କଟକ ଅଫିସ, ୧୭ା୬:ବାରବାଟୀରେ ଗତ ୧୨ତାରିଖରେ ଅନୁଷ୍ଠିତ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍‌ କାରବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପାସ୍‌...

ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

ଫିରିଙ୍ଗିଆ,୨୩।୮(ବିକ୍ରମ ଦିଗାଲ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଘାଟ ନିର୍ମାଣ କରୁଛନ୍ତି। ହେଲେ ଏବେ ବି ଅନେକ...

ହୀରାକୁଦରେ ପକ୍ଷୀ ଗଣନା: ୨୧ ଟିମ୍‌ ସାମିଲ

ସମ୍ବଲପୁର, ୭।୧(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ହୀରାକୁଦ ୱାଇଲ୍ଡ ଲାଇଫ୍‌ ବିଭାଗ ନେତୃତ୍ୱରେ ବନ ବିଭାଗ ଅଧିକାରୀ ଓ...

ବିଲରେ ପଡି ଯୁବକଙ୍କ ପ୍ରାଣଗଲା, ଅଂଶୁଘାତ ସନ୍ଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୯।୫(ସ୍ବ.ପ୍ର/ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମର ନରୋତ୍ତମ ସାହୁ ନାମକ ଯୁବକ ଶନିବାର ମଧ୍ୟାହ୍ନ ସମୟରେ ବିଲରେ ପଡି ପ୍ରାଣ ହରାଇଛନ୍ତି। ସେ...

Advertisement
Archives

Model This Week