Posted inରାଜ୍ୟ

ବାଘ ସୁରକ୍ଷାରେ ବନ ବିଭାଗ ବିଫଳ, ଖାଲି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

ଭୁବନେଶ୍ୱର, ୩୧।୧(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ଯୋଜନାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆରମ୍ଭରୁ ବନ ବିଭାଗର ବଡ଼ବାବୁମାନେ ନାନା ବାହାବା ନେଉଛନ୍ତି, ହେଲେ ଠିକ୍‌ ସମୟରେ ବିଫଳ ହେଉଥିବାରୁ ରାଜ୍ୟରେ ବାଘ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଘ ମୃତ୍ୟୁସଂଖ୍ୟା ବଢ଼ୁଥିବାବେଳେ ଗୋଟିକ ପରେ ଗୋଟିଏ ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ନିନ୍ଦିତ ହେଉଛି। ଗତ ଗୁରୁବାର ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ମାଣିତରା ସେକ୍ସନରେ ବାର୍‌ହା ଫାଶରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଶିକାର, ଫାଶ ଓ ରୋଗରେ ବହୁ ବାଘର ଜୀବନ ଯାଇଛି। ସେହିଭଳି ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ‘ମହାବୀର’ର ମୃତ୍ୟୁ ଓ ବାଘୁଣୀ ‘ସୁନ୍ଦରୀ’ ଫେରିବା ପ୍ରସଙ୍ଗ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁନ୍ଦରୀ ଏବେ ସାତକୋଶିଆ ଅଭୟାରଣ୍ୟରେ ବନ୍ଦୀ ଜୀବନ ବିତାଉଛି। ତାକୁ ନେବା ପାଇଁ ମଧ୍ୟପ୍ରଦେଶ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଶନିବାର ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଅନୁମତି ପରେ କାହ୍ନା ବ୍ୟାଘ୍ର ସଂରକ୍ଷଣ, ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଏବଂ ପେଞ୍ଚ ଜାତୀୟ ଉଦ୍ୟାନରେ ବ୍ୟାଘ୍ର ସଫାରି ନିର୍ମାଣ କରାଯାଉଛି। ସେପର୍ଯ୍ୟନ୍ତ ‘ସୁନ୍ଦରୀ’କୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଘୋରେଲା କେନ୍ଦ୍ରରେ ସାମୟିକ ଭାବେ ରଖାଯିବ। ବର୍ତ୍ତମାନ ଘୋରେଲା କେନ୍ଦ୍ରରେ ଅନ୍ୟଏକ ବାଘ ତାଲିମ ନେଉଛି। ଏହାକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯିବା ପରେ ‘ସୁନ୍ଦରୀ’କୁ ସେଠାକୁ ନିଆଯିବ। ଏସବୁ ପ୍ରକ୍ରିୟା ପାଇଁ ‘ସୁନ୍ଦରୀ’ର ସ୍ଥାନାନ୍ତର ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ତେବେ ବନ ବିଭାଗର ଅପାରଗତା ଯୋଗୁ ରାଜ୍ୟରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଫେଲ୍‌ ମାରିଥିବା ଓ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ଓଡ଼ିଶାକୁ ୬ଟି ବାଘ ଆସିଥାନ୍ତା। ଏନ୍‌ଟିସିଏ ଓ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ପ୍ରଥମେ ମଧ୍ୟପ୍ରଦେଶ ସରକାର ଓଡ଼ିଶାକୁ ଦୁଇଟି ବାଘ ଦେଇଥିଲେ। ପରବର୍ତ୍ତୀ ସମୟରେ ଆଉ ୪ଟି ଦେବାର ଥିଲା। କିନ୍ତୁ ମଧ୍ୟପ୍ରଦେଶରୁ ଆସିଥିବା ବାଘ ‘ମହାବୀର’ର ମୃତ୍ୟୁ ଘଟିଥିଲା ଓ ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ଅଭିଯୋଗ ହେବା ପରେ ତାକୁ ସାତକୋଶିଆ ରାଇଗୁଡ଼ା ଏନ୍‌କ୍ଲୋଜ୍‌ରେ ରଖାଯାଇଥିଲା। ପ୍ରାୟ ଦୁଇବର୍ଷ ହେବ ‘ସୁନ୍ଦରୀ’ ସେହିଭଳି ବନ୍ଦୀ ହୋଇ ରହିଛି।

ସେପଟେ ‘ମହାବୀର’ର ମୃତ୍ୟୁକୁ ନେଇ ମଧ୍ୟ ଏନ୍‌ଟିସିଏ କ୍ଷୋଭ ପ୍ରକାଶ କରିଥିଲା। ବାଘକୁ ସୁରକ୍ଷା ଦେଇ ନ ପାରିବାରୁ ତା’ର ମୃତ୍ୟୁ ହୋଇଥିଲା। ସେହିଭଳି ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାରେ ରାଜ୍ୟ ବନ ବିଭାଗ ଗାଇଡ଼ଲାଇନ ପାଳନ କରି ନ ଥିବା ଏନ୍‌ଟିସିଏ କହିଥିଲା। ପ୍ରକଳ୍ପ ପାଇଁ ଦିଆଯାଇଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲା ଏନ୍‌ଟିସିଏ। ଏ ନେଇ ଏନ୍‌ଟିସିଏ ଓଡ଼ିଶା ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲା। ଯେଉଁମାନଙ୍କ ପାଇଁ ଏସବୁ ବିଶୃଙ୍ଖଳା ହେଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍‌ଟିସିଏ ଚିଠିରେ ଉଲ୍ଲେଖ କରିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ କାହା ବିରୋଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ବହୁ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କାହାର ପଦୋନ୍ନତି ହୋଇଥିବାବେଳେ ଆଉ କିଛି ଅବସର ନେଇ ସାରିଲେଣି। ଏପରିସ୍ଥିତିରେ ବାଘ ସୁରକ୍ଷା ନାଁରେ ବନ ବିଭାଗ ଭେଳିକି କରୁଥିବା ବିଶେଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗତ୍‌ସିଂହପୁରରେ ମଧ୍ୟାହ୍ନଭୋଜନ ଚାଉଳ କେଳେଙ୍କାରୀ ମାମଲା: ଚାଉଳ, ଅଖାରେ ୧.୩୨ କୋଟି ଚଳୁ

ଜଗତ୍‌ସିଂହପୁର ଅଫିସ, ୧୩।୭: ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଜିଲାର ଜଗତ୍‌ସିଂହପୁର, ବାଲିକୁଦା, ବିରିଡ଼ି, ନାଉଗାଁ ଓ...

ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୬୪, ମୟୁରଭଞ୍ଜରୁ...

ସ୍କୁଟି ଡିକି ଭାଙ୍ଗି ୧.୪୦ ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ,୧୪ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ବ୍ୟାଙ୍କ ଲେନ୍‌ରୁ ବୁଧବାର ଦୁର୍ବୃତ୍ତ ଏକ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌...

ହାଇକୋର୍ଟରେ ଭୁବନେଶ୍ୱର ରାମମନ୍ଦିର ପରିଚାଳନା ମାମଲା: ପରିଚାଳନା ଦାୟିତ୍ୱରେ ରହିବେ ନିର୍ବାହୀ ଅଧିକାରୀ

କଟକ ଅଫିସ, ୨୯।୮: ଭୁବନେଶ୍ୱର ରାମମନ୍ଦିର ପରିଚାଳନା କରିବାକୁ ଜଣେ ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ଶୁଣାଣି ଶେଷ ନ ହେବା...

ସିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌: ବିବାହ ଉତ୍ସବରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ ଲୋକଙ୍କୁ ଅନୁମତି

କଟକ ଅଫିସ, ୩।୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍‌...

ଶ୍ରମିକଙ୍କ ହକ୍‌ ପାଇଁ କାମ କରୁଛି, କରିଚାଲିବି :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ସୋମବାର ଶ୍ରମିକ ଏସ୍‌ଆଇ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସପ୍ତାହ ପାଳନ ଉଦ୍‌ଘାଟିତ ହୋଇଯାଇଛି। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ...

୧୪ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ୧୪ଟି ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା...

Advertisement
Archives

Model This Week