ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଜାଗର ଯାତ୍ରା ପୂର୍ବରୁ ଏହାକୁ ଲୋକାର୍ପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଶନିବାର ନିର୍ମାଣାଧୀନ ଭକ୍ତ ନିବାସ ସମେତ ଶୌଚାଳୟ ବ୍ୟବସ୍ଥା ପରିଦର୍ଶନ କରିଥିଲେ।
ପ୍ରସିଦ୍ଧ କପିଳାସ ପୀଠରେ ସ୍ବଳ୍ପଖର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ରହିବା ଲାଗି କୌଣସି ସୁବିଧା ନ ଥିଲା। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ହଇରାଣ ହେଉଥିଲେ। ବହୁବାର ଦୃଷ୍ଟି ଆକର୍ଷଣ କରିବା ପରେ ଜିଲା ପ୍ରଶାସନର ସହାୟତାରେ ଦେବୋତ୍ତର ବିଭାଗ ପକ୍ଷରୁ ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କପିଳାସ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦିତ ୧ କୋଟି ଟଙ୍କା ଅନୁଦାନରୁ ଭକ୍ତ ନିବାସ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍‌ ଶୌଚାଳୟ ନିର୍ମାଣ ଚାଲିଛି। ଶୌଚାଳୟ ନିର୍ମାଣ ଲାଗି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଭକ୍ତ ନିବାସରେ ପ୍ରାୟ ୧୦୦ଜଣ ଯାତ୍ରୀ ରହିବା ସୁବିଧା କରାଯାଉଛି। ଏ ସଂକ୍ରାନ୍ତରେ ଜିଲା ଦେବୋତ୍ତର ଅଧିକାରୀ କୁହନ୍ତି, ଭକ୍ତ ନିବାସ ଏବଂ ଶୌଚାଳୟ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜାଗରଯାତ୍ରା ପୂର୍ବରୁ ଏହି ଦୁଇଟି ପ୍ରକଳ୍ପକୁ ଲୋକାର୍ପିତ କରାଯିବାର ଲକ୍ଷ୍ୟ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

୪ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କୁ ବନ୍ୟାଞ୍ଚଳ ଦାୟିତ୍ୱ

ଭୁବନେଶ୍ୱର,(ବ୍ୟୁରୋ)୨୨ା୮: ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟାସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଆସିବାରୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ...

ଲାଞ୍ଚ ନେଇ ଧରାପଡିଲେ ବିଇଓ

ଝାରବନ୍ଧ,୯।୬(ଡି.ଏନ୍‌.ଏ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ। ଶିକ୍ଷକମାନଙ୍କ ବକେୟା ଦରମା ବିଲ୍‌ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲା ଝାରବନ୍ଧ...

‘ଯୁବା ସଂଗମ ଭାରତର ଭାବନାକୁ ଦୃଢ଼ୀଭୂତ କରିବ’

ଭୁବନେଶ୍ବର, ୭ା୨(ବ୍ୟୁରୋ):ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ।...

ରାଜନୀତିରେ ନବୀନ @୨୫

ଭୁବନେଶ୍ୱର,୨ା୬(ବ୍ୟୁରୋ): ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱ। ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ମ୍ୟାଜିକ୍‌ ଅକ୍ଷୁଣ୍ଣ...

୨ ହଜାରରୁ ଊର୍ଦ୍ଧ୍ୱ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ଦେଲା ବିଏମ୍‌ସି

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ ଭୂମିହୀନ, ନିରାଶ୍ରୟ ଓ ଭିକାରୀଙ୍କୁ ରନ୍ଧ୍ୟା ଖାଦ୍ୟ ବଂଟାଯାଇଛି । ଭୁବନେଶ୍ୱର ମହାନଗର ନିଗମ...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ...

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର...

ପୋଲିଂ ବୁଥ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଆପତ୍ତି ଉଠାଇଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ,୧୬।୨-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଖୁଣ୍ଟାପାଳ ବୁଥ୍‌ରେ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି। ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ....

Advertisement
Archives

Model This Week