ରାଜଧାନୀରୁ ଆଜି ୩୬୯ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୩୦।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
କରୋନା ନେଲା ୧୪ ଜୀବନ
ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। Regret…
CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୪୪୩ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୪୨୬ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
ଚାନ୍ଦିପୁରରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ
ବାଲେଶ୍ୱର ଅଫିସ୍,୩୦।୯: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ରୁଷିଆ ମିଳିତ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍ ମିଶାଇଲ୍ ‘ବ୍ରହ୍ମୋସ’ ବୁଧବାର ସକାଳ ୧୦.୨୭ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ୍…
୧୦ ପରିବର୍ତ୍ତେ ୧୨ରୁ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୩୦ା୯:ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ରାଜ୍ୟରେ ହେବାକୁ ଥିବା ଏକକ ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ଭିତରେ ଚଳିତ ବର୍ଷ ପିଜି ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ ପରିବର୍ତ୍ତେ ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ…
ମଞ୍ଚେଶ୍ୱରରୁ ନକଲି ଇଞ୍ଜିନ ଅଏଲ କାରଖାନା ଠାବ
ଭୁବନେଶ୍ୱର,୩୦ା୯ (ବ୍ୟୁରୋ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇଗାଡିଆ ଅଞ୍ଚଳରେ ଚାଲିଥିଲା ନକଲି ଇଞ୍ଜିନ ଅଏଲ କାରଖାନା। ମଙ୍ଗଳବାର କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସେଠାରେ ଚଢାଉ କରି ୨୦ହଜାର ଲିଟରରୁ ଊର୍ଦ୍ଧ୍ୱ ଅପମିଶ୍ରିତ ଇଞ୍ଜିନ…
ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ୯ କୋଟି ଦେଇଛନ୍ତି ସରକାର
ଭୁବନେଶ୍ୱର,୩୦ା୯(ବ୍ୟୁରୋ): କରୋନା ସମୟରେ ମୋଟ ୮,୫୩,୭୭୭ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ। ସେମାନଙ୍କ ପଞ୍ଜୀକରଣ, କାମ ଓ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଅର୍ଥର ତଥ୍ୟ ସଂଗ୍ରହ କରାଯାଉଥିବା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ…
୨୭ ନୂଆ ଏନ୍ଏସି ପାଇଁ ପ୍ରସ୍ତାବ
ଭୁବନେଶ୍ୱର,୩୦ା୯(ବ୍ୟୁରୋ):ରାଜ୍ୟରେ ୨୭ ନୂତନ ଏନ୍ଏସି ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାମଧ୍ୟରେ ପୁରୀର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ବୋଲଗଡ଼, ମୟୂରଭଞ୍ଜର ବେତନଟୀ, ଢେଙ୍କାନାଳର ପରଜଙ୍ଗ, ଭୋଗରାଇ, ସାଲେପୁର, ବଡ଼ମ୍ବା ଓ ନରସିଂହପୁର, ବିଞ୍ଝାରପୁର, ଧର୍ମଶାଳା ଓ ଚଣ୍ଡିଖୋଲ,…
ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ
ବାରଙ୍ଗ,୩୦ା୯(ଡି.ଏନ୍.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ସିଂହ ସଫାରିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ସିଂହୀ ସୁପ୍ରିୟାର ମଙ୍ଗଳବାର ମୃତ୍ୟୁ ଘଟିଛି। ୨୬ବର୍ଷୀୟ ଏହି ସିଂହୀଟି ଗତ କିଛିଦିନ ହେବ ଅସୁସ୍ଥ ଥିଲା। ଏପରି କି ସେ ଧୀରେ ଧୀରେ ରୁଗ୍ଣ ହୋଇପଡ଼ିବା ସହ…
ଟାଟାକୁ ମୋଟା ଅଙ୍କ ଦେବା ପ୍ରତିଯୋଗିତା ଚାଲିଛି: କଂଗ୍ରେସ
ଭୁବନେଶ୍ୱର,୩୦ା୯(ବ୍ୟୁରୋ):ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛିି। ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍ ବୋଝ ଲଦି ଟାଟା କମ୍ପାନୀକୁ ମୋଟା ଅଙ୍କ ଦେବାକୁ ପ୍ରତିଯୋଗିତା ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ…
ଦେହଜୀବୀଙ୍କୁ ତୁରନ୍ତ ମାଗଣା ରାଶନ ସାମଗ୍ରୀ ଦିଅ
ଭୁବନେଶ୍ୱର,୩୦ା୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ତୁରନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ପରିଚୟ ପତ୍ର ମଗାଯାଇ ପାରିବ…
ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା
ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା…
Archives


