ଆରମ୍ଭରୁ ସାର ଅଭାବ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲାରେ ରବି ଚାଷକାମ ଜୋର୍‌ ଧରିଛି। ଅଧିକାଂଶ ସ୍ଥାନରେ ଚାଷୀମାନେ ତଳିପକା, ଧାନ ବୁଣା ସାରିଦେଲେଣି। କେତେକ ସ୍ଥାନରେ ରୁଆକାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ସମୟରେ ଧାନ ଫସଲ ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି। ମାତ୍ର ଏହି ସାରର ଅଭାବ ଏବଂ ମୁନାଫାଖୋର ବେପାରୀଙ୍କ କଳାବଜାର ଚାଷୀକୁଳକୁ ଚିନ୍ତାରେ ପକାଇଛି। ୟୁରିଆ ଅଭାବ ଯୋଗୁ ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଆବଶ୍ୟକତା ଦୃଷ୍ଟିରୁ ଚାଷୀମାନେ ଚଢ଼ାଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ୟୁରିଆ ସାର ପ୍ୟାକେଟ୍‌ (୪୫ କି.ଗ୍ରା) ପ୍ରତି ୨୬୫ ଟଙ୍କା ରହିଛି। କିନ୍ତୁ ଅସାଧୁ ବ୍ୟବସାୟୀମାନେ ଏହାକୁ ୩୦୦ରୁ ୩୫୦ ଟଙ୍କା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ବରଗଡ଼ ଜିଲାରେ ୧ଲକ୍ଷ ୫୯ ହଜାର ହେକ୍ଟର ଜମିରେ ରବି ଧାନଚାଷ ହୋଇଥାଏ। ଏଥିପାଇଁ ଅତିକମ୍‌ରେ ୨୪ହଜାର ମେଟ୍ରିକ ଟନର ୟୁରିଆ ସାରର ଆବଶ୍ୟକତା ରହିଛି। ମାତ୍ର ଏପର୍ଯ୍ୟନ୍ତ ମାତ୍ର ୧୨ହଜାର ମେଟ୍ରିକ ଟନ୍‌ ୟୁରିଆ ଜିଲାକୁ ପହଞ୍ଚିଛି। ଆବଶ୍ୟକତାଠାରୁ କମ୍‌ ସାର ଆସିଥିବାରୁ ପ୍ୟାକ୍ସ ଗୁଡ଼ିକରେ ସାରର ଅଭାବ ଦେଖାଦେଇଛି। ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଘରୋଇ ଲାଇସେନ୍ସପ୍ରାପ୍ତ ବିକ୍ରେତା ସରକାରଙ୍କ ଆଇନକୁ ବେଖାତିର୍‌ କରି ସାର କଳାବଜାର କରୁଥିବା ଅଭିଯୋଗ ହୋଇଛି।
ଜାମଟିକ୍ରାର ଚାଷୀ ସୁରେନ୍ଦ୍ର କଠାର ଅଭିଯୋଗ କରିଛନ୍ତି, ଗତ ୯ତାରିଖରେ ସେ ରେଙ୍ଗାଲିକ୍ୟାମ୍ପ ସ୍ଥିତ ଜଣେ ସାର ବିକ୍ରେତାଙ୍କଠାରୁ ଏକ ପ୍ୟାକେଟ୍‌ ୟୁରିଆ ସାର କିଣିଥିଲେ । ସାର ବିକ୍ରେତା ଜଣକ ତାଙ୍କଠାରୁ ୩୦୦ ଟଙ୍କା ନେଇ ରସିଦ ଦେଇ ନ ଥିଲେ। ଅଳ୍ପ କିଛି ସମୟ ପରେ କଠାରଙ୍କ ମୋବାଇଲ ଫୋନକୁ ସେ କିଣିଥିବା ୟୁରିଆ ସାରର ଦର ୨୬୫ ଟଙ୍କା ପଇଠ ହୋଇଥିବା ନେଇ ସୂଚନା ଆସିଥିଲା। ଏ ନେଇ କଠାର ଅତାବିରା ସହକାରୀ କୃଷି ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଅତାବିରା, ଗୋଡ଼ଭଗା, ଲରମ୍ଭା ଅଞ୍ଚଳରେ ୩୫୦ ଟଙ୍କାରେ ୟୁରିଆ ସାର ବିକ୍ରି ହେଉଛି ବୋଲି ଗୋଡ଼ଭଗା ଅଞ୍ଚଳର ଚାଷୀ ଦୟାନିଧି କର୍ଣ୍ଣ କହିଛନ୍ତି । ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ଜିଲାକୁ ଆହୁରି ୧୨ହଜାର ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକ ରହିଛି । ସାର କଳାବଜାର ଯେଭଳି ନ ହେବ, ସେଥିପ୍ରତି କୃଷି ବିଭାଗ ନଜର ରଖିଛି। କଳାବଜାର ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ ବିହନ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାନ୍ଧୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଭଞ୍ଜନଗର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି କରିବେ ଅନୁଧ୍ୟାନ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।…

୨୦୨୮ ଦଶମ ବୋର୍ଡ ପରୀକ୍ଷା ନିୟମ ଜାରିକଲା ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦୧୦: ସିବିଏସଇ ଗୁରୁବାର ୨୦୨୮ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ସମ୍ପର୍କରେ ସ୍ପଷ୍ଟ କରିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଇଁ ୫ଟି ବାଧ୍ୟତାମୂଳକ ବିଷୟ ରହିବ…

ଟ୍ରେନ୍‌ ଦୁର୍ଘଟଣା ପରେ ସ୍ପେନରେ ବିକ୍ଷୋଭ

ମାଡ୍ରିଡ୍‌, ୩୦ା୧୦: ବୁଧବାର ଏକ ଭୟାବହ ହାଇ-ସ୍ପିଡ ଟ୍ରେନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଗଟିବା ପରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେଙ୍କ ଇସ୍ତଫା ଦାବି…

ନାଗପୁର ଏମ୍‌ଏଲ୍‌ସି ଆସନରେ କଂଗ୍ରେସର ବିଜୟ: ଭାଜପାକୁ ଝଟକା

ନାଗପୁର, ୩୦।୧୦: ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଅଭିଜିତ ୱଞ୍ଜାରୀ ନାଗପୁର ଡିଭିଜନ ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀ ଆସନରେ ଭାଜପାର ସୁଧାକର କୋହଲେଙ୍କୁ…

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଜଳବନ୍ଦୀ ଗାଁ ବୁଲି ସ୍ଥିତି ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ

ଗଞ୍ଜାମ,୩୦।୧୦(ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଅନେକ ଗାଁ ଜଳଘେରରେ ରହିଥିବାରୁ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?