ଆରମ୍ଭରୁ ସାର ଅଭାବ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲାରେ ରବି ଚାଷକାମ ଜୋର୍‌ ଧରିଛି। ଅଧିକାଂଶ ସ୍ଥାନରେ ଚାଷୀମାନେ ତଳିପକା, ଧାନ ବୁଣା ସାରିଦେଲେଣି। କେତେକ ସ୍ଥାନରେ ରୁଆକାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ସମୟରେ ଧାନ ଫସଲ ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି। ମାତ୍ର ଏହି ସାରର ଅଭାବ ଏବଂ ମୁନାଫାଖୋର ବେପାରୀଙ୍କ କଳାବଜାର ଚାଷୀକୁଳକୁ ଚିନ୍ତାରେ ପକାଇଛି। ୟୁରିଆ ଅଭାବ ଯୋଗୁ ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଆବଶ୍ୟକତା ଦୃଷ୍ଟିରୁ ଚାଷୀମାନେ ଚଢ଼ାଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ୟୁରିଆ ସାର ପ୍ୟାକେଟ୍‌ (୪୫ କି.ଗ୍ରା) ପ୍ରତି ୨୬୫ ଟଙ୍କା ରହିଛି। କିନ୍ତୁ ଅସାଧୁ ବ୍ୟବସାୟୀମାନେ ଏହାକୁ ୩୦୦ରୁ ୩୫୦ ଟଙ୍କା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ବରଗଡ଼ ଜିଲାରେ ୧ଲକ୍ଷ ୫୯ ହଜାର ହେକ୍ଟର ଜମିରେ ରବି ଧାନଚାଷ ହୋଇଥାଏ। ଏଥିପାଇଁ ଅତିକମ୍‌ରେ ୨୪ହଜାର ମେଟ୍ରିକ ଟନର ୟୁରିଆ ସାରର ଆବଶ୍ୟକତା ରହିଛି। ମାତ୍ର ଏପର୍ଯ୍ୟନ୍ତ ମାତ୍ର ୧୨ହଜାର ମେଟ୍ରିକ ଟନ୍‌ ୟୁରିଆ ଜିଲାକୁ ପହଞ୍ଚିଛି। ଆବଶ୍ୟକତାଠାରୁ କମ୍‌ ସାର ଆସିଥିବାରୁ ପ୍ୟାକ୍ସ ଗୁଡ଼ିକରେ ସାରର ଅଭାବ ଦେଖାଦେଇଛି। ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଘରୋଇ ଲାଇସେନ୍ସପ୍ରାପ୍ତ ବିକ୍ରେତା ସରକାରଙ୍କ ଆଇନକୁ ବେଖାତିର୍‌ କରି ସାର କଳାବଜାର କରୁଥିବା ଅଭିଯୋଗ ହୋଇଛି।
ଜାମଟିକ୍ରାର ଚାଷୀ ସୁରେନ୍ଦ୍ର କଠାର ଅଭିଯୋଗ କରିଛନ୍ତି, ଗତ ୯ତାରିଖରେ ସେ ରେଙ୍ଗାଲିକ୍ୟାମ୍ପ ସ୍ଥିତ ଜଣେ ସାର ବିକ୍ରେତାଙ୍କଠାରୁ ଏକ ପ୍ୟାକେଟ୍‌ ୟୁରିଆ ସାର କିଣିଥିଲେ । ସାର ବିକ୍ରେତା ଜଣକ ତାଙ୍କଠାରୁ ୩୦୦ ଟଙ୍କା ନେଇ ରସିଦ ଦେଇ ନ ଥିଲେ। ଅଳ୍ପ କିଛି ସମୟ ପରେ କଠାରଙ୍କ ମୋବାଇଲ ଫୋନକୁ ସେ କିଣିଥିବା ୟୁରିଆ ସାରର ଦର ୨୬୫ ଟଙ୍କା ପଇଠ ହୋଇଥିବା ନେଇ ସୂଚନା ଆସିଥିଲା। ଏ ନେଇ କଠାର ଅତାବିରା ସହକାରୀ କୃଷି ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଅତାବିରା, ଗୋଡ଼ଭଗା, ଲରମ୍ଭା ଅଞ୍ଚଳରେ ୩୫୦ ଟଙ୍କାରେ ୟୁରିଆ ସାର ବିକ୍ରି ହେଉଛି ବୋଲି ଗୋଡ଼ଭଗା ଅଞ୍ଚଳର ଚାଷୀ ଦୟାନିଧି କର୍ଣ୍ଣ କହିଛନ୍ତି । ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ଜିଲାକୁ ଆହୁରି ୧୨ହଜାର ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକ ରହିଛି । ସାର କଳାବଜାର ଯେଭଳି ନ ହେବ, ସେଥିପ୍ରତି କୃଷି ବିଭାଗ ନଜର ରଖିଛି। କଳାବଜାର ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ ବିହନ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାନ୍ଧୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri