ଜଳ ସଂରକ୍ଷଣ: ବର୍ଷକରେ ଫେଲ୍‌

ଯାଜପୁର ଅଫିସ,୧୫।୨: ଓଡ଼ିଶାରେ ଜଳ ସଂରକ୍ଷଣ ପାଇଁ ବିବିଧ ପଦ୍ଧତି ପ୍ରୟୋଗ କରାଯାଇଛି। ଏଥିରେ ରୁଫ୍‌ଟପ୍‌ ରେନ୍‌ୱାଟର ହାରଭେଷ୍ଟିଙ୍ଗ ଷ୍ଟ୍ରକ୍ଚର (ଆର୍‌ଆର୍‌ଏଚ୍‌ଏସ୍‌), ଗ୍ରାଉଣ୍ଡ ୱାଟର ରିଚାର୍ଜ, ବାୟୋଡାଇଭର୍ସିଟି ପାର୍କ ଓ ଗ୍ରିନେରୀ, ଗ୍ରାଉଣ୍ଡ୍‌ ୱାଟର ରେଗୁଲେଶନ, ଜଳାଶୟର ଉନ୍ନତୀକରଣ ଇତ୍ୟାଦି ରହିଛି। ହେଲେ ଶିଳ୍ପାଞ୍ଚଳରେ ମନମୁଖୀ ଭୂତଳ ଜଳ ବ୍ୟବହାର ଏବଂ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଭାଗୀୟ ଆନ୍ତରିକତାର ଅଭାବ ଯୋଗୁ ଭୂତଳ ଓ ବର୍ଷାଜଳ ସଂରକ୍ଷଣ ପଦ୍ଧତି ବ୍ୟାହତ ହେଉଥିବା ମତପ୍ରକାଶ ପାଇଛି। ବିଡ଼ମ୍ବନା ଯେ, ୨୦୧୮-୧୯ରେ ଆର୍‌ଆର୍‌ଏଚ୍‌ଏସ୍‌ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ତାହା ବର୍ଷକ ପରେ ଫୁସ୍‌ ହୋଇଯାଇଛି। ଏପରି କି ୨୦୨୦-୨୧ରେ ସରକାରୀ ଓ ବେସରକାରୀ ଭାବେ ୬,୩୦୦ ଆର୍‌ଆର୍‌ଏଚ୍‌ଏସ୍‌ ନିର୍ମାଣ ପାଇଁ ରହିଥିବା ୩୭ କୋଟି ଟଙ୍କା ବିନିଯୋଗ ହୋଇ ନ ପାରି ଫେରିଯାଇଛି। ଏଥିରୁ ଜଳ ସଂରକ୍ଷଣ ପଦ୍ଧତି ପାଇଁ ସରକାରୀ ଯୋଜନା ବାଟ ହୁଡ଼ିଛି ବୋଲି ସ୍ପଷ୍ଟ ହୋଇଯାଉଛି।

ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଗଛ କଟାଯାଇ ତା’ ପ୍ରତିବଦଳରେ ବୃକ୍ଷରୋପଣ କରା ନ ଯିବା କାରଣରୁ ପ୍ରବହମାନ ଜଳଉତ୍ସଗୁଡିକର ଜଳ ନିର୍ଗମନ କ୍ଷମତା ହ୍ରାସ ପାଉଛି। ସେହି ଜଳଧାରା ଦିନକୁ ଦିନ ଶୁଷ୍କ ହୋଇଯାଉଛି। ଏ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ୩୨୫/୨୦୧୫, ୬୦୬/୨୦୧୮ ଏବଂ ୬୭୩/୨୦୧୮ ନମ୍ବରରେ ମାମଲା ରୁଜୁ ହୋଇଛି। ଫଳରେ ରାଜ୍ୟ ସରକାର ୨୦୧୮-୧୯ ବର୍ଷରେ ଆର୍‌ଆର୍‌ଏଚ୍‌ଏସ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିବର୍ଷ ସରକାରୀ ଭାବେ ୩୫୮ ଏବଂ ବେସରକାରୀ ଭାବେ ୯୪୩୮ଟି ଆର୍‌ଆର୍‌ଏଚ୍‌ଏସ୍‌ ନିର୍ମାଣ ହୋଇଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୨୦୧୯-୨୦ ଏବଂ ୨୦୨୦ -୨୧ ବର୍ଷରେ ଆର୍‌ଆର୍‌ଏଚ୍‌ଏସ୍‌ ନିର୍ମାଣରେ ଅଗ୍ରଗତି ଶୂନ ରହିଛି। ଏହି ଦୁଇ ଆର୍ଥିକ ବର୍ଷରେ ଯୋଜନାର ପ୍ରକଳ୍ପ ଅନୁମୋଦନ ଲାଭ କରି ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ସେହିଭଳି ଭୂତଳ ଜଳ ପୁନଃଭରଣ କ୍ଷେତ୍ରରେ ୨୦୧୯-୨୦ରେ ପୋଖରୀ ଓ ଗାଡ଼ିଆରେ କୂପ ଖନନ ମାଧ୍ୟମରେ ୧୭୯ ସମ୍ପୂର୍ଣ୍ଣ ହୋଇଛି। ୨୦୨୦-୨୧ ବର୍ଷର ଡିସେମ୍ବର ସୁଦ୍ଧା ୬୫ଟି ମଧ୍ୟରୁ ମାତ୍ର ୧୫ଟି ଶେଷ ହୋଇପାରିଛି। ବାୟୋ ଡାଇଭର୍ସିଟି ପାର୍କ ଏବଂ ଗ୍ରିନେରୀ/ପ୍ଲାଣ୍ଟେଶନ କ୍ଷେତ୍ରରେ ନଦୀ, ଡ୍ୟାମ୍‌ସାଇଟ୍‌, ବ୍ୟାରେଜ ଏବଂ କେନାଲ କଡ଼ରେ ୨୦୧୮ ବର୍ଷାଋତୁରେ ୧୦,୯୪,୬୯୯ ଚାରାଗଛ ଲଗାଯାଇଥିବା ବିଭାଗ ପକ୍ଷରୁ ଦାବି କରାଯାଉଛି। ହେଲେ ଏହି ଚାରା ପରବର୍ତ୍ତୀ ସମୟରେ ଗଛରେ ପରିଣତ ହୋଇଛି କି ନାହିଁ ତାହା ବିଭାଗ ପାଖରେ କୌଣସି ଖବର ନାହିଁ।

ଏନ୍‌ଜିଟି ମାମଲା ଉପରେ ଜଳ ସମ୍ପଦ ବିଭାଗ (ବେସିନ ପ୍ଲାନିଂ ଆଣ୍ଡ କ୍ଲାଇମେଟ୍‌ ଚେଞ୍ଜ୍‌) ମୁଖ୍ୟଯନ୍ତ୍ରୀ ବିଶ୍ୱମୋହନ ଆଚାର୍ଯ୍ୟ ଏକ ରିପୋର୍ଟ ପ୍ରସ୍ତୁତ କରି ଦର୍ଶାଇଛନ୍ତି ଯେ, ୨୦୧୧ରେ ‘ଦ ଓଡ଼ିଶା ଗ୍ରାଉଣ୍ଡ୍‌ ୱାଟର ଆଇନ’ କାର୍ଯ୍ୟକାରୀ ହୋଇଥିଲା। ତାହା ୨୦୧୯ଠାରୁ ଫଳପ୍ରଦ ହୋଇଛି। ଏଥିରେ ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ ୱାଟର ବୋର୍ଡ(ସିଜିଡବ୍ଲ୍ୟୁବି) ଏବଂ ଡିଷ୍ଟ୍ରିକ୍ଟ ଲେଭଲ ଇଭାଲ୍ୟୁଶନ କମିଟି(ଡିଏଲ୍‌ଇସି) ଶିଳ୍ପାଞ୍ଚଳରେ ଶୋଷୁଥିବା ଭୂତଳ ଜଳ ଉପରେ କଡ଼ା ନିୟନ୍ତ୍ରଣ କରିବେ ବୋଲି ଆଇନ ରହିଛି। ପ୍ରତି ୧୦ ବର୍ଷରେ ଗ୍ରାଉଣ୍ଡ ୱାଟର ଡେଭଲପମେଣ୍ଟର ମୁଖ୍ୟଯନ୍ତ୍ରୀ ଏବଂ ନିର୍ଦ୍ଦେଶକ ପର୍ଯ୍ୟାଲୋଚନା କରିବେ। ଏହାବାଦ ୨୮ା୧ା୨୦୨୧ ସୁଦ୍ଧା ରାଜ୍ୟରେ ୦.୫ ଏକର ଲେଖାଏ ଜଳସେଚନ କରୁଥିବା ୨୬,୭୯୯ଟି ଜଳାଶୟ ଚିହ୍ନଟ କରାଯାଇଛି। ଏନ୍‌ଜିଟି ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଙ୍କ ନିର୍ଦ୍ଦେଶ ଅନୁସାରେ ଜଳାଶୟର ପୁନରୁଦ୍ଧାର କରିବାକୁ ଏକ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଆଚାର୍ଯ୍ୟ ରିପୋର୍ଟରେ ଦର୍ଶାଇଛନ୍ତି।

ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ରାଜ୍ୟ ସରକାର ଭୂତଳ ଜଳସ୍ତର ହ୍ରାସ ଘଟଣାକୁ ଆଖିବୁଜି ଦେଇଛନ୍ତି। ଶିଳ୍ପ କାରଖାନାଗୁଡିକ ଚୁକ୍ତିଠାରୁ ବହୁ ଗୁଣରେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏହା ହିଁ ଭୂତଳ ଜଳ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି। ୨୦୧୬ ମେ ମାସରେ ରାଜ୍ୟରେ ଜଳ ସଂରକ୍ଷଣ ଓ ଭୂତଳ ଜଳ ପୁନଃଭରଣ ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଲାଗି ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ଏହାପରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର ଇନ୍‌ ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୬୦୮୩/୧୦ା୬ା୨୦୧୬ ଓ ୩୪୭୪/୧ା୬ା୨୦୧୬ରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାବାଦ୍‌ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସଚିବ ସୁଭାଷ ଚନ୍ଦ୍ର ଦାସ ତାଙ୍କ ପତ୍ରସଂଖ୍ୟା ୩୪୭୪/୧ା୬ା୨୦୧୬ରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଆଇସିଙ୍କୁ ଜଳ ସଂରକ୍ଷଣ ଓ ଭୂତଳ ଜଳ ପୁନଃଭରଣ ଉପରେ ପଦକ୍ଷେପ ନେବାକୁ ପତ୍ର ଲେଖିଥିଲେ। କିନ୍ତୁ ଏଯାଏ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri