ଝରାଫୁଲଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟୁନି: ଅଭିଯୁକ୍ତ ଶକ୍ତି ଶେଖରଙ୍କ ସୁରାକ ପାଉନି ପୋଲିସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଦିନକୁ ଦିନ ଆହୁରି ରହସ୍ୟ ଘେରକୁ ଚାଲିଯାଉଛି। ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ପୋଲିସ ଖୋଜି ପାଉନି କି ସ୍ପଷ୍ଟ କରୁନି। ଏହି ମାମଲାରେ କମିଶନରେଟ ପୋଲିସର ଖଣ୍ଡଗିରି ଥାନା ଓ ଯାଜପୁରର କୁଆଖିଆ ଥାନା ପୋଲିସ ତଦନ୍ତ କରୁଛି। ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ପଚରାଉଚରା କରିଥିଲେ ମଧ୍ୟ ପୋଲିସକୁ ସେପରି କିଛି ସୁଫଳ ମିଳିପାରିନି। ମୃତଦେହକୁ ଭୁବନେଶ୍ୱରରୁ ଯାଜପୁର ନେଇ ଫିଙ୍ଗିବାରେ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖରଙ୍କୁ ବି ଏଯାଏ ପୋଲିସ ଗିରଫ କରିପାରୁନି। ସେ ହିଁ ଏହି ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଖୋଦ୍‌ ପୋଲିସ କହୁଥିଲେ ମଧ୍ୟ କାହିଁକି ଏଯାଏ ଧରିପାରୁନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶକ୍ତି ଶେଖର ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ପୋଲିସ ତାଙ୍କ ଲୋକେଶନକୁ ଠାବ କରିଥିଲା ଓ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଥିଲେ। ହେଲେ ଏବେ ପୂରା ହାତ ଟେକି ଦେଇଛି ଦୁଇ ଥାନା ପୋଲିସ। ନିକଟରେ ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାର ମାତ୍ର ୮ ଦିନରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିବା ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିସହ କଟାମୁଣ୍ଡ ଜବତ କରି ବାହାବା ନେଇଥିଲା। ହେଲେ ଝରାଫୁଲ ଘଟଣାରେ କାହିଁକି କମିଶନରେଟ ପୋଲିସ ଯାଜପୁର ପୋଲିସ ଉପରେ ସବୁ ଦାୟିତ୍ୱ ଲଦିଦେଇ ଚୁପ୍‌ ବସୁଛି ବୋଲି ପ୍ରଶ୍ନ ଉଠୁଛି।
ଏପରି ସ୍ଥିତିରେ ଝିଅ ଝରାଫୁଲଙ୍କ ମୃତ୍ୟୁରେ ଭାଙ୍ଗିପଡିଥିବା ବାପା ରମାକାନ୍ତ ନାୟକ ପୂରା ଭାଙ୍ଗି ପଡ଼ିବା ସହ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି। ଯଦି ମାମଲାର ପର୍ଦ୍ଦାଫାଶ ନ ହୁଏ, ତା’ହେଲେ ବିଧାନସଭା ସାମ୍ନାରେ ସପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଝିଅକୁ କେବେ ନ୍ୟାୟ ମିଳିବ ବୋଲି ସେ କ୍ଷୋଭର ସହ କହିଛନ୍ତି। ଘଟଣା ପରଠୁ ଆମକୁ ନାନା ମାନସିକ ଦୁଶ୍ଚିନ୍ତାରେ ଦିନ କାଟିବାକୁ ପଡୁଛି। ଆମେ ଆଦିବାସୀ ବୋଲି ନ୍ୟାୟ ମିଳିବାରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି। ଏପରି ଏକ ସମ୍ବେଦନଶୀଳ ମାମଲାରେ ଯାଜପୁର ପୋଲିସ ଘଟଣାର ଦିନକ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଗିରଫ କରିବା ସହ ରିମାଣ୍ଡରେ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି। ସାକ୍ଷୀଙ୍କ ବୟାନ ରେକର୍ଡ, ବ୍ୟବହୃତ ସ୍କୁଟି ଓ ଅନ୍ୟାନ୍ୟସାମଗ୍ରୀ ଜବତ ସହ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସବୁକିଛି ପୋଲିସ ହାତରେ ଲାଗି ସାରିଛି। ବ୍ୟବହୃତ ସ୍କୁଟି ଜବତ ହେବା, ବାଣୀବିହାରଠାରୁ ଆରମ୍ଭ କରି ଗେଷ୍ଟ ହାଉସ୍‌ରୁ ସିସିଟିଭି ଫୁଟେଜ୍‌ ମିଳିବା ସହ ଅନେକ ସାକ୍ଷ୍ୟ ପ୍ରମାଣ ରହିଛି। ହେଲେ ରହସ୍ୟ କାହିଁକି ଉନ୍ମୋଚନ ହୋଇ ପାରୁନି ବୋଲି ସଙ୍ଗଠନ କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ଝରାଫୁଲ ନାୟକ ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଜାନୁୟାରୀ ୨୬ରେ ପ୍ରେମିକ ରାକେଶ ତାଙ୍କୁ ଭୁବନେଶ୍ୱର ବୁଲାଇବା ସହ ରାତିରେ ଧର୍ମବିହାରସ୍ଥିତ ଗେଷ୍ଟ ହାଉସ୍‌ରେ ରଖିଥିଲେ। ସେହି ରାତିରେ ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା। ୨୭ ତାରିଖ ସକାଳେ ରାକେଶ ଓ ସହଯୋଗୀ ଶକ୍ତିଶେଖର ମୃତଦେହକୁ ସ୍କୁଟିରେ ନେଇ ଯାଜପୁର ଜିଲା କୁଆଖିଆ ନିକଟ ମୂଳାପାଳରେ ଫିଙ୍ଗି ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?