ଝରାଫୁଲଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟୁନି: ଅଭିଯୁକ୍ତ ଶକ୍ତି ଶେଖରଙ୍କ ସୁରାକ ପାଉନି ପୋଲିସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଦିନକୁ ଦିନ ଆହୁରି ରହସ୍ୟ ଘେରକୁ ଚାଲିଯାଉଛି। ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ପୋଲିସ ଖୋଜି ପାଉନି କି ସ୍ପଷ୍ଟ କରୁନି। ଏହି ମାମଲାରେ କମିଶନରେଟ ପୋଲିସର ଖଣ୍ଡଗିରି ଥାନା ଓ ଯାଜପୁରର କୁଆଖିଆ ଥାନା ପୋଲିସ ତଦନ୍ତ କରୁଛି। ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ପଚରାଉଚରା କରିଥିଲେ ମଧ୍ୟ ପୋଲିସକୁ ସେପରି କିଛି ସୁଫଳ ମିଳିପାରିନି। ମୃତଦେହକୁ ଭୁବନେଶ୍ୱରରୁ ଯାଜପୁର ନେଇ ଫିଙ୍ଗିବାରେ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖରଙ୍କୁ ବି ଏଯାଏ ପୋଲିସ ଗିରଫ କରିପାରୁନି। ସେ ହିଁ ଏହି ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଖୋଦ୍‌ ପୋଲିସ କହୁଥିଲେ ମଧ୍ୟ କାହିଁକି ଏଯାଏ ଧରିପାରୁନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶକ୍ତି ଶେଖର ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ପୋଲିସ ତାଙ୍କ ଲୋକେଶନକୁ ଠାବ କରିଥିଲା ଓ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଥିଲେ। ହେଲେ ଏବେ ପୂରା ହାତ ଟେକି ଦେଇଛି ଦୁଇ ଥାନା ପୋଲିସ। ନିକଟରେ ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାର ମାତ୍ର ୮ ଦିନରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିବା ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିସହ କଟାମୁଣ୍ଡ ଜବତ କରି ବାହାବା ନେଇଥିଲା। ହେଲେ ଝରାଫୁଲ ଘଟଣାରେ କାହିଁକି କମିଶନରେଟ ପୋଲିସ ଯାଜପୁର ପୋଲିସ ଉପରେ ସବୁ ଦାୟିତ୍ୱ ଲଦିଦେଇ ଚୁପ୍‌ ବସୁଛି ବୋଲି ପ୍ରଶ୍ନ ଉଠୁଛି।
ଏପରି ସ୍ଥିତିରେ ଝିଅ ଝରାଫୁଲଙ୍କ ମୃତ୍ୟୁରେ ଭାଙ୍ଗିପଡିଥିବା ବାପା ରମାକାନ୍ତ ନାୟକ ପୂରା ଭାଙ୍ଗି ପଡ଼ିବା ସହ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି। ଯଦି ମାମଲାର ପର୍ଦ୍ଦାଫାଶ ନ ହୁଏ, ତା’ହେଲେ ବିଧାନସଭା ସାମ୍ନାରେ ସପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଝିଅକୁ କେବେ ନ୍ୟାୟ ମିଳିବ ବୋଲି ସେ କ୍ଷୋଭର ସହ କହିଛନ୍ତି। ଘଟଣା ପରଠୁ ଆମକୁ ନାନା ମାନସିକ ଦୁଶ୍ଚିନ୍ତାରେ ଦିନ କାଟିବାକୁ ପଡୁଛି। ଆମେ ଆଦିବାସୀ ବୋଲି ନ୍ୟାୟ ମିଳିବାରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି। ଏପରି ଏକ ସମ୍ବେଦନଶୀଳ ମାମଲାରେ ଯାଜପୁର ପୋଲିସ ଘଟଣାର ଦିନକ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଗିରଫ କରିବା ସହ ରିମାଣ୍ଡରେ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି। ସାକ୍ଷୀଙ୍କ ବୟାନ ରେକର୍ଡ, ବ୍ୟବହୃତ ସ୍କୁଟି ଓ ଅନ୍ୟାନ୍ୟସାମଗ୍ରୀ ଜବତ ସହ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସବୁକିଛି ପୋଲିସ ହାତରେ ଲାଗି ସାରିଛି। ବ୍ୟବହୃତ ସ୍କୁଟି ଜବତ ହେବା, ବାଣୀବିହାରଠାରୁ ଆରମ୍ଭ କରି ଗେଷ୍ଟ ହାଉସ୍‌ରୁ ସିସିଟିଭି ଫୁଟେଜ୍‌ ମିଳିବା ସହ ଅନେକ ସାକ୍ଷ୍ୟ ପ୍ରମାଣ ରହିଛି। ହେଲେ ରହସ୍ୟ କାହିଁକି ଉନ୍ମୋଚନ ହୋଇ ପାରୁନି ବୋଲି ସଙ୍ଗଠନ କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ଝରାଫୁଲ ନାୟକ ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଜାନୁୟାରୀ ୨୬ରେ ପ୍ରେମିକ ରାକେଶ ତାଙ୍କୁ ଭୁବନେଶ୍ୱର ବୁଲାଇବା ସହ ରାତିରେ ଧର୍ମବିହାରସ୍ଥିତ ଗେଷ୍ଟ ହାଉସ୍‌ରେ ରଖିଥିଲେ। ସେହି ରାତିରେ ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା। ୨୭ ତାରିଖ ସକାଳେ ରାକେଶ ଓ ସହଯୋଗୀ ଶକ୍ତିଶେଖର ମୃତଦେହକୁ ସ୍କୁଟିରେ ନେଇ ଯାଜପୁର ଜିଲା କୁଆଖିଆ ନିକଟ ମୂଳାପାଳରେ ଫିଙ୍ଗି ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri