ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୧୫।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲ ସହ ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରାଜ୍ୟରେ ସବୁକିଛି ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ବନ୍ଦ ପାଳନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ତେବେ ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହନ, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଗାଡ଼ିକୁ ଏଥିରୁ ବାଦ୍‌ ଦିଆଯିବ। ସେହିପରି ଯେଉଁ ଗାଡ଼ିରେ ଫୁଲ ସଜା ହୋଇଥିବ, ତାକୁ ମଧ୍ୟ ବନ୍ଦ ଡାକରାରୁ ବାଦ୍‌ ଦିଆଯିବ। ଅର୍ଥାତ୍‌ ବିବାହ ପାଇଁ ଯାଉଥିବା ଗାଡିକୁ ଏଥିରୁ ବାଦ୍‌ ଦିଆଯିବ। ସାଧାରଣ ଲୋକଙ୍କ ଲାଗି ଯେପରି ଅସୁବିଧା ହେବ ନାହିଁ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି। କିଛିଦିନ ତଳେ ନିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ତେଲ ଦର ଉପରୁ ଲିଟର ପିଛା ୧୦ ଟଙ୍କା ଦର ହ୍ରାସ କରି ଲୋକଙ୍କ ଉପରୁ ବୋଝ କମାଇବାକୁ ଅନୁରୋଧ କରିଥିଲେ ନଚେତ୍‌ ୧୫ରେ ରାଜ୍ୟ ବନ୍ଦ କରାଯିବ ବୋଲି କହିଥିଲେ। ତେବେ ଏବେ କେବଳ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଗ୍ୟାସ୍‌ର ଦର ବୃଦ୍ଧି ନୁହେଁ, ବରଂ ବେକାରି

ସମସ୍ୟା, ରାଜ୍ୟରେ ବଢ଼ି ଚାଲିଥିବା ନାରୀ ଓ ଶିଶୁ ନିର୍ଯାତନା, ବିଗିଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ ରଖାଯାଇଥିବା ବେଳେ ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ରାଜ୍ୟ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି, ବନ୍ଦ ଡାକରାକୁ ସମର୍ଥନ ଦେଇ କେବଳ ବନ୍ଦ ସମୟରେ ବସ୍‌ ଚଳାଚଳ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ବନ୍ଦ ସମୟରେ ଢେଲା ମାଡ଼ କିମ୍ବା ବସ୍‌ ପୋଡ଼ାଜଳାର ଆଶଙ୍କା ରହିଛି। ସେହିପରି ବନ୍ଦ ଡାକରା ପରେ ଲୋକଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଦିନ ୧ଟା ପରେ ବସ୍‌ ଚଳାଚଳକୁ ସ୍ବାଭାବିକ କରାଯିବ ବୋଲି ବୋଲି ଆଚାର୍ଯ୍ୟ କହିଛନ୍ତି। ସମାନଭାବେ ସରକାରୀ କର୍ମଚାରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ କର୍ମଚାରୀଙ୍କୁ ସକାଳ ୯ଟା ୧୫ ସୁଦ୍ଧା ଅଫିସରେ ପହଞ୍ଚିବାକୁ କୁହାଯାଇଛି। ସେହିପରି ଲୋକସେବା ଭବନର ସମ୍ମୁଖ ଗେଟ୍‌ ବନ୍ଦ ରହିବା ଲାଗି ନିଷ୍ପତ୍ତି ହୋଇଛି। ସବୁ କର୍ମଚାରୀ ନିଜର ପାସ୍‌ ଏବଂ ଯଦି ଚାରି ଚକିଆରେ ଆସନ୍ତି ତେବେ କାର୍‌ ପାସ୍‌ ଆଣି ଆସିବେ। ରାସ୍ତାରେ କିମ୍ବା କେଉଁ ସ୍ଥାନରେ କର୍ମଚାରୀ ଯଦି କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନଙ୍କ ପାଇଁ ଲୋକସେବା ଭବନ ସିକ୍ୟୁରିଟି ଅଫିସରଙ୍କ ଲ୍ୟାଣ୍ଡଲାଇନ ନମ୍ବର ଜାରି କରାଯାଇଛି। ସେମାନେ ଯୋଗାଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରଠାରୁ ଏବେ ସୁଦ୍ଧା ପେଟ୍ରୋଲ, ଡିଜେଲ ଦର ପ୍ରାୟ ୨୭ ଥର ବୃଦ୍ଧି ହୋଇସାରିଛି। ଜାନୁୟାରୀରୁ ଏବେ ସୁଦ୍ଧା ତୈଳ ଦର କେନ୍ଦ୍ର ସରକାର ୧୮ ଥର ବୃଦ୍ଧି କରିଛନ୍ତି। ୨୦୨୧-୨୨ ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ୫୦ ପଇସା ଏବଂ ୪ଟଙ୍କା କୃଷି ସେସ୍‌ ଲଗାଇବା ନେଇ ଘୋଷଣା କରିଛନ୍ତି। ଏପରି କି ଏହି ସେସ୍‌ ପ୍ରଭାବ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିବ ନାହିଁ କିମ୍ବା ତେଲ ଦର ବଢ଼ିବନି ବୋଲି କୁହାଯାଇଛି। ସେହିପରି ବର୍ଦ୍ଧିତ ସେସ୍‌ ତୈଳ କମ୍ପାନୀଗୁଡ଼ିକ ବହନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ପଷ୍ଟ କରିଥିଲେ। ଏହା ଭିତରେ ୮ଟି ପର୍ଯ୍ୟାୟରେ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଅତିରିକ୍ତ ବୋଝ ପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ କ୍ୟାଚ୍‌ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର…

ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧: ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି…

ଧନତେରସ ପୂର୍ବରୁ ବଜାରରେ ଚହଳ! ୯ଘଣ୍ଟାରେ ୮ହଜାର ଖସିଲା ସୁନା-ରୂପା ଦର, ଏକ୍ସପର୍ଟ କହିଲେ ଆଗକୁ…

ନୂଆଦିଲ୍ଲୀ,୪।୧୧: ଦୀପାବଳି ଏବଂ ଧନତେରସ ପୂର୍ୱରୁ ସୁନା ଏବଂ ଚାନ୍ଦି ଦରରେ ପ୍ରବଳ ଉପର-ତଳ ଦେଖିବାକୁ ମିଳୁଛି। ସୁନା ଓ ଚାନ୍ଦିର ଚମକ କେତେବେଳେ ଫିକା ପଡ଼ୁଥିବା…

ବର୍ଷ ଶେଷରେ ଏହି ଗୋଟିଏ ରାଶି ପାଇଁ କାଳ ସାଜିବେ ରାହୁ: ହେବ ଧନହାନି, ଦେଖାଯିବ ଭୟଙ୍କର ସ୍ବାସ୍ଥ୍ୟସମସ୍ୟା!

ବର୍ଷର ଶେଷ ଦିନଗୁଡ଼ିକ ମକର ରାଶିର ଲୋକଙ୍କ ପାଇଁ କିପରି ରହିବ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କେଉଁ ସବୁ ପରିବର୍ତ୍ତନ ଆସିବ, ତାହା ରାଶିଫଳ ମାଧ୍ୟମରେ ଜାଣିହେବ।…

ମ୍ୟାଚ ମଝିରେ ଏମିତି ଚମତ୍କାର କାରନାମା କଲେ ରୋହିତ, ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ, ସମାଲୋଚକଙ୍କୁ ଦେଲେ କଡ଼ା ଜବାବ!

ନୂଆଦିଲ୍ଲୀ, ୪।୧୧: ରୋହିତ ଶର୍ମା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମତ୍କାର ଫିଲ୍ଡିଂ କରି ଡେରିଲ ମିଚେଲଙ୍କୁ ରନ ଆଉଟ କରିଛନ୍ତି। ରୋହିତଙ୍କ ଏହି…

ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍‌ରେ ଅଲଆଉଟ୍‌ ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୪୦.୨ ଓଭରରେ…

ଆମେରିକୀୟ ସଂସଦରେ ଭାରତୀୟଙ୍କ ଦବ୍‌ଦବା; ବାଜିମାତ୍‌ କଲେ ପିୟା ଡାଣ୍ଡିଆ, ଆମେରିକାରେ ହଲଚଲ

ଓ଼୍ବାଶିଂଟନ,୪।୧୧: ଆମେରିକାରେ ମିଡଟର୍ମ ନିର୍ୱାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏହି ର୍ନିବାଚନର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଦେଖିବାକୁ ମିଳିବ। ଗଣତି ଚାଲିଛି ଏବଂ…

ସୁପରମ୍ୟାନ୍‌ ସାଜିଲେ ବିରାଟ କୋହଲି, ୩୭ ବର୍ଷ ବୟସରେ ଏମିତି କ୍ୟାଚ୍‌ ଧରିଲେ ଅମ୍ପାୟର ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଇଡେନ ପାର୍କରେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍ଡିଂ ଏବେ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ କୋହଲି ନିଜର ଚମତ୍କାର ଫିଲ୍ଡିଂ ଦକ୍ଷତା ଦେଖାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?