ରାଜ୍ୟ

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୋଲିସ ସୋମବାର ୨୨୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ…

ଆଜି ଆଉ ୧୬ ଜୀବନ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ; ମୃତ୍ୟୁସଂଖ୍ୟା ୧୫୪୩କୁ ବୃଦ୍ଧି

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪୩ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ…

ଆଜି ରାଜ୍ୟରେ ୭୪୯ ପଜିଟିଭ୍‌ ଚିହ୍ନଟ: ବୌଦ୍ଧରେ ଶୂନ, ବାକି ୨୯ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସୋମବାର  ରାଜ୍ୟର ୨୯ ଜିଲାରୁ ୭୪୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୯,୪୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୩୭ ଜଣ…

ପୂର୍ବତଟ ରେଳପଥକୁ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ୱର,୧୬।୧୧ (ବ୍ୟୁରୋ): ଭାରତୀୟ ରେଳପଥର ସବୁପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ସମ୍ମାନଜନକ ‘ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ବେଷ୍ଟ ଜୋନାଲ ରେଲ୍‌ୱେ ସିଲ୍ଡ -୨୦୨୦’ ମିଳିବ। ଯେକୌଣସି ଜୋନାଲ ରେଳପଥ ପାଇଁ ଏହା ଅତ୍ୟନ୍ତ…

ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ରକୁ ୩ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଓଡ଼ିଶାରୁ ନିର୍ମିତ କରୋନା ଆଧାରିତ ସାଇଲେଣ୍ଟ୍‌ ଶର୍ଟ ଫିଲ୍ମ ‘ଓ୍ବାରିଅର୍ସ ଓ୍ବାର୍‌ ଓ୍ବିଦିନ’ ୩ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଗଜେନ୍ଦ୍ର କୁମାର ପାଢୀଙ୍କ ୧୨ ମିନିଟ୍‌ ୨୨ ସେକେଣ୍ଡର ଏହି ଫିଲ୍ମ ଚଳିତବର୍ଷ ଆମେରିକା,…

୫ ନୂଆ ପ୍ରଜାତିର ସାପ ଆବିଷ୍କାର କଲେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ଡ. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ବୈଜ୍ଞାନିକ ଟିମ୍‌ ଏକକାଳୀନ ୫ ପ୍ରଜାତିର ସାପ ଆବିଷ୍କାର କରିଛନ୍ତି। ଏହା ବିଶ୍ୱର ଅନ୍ୟତମ ଲୋକପ୍ରିୟ…

ପରିବେଶକୁ ଫ୍ଲାଏ ଆଶ୍‌ ବିପଦ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ୧୦୦ ପ୍ରତିଶତ ଉପଯୋଗ ହୋଇ ପାରୁନାହିଁ। ଅନେକ ସମୟରେ ପାଉଁଶ ପୋଖରୀ ଭାଙ୍ଗି ଚାଷଜମିରେ ମାଡି ଯାଉଛି। ପରିବେଶ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଆଇନ ଉଲ୍ଲଂଘନକାରୀ କମ୍ପାନୀଗୁଡିକ ଠାରୁ…

ଚାପିଦେଲେ ନା ଭୁଲିଗଲେ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ରୋକିବା ସହ ଜଙ୍ଗଲ ସୁରକ୍ଷା ଓ ଅପରାଧୀ ଦମନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଢାଞ୍ଚାରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଏସ୍‌ଏସ୍‌ଏଫ୍‌) ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୧୨ ବର୍ଷ…

ଓଡ଼ିଶା ଷ୍ଟାର୍ଟଅପ୍‌ ଲିଡ୍‌ର

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଜାତୀୟସ୍ତରରେ ଷ୍ଟାର୍ଟଅପ୍‌ ଲିଡ୍‌ର ସ୍ବୀକୃତି ହାସଲ କରିବାରେ ଓଡ଼ିଶା ସଫଳ ହୋଇପାରିଛି। ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାକୁ ଏହି ସ୍ଥାନ ମିଳିଛି। ଏହା ମଧ୍ୟରେ ରାଜ୍ୟର ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ…

ବିଦେଶକୁ ଚାଲିଯାଉଛି କଞ୍ଚାମାଲ: ମୁହଁ ଫେରାଇଲେଣି ୯ ଷ୍ଟିଲ୍‌ କମ୍ପାନୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପର ଉନ୍ନତି ଏବଂ ଏ କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି। ନୂତନ ଶିଳ୍ପ ନୀତିରୁ ଆରମ୍ଭକରି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ…

ବଜାର ବୁଲାଇ ନେବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାରିପଦା,୧୫ା୧୧-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଶନିବାର ପୁଣି ଏକ ଲଜ୍ଜାଜନକ ଘଟିଛି। ସନ୍ଧ୍ୟାରେ ସମସ୍ତେ…

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୩୪୬ ସଂକ୍ରମିତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୩୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୨୬, କଟକରୁ ୧୧୦, ଅନୁଗୋଳରୁ ୬୫, ବଲାଙ୍ଗୀରରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୪,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri