୨୦୪୧ ସୁଦ୍ଧା ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପରିକଳ୍ପନା ନାହିଁ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଆସନ୍ତା ୨୦ ବର୍ଷ ଅର୍ଥାତ୍‌ ୨୦୪୧ ଯାଏ କଟକ ଓ ଭୁବନେଶ୍ୱର ସୁଦ୍ଧା ମେଟ୍ରୋ ଟ୍ରେନ୍‌ର ପରିକଳ୍ପନା ନାହିଁ। ଆବଶ୍ୟକ ଜନସଂଖ୍ୟା ନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ମେଟ୍ରୋ ରେଳସେବା ଆରମ୍ଭ ହୋଇପାରିବ ନାହିଁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମୂଳ ପ୍ରଶ୍ନ ନଂ. ୫୮୪ରେ ପଚାରିଥିଲେ ଯେ, ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚାଲିବା ପ୍ରସ୍ତାବ ସରକାରଙ୍କ ଧୂଆଁବାଣ କି। ଏହି ପ୍ରକଳ୍ପ ପାଇଁ କେଉଁ କମ୍ପାନୀକୁ କେତେ ଅର୍ଥ ଦିଆଯାଇଛି। ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ିବାର କାରଣ କ’ଣ। ମନ୍ତ୍ରୀ କହିଲେ, ମେଟ୍ରୋ ଟ୍ରେନ୍‌ କାର୍ଯ୍ୟକାରୀ କରାଯାଇ ନ ଥିବାରୁ କାୈଣସି କମ୍ପାନୀକୁ ଅର୍ଥ ପ୍ରଦାନ କରାଯାଇ ନାହିଁ। ପୁଣି ମୂଳ ପ୍ରଶ୍ନକର୍ତ୍ତା ପଚାରିଲେ, ମନ୍ତ୍ରୀ ମହାଶୟ ସତକଥା କହିବେ। ୨୦୧୩-୧୪ରେ ମେଟ୍ରୋ ଟ୍ରେନ୍‌ ଚଳାଇବାକୁ ହାଇଦ୍ରାବାଦର ଏକ କମ୍ପାନୀକୁ ୨ କୋଟି ୩୫ ଲକ୍ଷ ଟଙ୍କା ଦିଆଯାଇଥିଲା। ସେ କମ୍ପାନୀକୁ କାହିଁିକି ପଇସା ଦିଆଗଲା। କେବେ ସୁଦ୍ଧା ମେଟ୍ରୋ ଟ୍ରେନ୍‌ ସୁବିଧା ହେବ। କେନ୍ଦ୍ର ସରକାରଙ୍କୁ ଏନେଇ କାହିଁିକି ପ୍ରସ୍ତାବ ଦିଆଗଲା ନାହିଁ। ମନ୍ତ୍ରୀ କହିଲେ, ୨୦୧୩ରେ କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ସେବା ପ୍ରକଳ୍ପ କରିବାକୁ ସରକାର ଉଦ୍ୟମ କରିଥିଲେ। ସର୍ଭେ କରିବାକୁ ଟେଣ୍ଡର ଡକାଯାଇଥିଲା। ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ। ହାଇଦ୍ରାବାଦର ଏକ କମ୍ପାନୀ ବାଲାଜୀ ରେଲ ରୋଡ୍‌ ସିଷ୍ଟମ ଲିମିଟେଡ ଦକ୍ଷିଣ କୋରିଆର ଏକ କମ୍ପାନୀ ସହ ମିଶି କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଫିଜିବିଲିଟି ସର୍ଭେ କରିଥିଲେ। ସେଥିପାଇଁ ୧୨ଲକ୍ଷ ଟଙ୍କା ଦିଆଯାଇଥିଲା। ସର୍ଭେ ପରେ ସେହି କମ୍ପାନୀ ରିପୋର୍ଟ ଦେଇଥିଲା। ୨୦୪୧ ପର୍ଯ୍ୟନ୍ତ ଦ୍ୱୈତ ନଗରୀର ଜନସଂଖ୍ୟା ଦୃଷ୍ଟିରୁ ମେଟ୍ରୋ ଟ୍ରେନ୍‌ ଚାଲିବା ସମ୍ଭବ ହେବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା। ସେଥିଯୋଗୁ ସରକାର ଏହି ପ୍ରକଳ୍ପରୁ ଓହରି ଯାଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏ ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ଆଗାମୀ ଦିନରେ କଟକ-ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା ଓ ଚଣ୍ଡିଖୋଲ ଯାଏ ମେଟ୍ରୋ ଟ୍ରେନ ଚଳାଇବାକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତାବ ଦିଆଯିବ। ବିଜେଡି ସଭ୍ୟ ଅମର ଶତପଥୀ ପଚାରିଲେ, ଅନେକ ଛୋଟ ସହରରେ ମେଟ୍ରୋ ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି। କେଉଁ ଜନସଂଖ୍ୟା ଆଧାରରେ ସର୍ଭେ କରାଯାଇଥିଲା। ଇତିମଧ୍ୟରେ ଜନସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି। ଆଉଥରେ ସର୍ଭେ କରିବେ କି। ମନ୍ତ୍ରୀ କହିଲେ, ଜନସଂଖ୍ୟା ହେଉ ନ ଥିବାରୁ କଟକ, ଭୁବନେଶ୍ୱର ସହିତ ପୁରୀ, ଖୋର୍ଦ୍ଧା, ଜଟଣୀ ଓ ଚଣ୍ଡିଖୋଲ ଯାଏ ଏହାକୁ ସମ୍ପ୍ରସାରଣ କରିବାକୁ ଯୋଜନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଏକମାତ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ଗୁରୁଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri