୨୦୪୧ ସୁଦ୍ଧା ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପରିକଳ୍ପନା ନାହିଁ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଆସନ୍ତା ୨୦ ବର୍ଷ ଅର୍ଥାତ୍‌ ୨୦୪୧ ଯାଏ କଟକ ଓ ଭୁବନେଶ୍ୱର ସୁଦ୍ଧା ମେଟ୍ରୋ ଟ୍ରେନ୍‌ର ପରିକଳ୍ପନା ନାହିଁ। ଆବଶ୍ୟକ ଜନସଂଖ୍ୟା ନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ମେଟ୍ରୋ ରେଳସେବା ଆରମ୍ଭ ହୋଇପାରିବ ନାହିଁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମୂଳ ପ୍ରଶ୍ନ ନଂ. ୫୮୪ରେ ପଚାରିଥିଲେ ଯେ, ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚାଲିବା ପ୍ରସ୍ତାବ ସରକାରଙ୍କ ଧୂଆଁବାଣ କି। ଏହି ପ୍ରକଳ୍ପ ପାଇଁ କେଉଁ କମ୍ପାନୀକୁ କେତେ ଅର୍ଥ ଦିଆଯାଇଛି। ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ିବାର କାରଣ କ’ଣ। ମନ୍ତ୍ରୀ କହିଲେ, ମେଟ୍ରୋ ଟ୍ରେନ୍‌ କାର୍ଯ୍ୟକାରୀ କରାଯାଇ ନ ଥିବାରୁ କାୈଣସି କମ୍ପାନୀକୁ ଅର୍ଥ ପ୍ରଦାନ କରାଯାଇ ନାହିଁ। ପୁଣି ମୂଳ ପ୍ରଶ୍ନକର୍ତ୍ତା ପଚାରିଲେ, ମନ୍ତ୍ରୀ ମହାଶୟ ସତକଥା କହିବେ। ୨୦୧୩-୧୪ରେ ମେଟ୍ରୋ ଟ୍ରେନ୍‌ ଚଳାଇବାକୁ ହାଇଦ୍ରାବାଦର ଏକ କମ୍ପାନୀକୁ ୨ କୋଟି ୩୫ ଲକ୍ଷ ଟଙ୍କା ଦିଆଯାଇଥିଲା। ସେ କମ୍ପାନୀକୁ କାହିଁିକି ପଇସା ଦିଆଗଲା। କେବେ ସୁଦ୍ଧା ମେଟ୍ରୋ ଟ୍ରେନ୍‌ ସୁବିଧା ହେବ। କେନ୍ଦ୍ର ସରକାରଙ୍କୁ ଏନେଇ କାହିଁିକି ପ୍ରସ୍ତାବ ଦିଆଗଲା ନାହିଁ। ମନ୍ତ୍ରୀ କହିଲେ, ୨୦୧୩ରେ କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ରେଳ ସେବା ପ୍ରକଳ୍ପ କରିବାକୁ ସରକାର ଉଦ୍ୟମ କରିଥିଲେ। ସର୍ଭେ କରିବାକୁ ଟେଣ୍ଡର ଡକାଯାଇଥିଲା। ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ। ହାଇଦ୍ରାବାଦର ଏକ କମ୍ପାନୀ ବାଲାଜୀ ରେଲ ରୋଡ୍‌ ସିଷ୍ଟମ ଲିମିଟେଡ ଦକ୍ଷିଣ କୋରିଆର ଏକ କମ୍ପାନୀ ସହ ମିଶି କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଫିଜିବିଲିଟି ସର୍ଭେ କରିଥିଲେ। ସେଥିପାଇଁ ୧୨ଲକ୍ଷ ଟଙ୍କା ଦିଆଯାଇଥିଲା। ସର୍ଭେ ପରେ ସେହି କମ୍ପାନୀ ରିପୋର୍ଟ ଦେଇଥିଲା। ୨୦୪୧ ପର୍ଯ୍ୟନ୍ତ ଦ୍ୱୈତ ନଗରୀର ଜନସଂଖ୍ୟା ଦୃଷ୍ଟିରୁ ମେଟ୍ରୋ ଟ୍ରେନ୍‌ ଚାଲିବା ସମ୍ଭବ ହେବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା। ସେଥିଯୋଗୁ ସରକାର ଏହି ପ୍ରକଳ୍ପରୁ ଓହରି ଯାଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏ ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ଆଗାମୀ ଦିନରେ କଟକ-ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା ଓ ଚଣ୍ଡିଖୋଲ ଯାଏ ମେଟ୍ରୋ ଟ୍ରେନ ଚଳାଇବାକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତାବ ଦିଆଯିବ। ବିଜେଡି ସଭ୍ୟ ଅମର ଶତପଥୀ ପଚାରିଲେ, ଅନେକ ଛୋଟ ସହରରେ ମେଟ୍ରୋ ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି। କେଉଁ ଜନସଂଖ୍ୟା ଆଧାରରେ ସର୍ଭେ କରାଯାଇଥିଲା। ଇତିମଧ୍ୟରେ ଜନସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି। ଆଉଥରେ ସର୍ଭେ କରିବେ କି। ମନ୍ତ୍ରୀ କହିଲେ, ଜନସଂଖ୍ୟା ହେଉ ନ ଥିବାରୁ କଟକ, ଭୁବନେଶ୍ୱର ସହିତ ପୁରୀ, ଖୋର୍ଦ୍ଧା, ଜଟଣୀ ଓ ଚଣ୍ଡିଖୋଲ ଯାଏ ଏହାକୁ ସମ୍ପ୍ରସାରଣ କରିବାକୁ ଯୋଜନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?