ମୟୂରଭଞ୍ଜରେ ପୁଣି ଭୂକମ୍ପ ଝଟକା
ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ.ଏ.),୨୫ା୧୨-ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଜିଲାର ବଡ଼ସାହି, ବେତନଟୀ, ବୈଶିଙ୍ଗା, ଖୁଣ୍ଟା ଓ ଗୋପବନ୍ଧୁନଗର ଆଦି ଅଞ୍ଚଳରେ ଅନୁଭୂତ ଏହି ମୃଦୁ ଭୂମିକମ୍ପ ବିଷୟରେ ଲୋକେ ହଠାତ୍ କିଛି…
ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ଗୁଳି ଓ ବନ୍ଧୁକ
ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଶୁକ୍ରବାର କମିଶନରେଟ ପୋଲିସ ଚଢାଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।…
ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବଡ଼ ମେଡିକାଲରେ ଭର୍ତ୍ତି
କଟକ ଅଫିସ,୨୫।୧୨: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। ଡି. ପ୍ରକାଶ ରାଓ ଗୁରୁବାରଠାରୁ ଅସୁସ୍ଥ…
ଥରିଲା ବାଲେଶ୍ୱର
ବାଲେଶ୍ୱର ଅଫିସ, ୨୫।୧୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରର ଖେଳିଯାଇଛି। ଭୂକମ୍ପର ତିବ୍ରତା କେତେ ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ସେହିପରି କେତେ ପରିମାଣର…
ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନର ପ୍ରମୁଖ ଉପଦେଷ୍ଟା, କୃଷି ବ୍ୟବସାୟ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ମଧ୍ୟ ତୁଲାଇବେ। ୨୦୧୯ ମସିହା ଅଗଷ୍ଟ ୧୯…
ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍ ତ୍ରିପାଠୀଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ୱରେ ଥିଲେ। ୧୯୮୬ ମସିହାର ଆଇଏଏସ୍ ଅଧିକାରୀ…
ଏପଟେ ୩୨୫ କରୋନା ପଜିଟିଭ୍ ଚିହ୍ନଟ, ସେପଟେ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୮୭ ଜଣ ଚିହ୍ନଟ…
ହାଟ ଖୋଜୁଛି ବାଟ
କାମାକ୍ଷାନଗର, ୨୫।୧୨: ହାଟ କେବଳ ବ୍ୟବସାୟିକ କେନ୍ଦ୍ରସ୍ଥଳ ନୁହେଁ, ଅଧିକନ୍ତୁ ଏହା ସାମାଜିକ, ସାଂସ୍କୃତିକ ଭାବଧାରାର ପ୍ରତୀକ। ଦ୍ରୁତ ସହରୀକରଣ, ମଲ୍ କଲ୍ଚର, ଅନ୍ଲାଇନ୍ ମାର୍କେଟିଂ ସତ୍ତ୍ୱେ ହାଟ ନିଜର ଅସ୍ତିତ୍ୱ ବଜାୟ ରଖିଛି। ତେବେ ଶତାଧିକ ବ୍ୟବସାୟୀ ଏବଂ ଗ୍ରାହକଙ୍କ…
ବିଜେଡି ଜିଲା ସଭାପତି ଓ ଧର୍ମଗଡ ବିଧାୟକଙ୍କ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଲୋକାର୍ପଣ ନେଇ ସୂଚନା
କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଧର୍ମଗଡ ବିଧାୟକ ମୌଷଧି ବାଗ ଗୁରୁବାର କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଛନ୍ତି। ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ…
ଯୁବତୀ ଚାଲାଣକାରୀ ଗିରଫ
ଲହୁଣୀପଡା, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରୁ ଯୁବତୀ ଚାଲାଣ କରୁଥିବା ଦଲାଲଙ୍କୁ ପୋଲିସ କରିଛି। ଯୁବତୀ ଚୋରା ଚାଲାଣର ଦଲାଲଙ୍କୁ ଦୀର୍ଘ ୮ମାସ ପରେ ଚାନ୍ଦିପୋଷ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁସୁମ ଟୋଲା…
ଆମପାଣି ବୁଢ଼ାରଜା ମନ୍ଦିରକୁ ସନ୍ଧ୍ୟା ନଇଁଲେ ଆସୁଛି ଭାଲୁ
କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲାର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ତଳେ ପୂଜା ପାଉଛନ୍ତି ଆଦିବାସୀ ଜନମାନସର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା। ସାହାଜଖୋଲ ଜଙ୍ଗଲ ପାଦଦେଶରେ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ରହିଛି। ଆଜିକୁ କିଛିଦିନ ହେବ ସନ୍ଧ୍ୟା…
ଭିନ୍ନକ୍ଷମ ପରିଚୟ ପ୍ରଦାନ କର୍ମଶାଳା
ଦେବଗଡ, ୨୫ା୧୨(ଡ଼ି.ଏନ୍.ଏ.)-ଦେବଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ପରିଚୟ ପ୍ରଦାନ ନିମନ୍ତେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ…
Archives


