ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ

କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ବଣପାହାଡ଼ ଘେରା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ଏହି ସାହିରେ ଆଦିବାସୀ ସମ୍ପ୍ରଦାୟର ୮୦ ପରିବାରର ପ୍ରାୟ ୩୦୦ ଲୋକ ବାସ କରନ୍ତି। ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଓ ଜିଲା ପ୍ରଶାସନର ‘ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମ ଏଠାରେ ଅପହଞ୍ଚ ହୋଇ ପଡ଼ିଛି। ବିଦ୍ୟାଳୟ ଯାଇ ପାରୁ ନ ଥିବା ଶିଶୁଙ୍କ ସମେତ ପ୍ରାୟ ୧୦ ବିଦ୍ୟାଳୟ ବାହାର (ଡ୍ରପ୍‌ ଆଉଟ) ପିଲା ଥିଲେ ହେଁ ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା । ଏହି ପିଲାମାନେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଅଧିକାରୀମାନେ କାଗଜ କଲମରେ ଦର୍ଶାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନିଶ୍ଚିତ ଶିକ୍ଷା ଯୋଜନାରେ ଗତ ୨୦୦୩-୦୪ ଶିକ୍ଷା ବର୍ଷରେ ଏହି ସାହିରେ ଏକ ଇଜିଏସ କେନ୍ଦ୍ର ଖୋଲା ଯାଇ ଜଣେ ସ୍ବେଚ୍ଛାସେବୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଥିବା ଏହି କେନ୍ଦ୍ର ଗୁଡ଼ିକୁ ସରକାରଙ୍କ ପକ୍ଷରୁ ନୂତନ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିବା ବେଳେ ପ୍ରଶାସନିକ ଅବହେଳା ପାଇଁ ଉକ୍ତ ଇଜିଏସ କେନ୍ଦ୍ରଟି ନୂତନ ପ୍ରାଥମିକ ବିଦ୍ୟାଳୟକୁ ରୂପାନ୍ତରିତ ହୋଇପାରିନାହିଁ। ଫଳରେ ଏହି ଆଦିବାସୀ ସାହିର ପ୍ରାୟ ୮୦ ପିଲା ଶିକ୍ଷାଦାନ ସହିତ ସରକାରଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିିତ ହେଉଥିବା ସମାଜସେବୀ ଜୟ ମୁର୍ର୍ମୁୁ ପ୍ରକାଶ କରଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର କେତେକ ପିଲା ଦୀର୍ଘ ଦୁଇ କି.ମି. ଦୂର ବଣ ଜଙ୍ଗଲ ରାସ୍ତାରେ ଶାଣଦେଇ କଟୁରିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଏଠାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ବହୁବାର ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କର ଶୁଭ ଦୃଷ୍ଟି ଏହି ଗ୍ରାମ ଉପରେ ପଡ଼ି ନ ଥିବା ଗ୍ରାମର ସୁକାନ୍ତ ସିଂ, ବିଜୟ ସିଂ ଓ ଧନୁର୍ଜୟ ମହାନ୍ତ ପ୍ରକାଶ କରିଛନ୍ତି। ସେହିପରି ଏହି ଗ୍ରାମରେ ଏତେ ସଂଖ୍ୟକ ଛୋଟଛୋଟ ପିଲା ଥିଲେ ହେଁ ଅଦ୍ୟାବଧି ଅଙ୍ଗନୱାଡି କେନ୍ଦ୍ରଟିଏ ଖୋଲାଯାଇ ପାରିନାହିଁ। ଏହି ଗ୍ରାମର ପିଲାମାନଙ୍କୁ ୪ କି.ମି ଦୂର ଗାଈପାଣିଖିଆ ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ସାମିଲ କରାଯାଇଛି । ପିଲାମାନେ ସେହି କେନ୍ଦ୍ରକୁ ଯାଇ ପାରୁ ନ ଥିବାରୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ବର୍ଷର ୪ ମାସ ସେମାନଙ୍କୁ ଅଣ୍ଡା, ଚାଉଳ ମିଳୁଥିବା ବେଳେ ୮ ମାସ ମିଳୁ ନ ଥିବା କେତେକ ଅବିଭାବକ ଅଭିଯୋଗ କରିଛନ୍ତି। ସେହିପରି ଅଙ୍ଗନୱାଡି ମାଧ୍ୟମରେ ପ୍ରସୂତି ଓ ଗର୍ଭବତୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗରୁ ମଧ୍ୟ ସେମାନେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ମିତାରାଣୀ ବସା ଏବଂ ଏବିଇଓ ଜଗନମୋହନ ବେହେରାଙ୍କୁ ପଚାରିବାରୁ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଆମେ ଦେଇଛୁ। ସରକାରଙ୍କର ଅନୁମୋଦନ ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ IAS ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୦।୭: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର। IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

କାଠ କାମ ବେଳେ ମିସ୍ତ୍ରୀଙ୍କୁ ଲାଗିଲା କରେଣ୍ଟ, ଛିଟିକି….

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ…

ସାର ସଙ୍କଟ ଦୂର ପାଇଁ ସରକାର ନେଲେ ବଡ଼ ପଦକ୍ଷେପ, ଏଣିକି ୟୁରିଆ…

ଭୁବନେଶ୍ୱର,୨୦।୭: ରାଜ୍ୟରେ ସାର ସଂକଟ ଦୂର କରବା ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ…

ଅଧିକାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ: ବଦଳି ଆଦେଶ ନ ମାନିଲେ କାଲିଠୁ ଦରମା ବନ୍ଦ

ଭୁବନେଶ୍ୱର,୨୦।୭: ବଦଳି ଆଦେଶ ମାନୁ ନ ଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡ଼ା ଆଭିମୁଖ୍ୟ ଦେଖାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନ ଦେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri