ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ

କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ବଣପାହାଡ଼ ଘେରା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ଏହି ସାହିରେ ଆଦିବାସୀ ସମ୍ପ୍ରଦାୟର ୮୦ ପରିବାରର ପ୍ରାୟ ୩୦୦ ଲୋକ ବାସ କରନ୍ତି। ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଓ ଜିଲା ପ୍ରଶାସନର ‘ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମ ଏଠାରେ ଅପହଞ୍ଚ ହୋଇ ପଡ଼ିଛି। ବିଦ୍ୟାଳୟ ଯାଇ ପାରୁ ନ ଥିବା ଶିଶୁଙ୍କ ସମେତ ପ୍ରାୟ ୧୦ ବିଦ୍ୟାଳୟ ବାହାର (ଡ୍ରପ୍‌ ଆଉଟ) ପିଲା ଥିଲେ ହେଁ ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା । ଏହି ପିଲାମାନେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଅଧିକାରୀମାନେ କାଗଜ କଲମରେ ଦର୍ଶାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନିଶ୍ଚିତ ଶିକ୍ଷା ଯୋଜନାରେ ଗତ ୨୦୦୩-୦୪ ଶିକ୍ଷା ବର୍ଷରେ ଏହି ସାହିରେ ଏକ ଇଜିଏସ କେନ୍ଦ୍ର ଖୋଲା ଯାଇ ଜଣେ ସ୍ବେଚ୍ଛାସେବୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଥିବା ଏହି କେନ୍ଦ୍ର ଗୁଡ଼ିକୁ ସରକାରଙ୍କ ପକ୍ଷରୁ ନୂତନ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିବା ବେଳେ ପ୍ରଶାସନିକ ଅବହେଳା ପାଇଁ ଉକ୍ତ ଇଜିଏସ କେନ୍ଦ୍ରଟି ନୂତନ ପ୍ରାଥମିକ ବିଦ୍ୟାଳୟକୁ ରୂପାନ୍ତରିତ ହୋଇପାରିନାହିଁ। ଫଳରେ ଏହି ଆଦିବାସୀ ସାହିର ପ୍ରାୟ ୮୦ ପିଲା ଶିକ୍ଷାଦାନ ସହିତ ସରକାରଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିିତ ହେଉଥିବା ସମାଜସେବୀ ଜୟ ମୁର୍ର୍ମୁୁ ପ୍ରକାଶ କରଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର କେତେକ ପିଲା ଦୀର୍ଘ ଦୁଇ କି.ମି. ଦୂର ବଣ ଜଙ୍ଗଲ ରାସ୍ତାରେ ଶାଣଦେଇ କଟୁରିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଏଠାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ବହୁବାର ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କର ଶୁଭ ଦୃଷ୍ଟି ଏହି ଗ୍ରାମ ଉପରେ ପଡ଼ି ନ ଥିବା ଗ୍ରାମର ସୁକାନ୍ତ ସିଂ, ବିଜୟ ସିଂ ଓ ଧନୁର୍ଜୟ ମହାନ୍ତ ପ୍ରକାଶ କରିଛନ୍ତି। ସେହିପରି ଏହି ଗ୍ରାମରେ ଏତେ ସଂଖ୍ୟକ ଛୋଟଛୋଟ ପିଲା ଥିଲେ ହେଁ ଅଦ୍ୟାବଧି ଅଙ୍ଗନୱାଡି କେନ୍ଦ୍ରଟିଏ ଖୋଲାଯାଇ ପାରିନାହିଁ। ଏହି ଗ୍ରାମର ପିଲାମାନଙ୍କୁ ୪ କି.ମି ଦୂର ଗାଈପାଣିଖିଆ ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ସାମିଲ କରାଯାଇଛି । ପିଲାମାନେ ସେହି କେନ୍ଦ୍ରକୁ ଯାଇ ପାରୁ ନ ଥିବାରୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ବର୍ଷର ୪ ମାସ ସେମାନଙ୍କୁ ଅଣ୍ଡା, ଚାଉଳ ମିଳୁଥିବା ବେଳେ ୮ ମାସ ମିଳୁ ନ ଥିବା କେତେକ ଅବିଭାବକ ଅଭିଯୋଗ କରିଛନ୍ତି। ସେହିପରି ଅଙ୍ଗନୱାଡି ମାଧ୍ୟମରେ ପ୍ରସୂତି ଓ ଗର୍ଭବତୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗରୁ ମଧ୍ୟ ସେମାନେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ମିତାରାଣୀ ବସା ଏବଂ ଏବିଇଓ ଜଗନମୋହନ ବେହେରାଙ୍କୁ ପଚାରିବାରୁ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଆମେ ଦେଇଛୁ। ସରକାରଙ୍କର ଅନୁମୋଦନ ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ଖୁସିର ଲହରି

ବାରିପଦା ଅଫିସ୍‌, ୨୨।୬: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସମଗ୍ର ମୟୂରଭଞ୍ଜ ଜିଲାରେ ଖୁସିର ଲହରୀ ଖେଳିଯାଇଛି।...

ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର କ୍ଷୟକ୍ଷତିର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

୨୪ ଘଣ୍ଟାରେ ଏସବୁ ଜିଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର,୨୪।୭: ରାଜ୍ୟର ବିଭିନ୍ନ ଜିଲାରେ ଆଉ ୫ ଦିନ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ରବିବାର ସତର୍କ ସୂଚନା ଜାରି କରିଛି। ଏହିପରି କି...

ପରୀ ହତ୍ୟାକାଣ୍ଡ: ଚିଲ୍‌ଡ୍ରେନ୍‌ କୋର୍ଟରେ ଚାର୍ଜଫ୍ରେମ୍‌

ନୟାଗଡ ଅଫିସ,୨୦।୮: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଶୁଣାଣି ଆରମ୍ଭ ହେବା ପାଇଁ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ଚିଲଡ୍ରେନ୍‌ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଗୁରୁବାର...

ଲୋକାର୍ପିତ ହେଲା ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ୱାଚ୍‌ ଟାୱାର

ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ରାଜସ୍ବ ନିରୀକ୍ଷକ ଅଧୀନ ଘାଟ ବାଲିଯୋଡ଼ି ରାଜସ୍ବ ମୌଜା ଅନ୍ତର୍ଗତ ପୌରାଣିକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଜଳ ପ୍ରପାତରେ...

ଶିକ୍ଷାରେ ଶିକ୍ଷକ ସଙ୍କଟ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.) କରୋନା ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଛି...

ଓଡ଼ିଶାକୁ ବଢ଼ୁଛି ବାତ୍ୟା ଭୟ: ପୁରୀ ନଚେତ ପାରାଦୀପଠାରେ ପିଟି ହେବା ନେଇ ଆଶଙ୍କା

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଢ଼ିବାରେ ଲାଗିଛି ବାତ୍ୟା ଭୟ। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ବାତ୍ୟା ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ପିଟି ହେବା ନେଇ ଆଶଙ୍କା...

୨୭ ନୂଆ ଏନ୍‌ଏସି ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ରାଜ୍ୟରେ ୨୭ ନୂତନ ଏନ୍‌ଏସି ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାମଧ୍ୟରେ ପୁରୀର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ବୋଲଗଡ଼, ମୟୂରଭଞ୍ଜର ବେତନଟୀ,...

Advertisement
Archives

Model This Week