ଅକ୍ସିଜେନ ମ୍ୟାନ ମୁନା

କେନ୍ଦୁଝର, ୭।୫ (ସ୍ବ.ପ୍ର.): କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ମେଡିକାଲ ଭିତ୍ତିଭୂମି ଥିଲେ ମଧ୍ୟ ଅକ୍ସିଜେନ ଅଭାବ ସମସ୍ୟାକୁ ଜଟିଳ କରିଦେଉଛି। ଯେଉଁଥିପାଇଁ ବହୁ କରୋନା ଅକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି। ସେଥିଲାଗି ସରକାରଙ୍କ ଆହ୍ବାନ କ୍ରମେ ପ୍ଲାଣ୍ଟରେ ମେଡିକାଲ ବ୍ୟବହାର ଉପଯୋଗୀ ଅକ୍ସିଜେନ ପ୍ରସ୍ତୁତ କରାଯାଉଥିବାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ସାମାଜିକକର୍ମୀ ଏହି କାର୍ଯ୍ୟରେ ଆଗକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦୁଝର ସହରରେ ଜଣେ ସାମାଜିକକର୍ମୀ ହେଲେ ଅଶୋକ ଶର୍ମା(ମୁନା)। ଜିଲା ମୁଖ୍ୟାଳୟରେ ବିନା ମୂଲ୍ୟରେ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ସ୍ବତନ୍ତ୍ର ପରଚୟ ସୃଷ୍ଟି କରିଛନ୍ତି । ତାଙ୍କ ପାଖରେ ୩ଟି ଛୋଟ ସିଲିଣ୍ଡର ମିଶାଇ ୨୩ଟି ସିଲିଣ୍ଡର ଏବଂ ୬ଟି ରେଗୁଲେଟର ରହିଛି।
କେନ୍ଦୁଝର ସହରରେ ୪୬ବର୍ଷ ବୟସ୍କ ମୁନା ଆରମ୍ଭ କରିଛନ୍ତି ଏହି ମହତ ସେବା। ଶଟ୍‌ଡାଉନ ସମୟରେ ତେଲ ଭର୍ତ୍ତି କରି ଘରକୁ ଫେରୁଥିବା ବେଳେ ଜଣେ ପୋଲିସ ତାଙ୍କୁ ଅଟକାଇଥିଲେ। କ’ଣ ଅକ୍ସିଜେନ ପରିବହନ କରୁଛ ବୋଲି ଏଭଳି ପ୍ରଶ୍ନ ପଚାରିଥିଲେ! ସେତେବେଳେ ମନରେ ଗୁରୁତର ତଥା ଅଭାବୀ କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା କଥା ମନକୁ ଆସିଥିଲା। ତା’ପରଠୁ ସେ ଏହି ସେବାରେ ଲାଗିପଡ଼ିଛନ୍ତି। ପ୍ରତ୍ୟେକ ଛୋଟ ସିଲିଣ୍ଡରରେ ୧୦୦ ଟଙ୍କା ଓ ବଡ ସିଲିଣ୍ଡରରେ ୩୦୦ ଟଙ୍କା ଅକ୍ସିଜେନ ଭର୍ତ୍ତି କରିବାକୁ ଖର୍ଚ୍ଚ ହୋଇଥାଏ ା ତେବେ ଏହି ଅକ୍ସିଜେନ ଆଣିବା ପାଇଁ ପ୍ରାୟ ୨୦ କି.ମି. ଦୂର ଏମଏସପି କାରଖାନାର ଅକ୍ସିଜେନ ପ୍ଲାଣ୍ଟକୁ ଯିବାକୁ ପଡିଥାଏ ା ତାଙ୍କ ବାପା ସ୍ବର୍ଗତ ବିଶ୍ୱନାଥ ଶର୍ମାଙ୍କ ନାମରେ ସେ ଏହି ସେବା ଯୋଗାଇଦେଉଛନ୍ତି। ଘରେ ୨୩ଟି ପୁରୁଣା ଅକ୍ସିଜେନ ସିଲିଣ୍ଡର ଥିଲା। ସେସବୁକୁ ସଫା କରି ରଙ୍ଗ ମାରି ସେ ବ୍ୟବହାର ଆରମ୍ଭ କରିଥିଲେ। ପ୍ରଥମେ ଜଣାଶୁଣା ରୋଗୀଙ୍କୁ ସହାୟତା କରୁଥିଲେ। ଏବେ ସମସ୍ତଙ୍କୁ ସହାୟତା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅନେକ ସମୟରେ ରାତି ଅନିଦ୍ରା ହେବାକୁ ପଡୁଥିଲେ ହେଁ ଏହି କାର୍ଯ୍ୟକୁ ସେ ଜାରି ରଖିଛନ୍ତି।
ତେବେ ୨୩ ସିଲିଣ୍ଡର ପାଇଁ ବହୁ କଷ୍ଟରେ ୬ ଟି ରେଗୁଲେଟର ଓ ମାସ୍କ କିଣିଥିବା ବେଳେ ଅବଶିଷ୍ଟ ସିଲିଣ୍ଡର ପାଇଁ ରେଗୁଲେଟର ଓ ମାସ୍କ ଯୋଗାଡ କରିବାକୁ ପଡୁଛି ା ଏଣୁ ଅନୂ୍ୟନ ଏହି ରେଗୁଲେଟର ଓ ମାସ୍କ ପ୍ରଶାସନ ବା ଅନ୍ୟ କେହି ଯୋଗାଇଦେଲେ ସବୁ ସିଲିଣ୍ଡର ଏକ ସମୟରେ କାର୍ଯ୍ୟକ୍ଷମ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳ କେନ୍ଦୁଝର ଆଶିଷ ଠାକରେ କହିଛନ୍ତି ଯେ ତାଙ୍କ ବିଷୟରେ ଖବର ରଖି ଆମେ ତାଙ୍କ ସହିତ ଯୋଗାଯୋଗ କରିବୁ ା ଏହା ବ୍ୟତୀତ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ୫ଟି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି। ତାଙ୍କ ଭାଇ ଓ ପରିବାର ସଦସ୍ୟଙ୍କ ସହଯୋଗ ଏବଂ ପ୍ରେରଣାରେ ଏହି ସବୁ ସେବା କରୁଥିବା କହିଛନ୍ତି। ବର୍ଷର ସବୁ ସମୟରେ ଲୋକଙ୍କ ସେବା କରିଆସୁଥିବା ମୁନାଙ୍କ ଏଭଳି ଉଦ୍ୟମ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ ମିଶ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ଶୁକ୍ରବାର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି...

ରାଜ୍ୟ ସରକାର କଳାପାହାଡ଼ିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ: ସମ୍ବିତ ପାତ୍ର

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୮୮ କରୋନା ଆକ୍ରାନ୍ତ : ରାୟଗଡାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡା ଜିଲାରୁ ସର୍ବାଧିକ ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ...

ଗୁରୁବାରଠାରୁ ଚାଲିବ ଘରୋଇ ବସ୍‌

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗୁରୁବାରଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍‌। ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ...

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ନାବାଳକଙ୍କୁ ୨୫ ହଜାର ଜରିମାନା

କେନ୍ଦୁଝର,୨୯।୩(ସ୍ବ.ପ୍ର.): ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ଜଣ ନାବାଳକଙ୍କୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ ଧରିଛି। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଫାଇନ୍‌ କରାଯିବା ସହ...

ବିଜେପୁର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଆରମ୍ଭ କରାଯାଇଛି। ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ଥିବାବେଳେ ଏହା...

CORONAVIRUS UPDATE: ଆଜି ରାଜ୍ୟରେ ୨୬୪ ଆକ୍ରାନ୍ତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୦ ଲୋକାଲ କେସ୍‌ ରହିଛି।...

ଗ୍ରହଣ ହେଲାନି ଇସ୍ତଫା: ଗଗନ ଧଳ ଓଏଫ୍‌ଡିସି ଅଧ୍ୟକ୍ଷ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରିଛନ୍ତିି। କୃଷି ଉତ୍ପାଦନ କମିଶନର(ଏପିସି)ଥିବା ଗଗନ ଧଳଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ(ଓଏଫ୍‌ଡିସି) ଅଧ୍ୟକ୍ଷ...

Advertisement
Archives

Model This Week