୨୦୨୨ ଜୁନ ସୁଦ୍ଧା ଅନ୍ଧାରୁଆରେ ଟିକା ଉତ୍ପାଦନ

ଭୁବନେଶ୍ୱର,୭ା୫(ବ୍ୟୁରୋ):ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଭାରତ ବାୟୋଟେକ ଦ୍ୱାରା ଟିକା ଉତ୍ପାଦନ ୟୁନିଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୨୦୨୨ ଜୁନ ସୁଦ୍ଧା ଏଠାରେ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୟୁନିଟ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ବୈଧାନିକ ଓ ଆଇନଗତ ଅନୁମତି ଦିଆଯାଇଛି। ଗୁରୁବାର ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍‌ କାର୍ଯ୍ୟାନ୍ବୟନ କମିଟି ବୈଠକରୁ ଏହି ସୂଚନା ମିଳିଛି।
ଟିକା ଉତ୍ପାଦନ ୟୁନିଟ୍‌ର ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ବିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଭାରତ ବାୟୋଟେକ ଇଣ୍ଟରନ୍ୟାଶନାଲ କମ୍ପାନୀ ଏବଂ ଅନ୍ଧାରୁଆ ବାୟୋଟେକ୍‌ ପାର୍କ ପାଇଁ ଗଠିତ ସ୍ବତନ୍ତ୍ର ଏସ୍‌ପିଭିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୋଟେକ୍‌ରେ ନୂତନ ପରୀକ୍ଷାନିରୀକ୍ଷା ଏବଂ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ତ୍ୱରାନ୍ବିତ କରିବା ନିମନ୍ତେ ଏକ ବୃତ୍ତିଗତ ନିର୍ଦ୍ଦେଶାଳୟ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ବତନ୍ତ୍ର ବୃତ୍ତିଗତ ନିର୍ଦ୍ଦେଶାଳୟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଇପିକଲ୍‌ ଏବଂ ଶିଳ୍ପ ବିଭାଗ ମାଧ୍ୟମରେ ବାୟୋଟେକ୍‌ ୟୁନିଟ୍‌ଗୁଡ଼ିକର ପ୍ରୋତ୍ସାହନ ଜାରି ରଖିବାକୁ ସେ କହିଛନ୍ତି। ଏହି ବୈଠକରେ ଯୋଗ ଦେଇ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ ମନୋଜ ମିଶ୍ର କହିଛନ୍ତି, ଓଡ଼ିଶା ବାୟୋଟେକ୍‌ ରୁଲ୍ସ-୨୦୧୮ ଅନୁସାରେ ବାୟୋଟେକ୍‌ରେ କାମ କରୁଥିବା ନୂତନ ଅନୁସନ୍ଧାନକାରୀ ଏବଂ ଷ୍ଟାର୍ଟ୍‌ଅପ୍‌ଗୁଡିକୁ ଜମି, ଜମିର କିସମ ପରିବର୍ତ୍ତନ, ଷ୍ଟାମ୍ପ୍‌ ଡ୍ୟୁଟି, ତାଲିମ, ପୁଞ୍ଜିନିବେଶ, ବ୍ୟାଙ୍କ ଋଣ ଉପରେ ସୁଧ ଆଦି ବିଷୟରେ ବିଭିନ୍ନ ପ୍ରକାର ରିହାତି ଦିଆଯାଉଛି। ବାୟୋଟେକ୍‌ ଇନ୍‌କୁବେଟରମାନଙ୍କୁ ଅନେକ ସହାୟତା ଦିଆଯିବା ନିମନ୍ତେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଫଣ୍ଡ୍‌ ଅଫ ଫଣ୍ଡସ୍‌ରେ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଇଡ୍‌କୋ ଅଧ୍ୟକ୍ଷ ସଞ୍ଜୟ ସିଂ କହିଛନ୍ତି, ଭୁବନେଶ୍ୱର ଇନ୍‌ଫୋସିଟି ନିକଟରେ ଇଡ୍‌କୋ ଦ୍ୱାରା ଏକ ଆଧୁନିକ ଜିରୋ ହବ୍‌ ଇନ୍‌କୁବେସନ୍‌ ଭବନ ନିର୍ମାଣ କରାଯାଇଛି। ବର୍ତ୍ତମାନ ଇନ୍‌କୁବେସନ ୟୁନିଟ୍‌ ନିମନ୍ତେ ଏହି ଜିରୋ ହବ୍‌ ଭବନରୁ ୨୮ ହଜାର ବର୍ଗଫୁଟ ଜାଗା ଦିଆଯାଇପାରିବ। ଉକ୍ତ ୟୁନିଟ୍‌ରେ କୋଭିଡ ଟିକା, ମ୍ୟାଲେରିଆ ସହ ୧୦ ପ୍ରକାର ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୂଡ଼ାନ୍ତ ପର୍ଯ୍ୟାୟ ପୁସ୍ତକ ତାଲିକା ପ୍ରକାଶ କରିବ କେନ୍ଦ୍ର ସାହିତ୍ୟ ଏକାଡେମୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ)- କେନ୍ଦ୍ର ସାହିତ୍ୟ ଏକାଡେମୀ ଏଥର ଏକାଡେମୀ ପୁରସ୍କାର ଘୋଷଣା କରିବା ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଏହାର ଲେଖକମାନଙ୍କ ନାମ ତାଲିକା...

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୧୬।୧୦: ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଶନିବାର ଆରମ୍ଭ ହେଇଛି। ଆଜିଠାରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶରେ...

୯ ଜିଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ବର,୩୧।୫: ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

ମୋ ବସ୍‌: ଅଫ୍‌ଲାଇନ୍‌ରେ ମ୍ୟାଜିକ୍‌ ପାସ୍‌,ଖୁବ୍‌ ଶୀଘ୍ର ପୁରୀକୁ ସେବା

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍‌’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ଫ୍ରିଡମ୍‌ ମାସିକିଆ ପାସ୍‌ର ଶୁଭାରମ୍ଭ...

ଫିକା ଫିକା ରଜ

ରଜ ପାଳନକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଉତ୍ସାହକୁ ଏବର୍ଷ ଫିକା କରିଦେଇଛି କରୋନା। ତିନିଦିନ ଧରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଏହି ପର୍ବର...

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ...

ରାଜ୍ୟରୁ ପୁଣି ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୬ ଜଣଙ୍କ ଜୀବନ ନେଇଛି।...

ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ,...

Advertisement
Archives

Model This Week