କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ସତୀଚୌରା ଶ୍ମଶାନରେ କରୋନା ମୃତକଙ୍କ ଦାହ ସଂସ୍କାର କରାଯାଉଛି। ଏଠାରେ ଦୈନିକ ୧୦ରୁ ଊର୍ଦ୍ଧ୍ୱ କରୋନା ମୃତକଙ୍କ ସତ୍କାର କରାଯାଉଥିବବେଳେ ସିଏମ୍ସି ପକ୍ଷରୁ ମାତ୍ର ଅଳ୍ପ ସଂଖ୍ୟା କୁହାଯାଉଛି। ଏପ୍ରିଲ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ୍ ୯୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା ସିଏମ୍ସି ଟୁଇଟର ଜରିଆରେ ସୂଚନା ଦେଇଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ସତୀଚୌରା ଶ୍ମଶାନରେ କରୋନାରେ ମୃତକଙ୍କ ଦାହ ନିମନ୍ତେ ସିଏମ୍ସି ପକ୍ଷରୁ ଦାୟିତ୍ୱ ନେଇଥିବା ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପ ଲାଇନ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ପହିଲାରୁ ମେ’ ୯ ତାରିଖ ମଧ୍ୟରେ ସତୀଚୌରା ଶ୍ମଶାନରେ ୫୮୨ ମୃତଦେହ ସତ୍କାର କରାଯାଇଛି। ଏପ୍ରିଲ୍ ମାସରେ ଦାହ କରାଯାଇଥିବା କରୋନା ମୃତକଙ୍କ ସଂଖ୍ୟା ୨୩୭ ରହିଥିବାବେଳେ ମେ’ ମାସର ୯ତାରିଖ ପର୍ଯ୍ୟନ୍ତ ୩୪୫ କରୋନା ମୃତକଙ୍କୁ ଏଠାରେ ଦାହ କରାଯାଇଛି। ବିଶେଷକରି ଗତ ୩ଦିନ ମଧ୍ୟରେ ୧୩୯ଟି ମୃତଦେହ ସତ୍କାର କରାଯାଇଥିବା ସୂଚନା ମିଳିଛି। ଏନେଇ ସିଏମ୍ସି ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ମିଳୁ ନାହିଁ। ଅପରପକ୍ଷେ ସିଏମ୍ସି ପକ୍ଷରୁ ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପ ଲାଇନ୍ ସହ କରାଯାଇଥିବା ଚୁକ୍ତି ଆସନ୍ତା ଜୁନ୍ ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି। ଏଭଳିସ୍ଥିତିରେ କରୋନା ମୃତକଙ୍କୁ ଦାହ କରିବା ପାଇଁ ସିଏମ୍ସି ପକ୍ଷରୁ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ନୂତନ ଟେଣ୍ଡର ପ୍ରକ୍ରିୟାରେ ସତୀଚୌରା ଓ କାଳିଆବୋଦାଠାରେ କରୋନା ମୃତକଙ୍କୁ ଦାହ କରାଯିବାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଗୋଟିଏ କରୋନା ଶବକୁ ଦାହ ସଂସ୍କାର କରିବା ପାଇଁ ସିଏମ୍ସି ପକ୍ଷରୁ ୪,୪୮୦ ଟଙ୍କା ହିସାବରେ ସଂସ୍ଥାକୁ ପଇଠ କରାଯାଉଛି। ଏହି ୪,୪୮୦ ଟଙ୍କା ମଧ୍ୟରେ ଶବକୁ ଦାହ କରିବା ପାଇଁ କାଠ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସମେତ ଯେଉଁମାନେ ଶବ ଦାହ କରିବେ ସେମାନଙ୍କ ପାଇଁ କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ସାନିଟାଇଜର, ମାସ୍କ, ସାବୁନ୍, ପିପିଇକିଟ୍ ଆଦିର ବ୍ୟବସ୍ଥା ରହିଛି। ସେହିପରି ସାବିତ୍ରୀ ଜନସେବାର ୨୦ ଜଣ ସଦସ୍ୟ ଶବ ଦାହ କାର୍ଯ୍ୟରେ ଲାଗି ରହିଛନ୍ତି। ମାତ୍ର ଏମାନେ କୋଭିଡ୍ ଗାଇଡ୍ ଲାଇନ୍କୁ ଅନୁସରଣ କରୁଛନ୍ତି କି ନାହିଁ ତାହା ପ୍ରତି ସିଏମ୍ସିର ତିଳେମାତ୍ର ଦୃଷ୍ଟି ନାହିଁ। ଏପରିକି ଯଦି ଏମାନଙ୍କର କୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟେ ତାହା ପାଇଁ ସିଏମ୍ସି ଦାୟୀ ରହିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ନେଇ ଏପ୍ରକାର କାର୍ଯ୍ୟ ତୁଲାଉଥିବା ସଂସ୍ଥାର କର୍ମକର୍ତ୍ତାଙ୍କ ପାଇଁ ଜିଲା ପ୍ରଶାସନର କୌଣସି ମାନବିକତା ଥିବା ପରିଲକ୍ଷିତ ହେଉନାହିଁ। ଏମାନେ ଏପ୍ରକାରର ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିଥିବାବେଳେ ଏସମ୍ବନ୍ଧରେ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ମଧ୍ୟ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି।
Posted inHome Left, ଆମ ଜିଲା ଖବର, କଟକ, ରାଜ୍ୟ View All
ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ
ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍ଡିପିଓ…
Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ
କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…
ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ
କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…
ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…
ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…
ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା
କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…
ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍ ସାଙ୍ଗକୁ ଅଚାନକ ଧନଲାଭ
ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…
ଭଲିବଲ୍ରେ ଡିଏଭି ଚାମ୍ପିଅନ୍
ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…
ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…
Archives

