କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ସତୀଚୌରା ଶ୍ମଶାନରେ କରୋନା ମୃତକଙ୍କ ଦାହ ସଂସ୍କାର କରାଯାଉଛି। ଏଠାରେ ଦୈନିକ ୧୦ରୁ ଊର୍ଦ୍ଧ୍ୱ କରୋନା ମୃତକଙ୍କ ସତ୍କାର କରାଯାଉଥିବବେଳେ ସିଏମ୍ସି ପକ୍ଷରୁ ମାତ୍ର ଅଳ୍ପ ସଂଖ୍ୟା କୁହାଯାଉଛି। ଏପ୍ରିଲ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ୍ ୯୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା ସିଏମ୍ସି ଟୁଇଟର ଜରିଆରେ ସୂଚନା ଦେଇଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ସତୀଚୌରା ଶ୍ମଶାନରେ କରୋନାରେ ମୃତକଙ୍କ ଦାହ ନିମନ୍ତେ ସିଏମ୍ସି ପକ୍ଷରୁ ଦାୟିତ୍ୱ ନେଇଥିବା ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପ ଲାଇନ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ପହିଲାରୁ ମେ’ ୯ ତାରିଖ ମଧ୍ୟରେ ସତୀଚୌରା ଶ୍ମଶାନରେ ୫୮୨ ମୃତଦେହ ସତ୍କାର କରାଯାଇଛି। ଏପ୍ରିଲ୍ ମାସରେ ଦାହ କରାଯାଇଥିବା କରୋନା ମୃତକଙ୍କ ସଂଖ୍ୟା ୨୩୭ ରହିଥିବାବେଳେ ମେ’ ମାସର ୯ତାରିଖ ପର୍ଯ୍ୟନ୍ତ ୩୪୫ କରୋନା ମୃତକଙ୍କୁ ଏଠାରେ ଦାହ କରାଯାଇଛି। ବିଶେଷକରି ଗତ ୩ଦିନ ମଧ୍ୟରେ ୧୩୯ଟି ମୃତଦେହ ସତ୍କାର କରାଯାଇଥିବା ସୂଚନା ମିଳିଛି। ଏନେଇ ସିଏମ୍ସି ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ମିଳୁ ନାହିଁ। ଅପରପକ୍ଷେ ସିଏମ୍ସି ପକ୍ଷରୁ ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପ ଲାଇନ୍ ସହ କରାଯାଇଥିବା ଚୁକ୍ତି ଆସନ୍ତା ଜୁନ୍ ୧୦ ତାରିଖରେ ସମାପ୍ତ ହେବାକୁ ଯାଉଛି। ଏଭଳିସ୍ଥିତିରେ କରୋନା ମୃତକଙ୍କୁ ଦାହ କରିବା ପାଇଁ ସିଏମ୍ସି ପକ୍ଷରୁ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ନୂତନ ଟେଣ୍ଡର ପ୍ରକ୍ରିୟାରେ ସତୀଚୌରା ଓ କାଳିଆବୋଦାଠାରେ କରୋନା ମୃତକଙ୍କୁ ଦାହ କରାଯିବାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଗୋଟିଏ କରୋନା ଶବକୁ ଦାହ ସଂସ୍କାର କରିବା ପାଇଁ ସିଏମ୍ସି ପକ୍ଷରୁ ୪,୪୮୦ ଟଙ୍କା ହିସାବରେ ସଂସ୍ଥାକୁ ପଇଠ କରାଯାଉଛି। ଏହି ୪,୪୮୦ ଟଙ୍କା ମଧ୍ୟରେ ଶବକୁ ଦାହ କରିବା ପାଇଁ କାଠ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସମେତ ଯେଉଁମାନେ ଶବ ଦାହ କରିବେ ସେମାନଙ୍କ ପାଇଁ କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ସାନିଟାଇଜର, ମାସ୍କ, ସାବୁନ୍, ପିପିଇକିଟ୍ ଆଦିର ବ୍ୟବସ୍ଥା ରହିଛି। ସେହିପରି ସାବିତ୍ରୀ ଜନସେବାର ୨୦ ଜଣ ସଦସ୍ୟ ଶବ ଦାହ କାର୍ଯ୍ୟରେ ଲାଗି ରହିଛନ୍ତି। ମାତ୍ର ଏମାନେ କୋଭିଡ୍ ଗାଇଡ୍ ଲାଇନ୍କୁ ଅନୁସରଣ କରୁଛନ୍ତି କି ନାହିଁ ତାହା ପ୍ରତି ସିଏମ୍ସିର ତିଳେମାତ୍ର ଦୃଷ୍ଟି ନାହିଁ। ଏପରିକି ଯଦି ଏମାନଙ୍କର କୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟେ ତାହା ପାଇଁ ସିଏମ୍ସି ଦାୟୀ ରହିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ନେଇ ଏପ୍ରକାର କାର୍ଯ୍ୟ ତୁଲାଉଥିବା ସଂସ୍ଥାର କର୍ମକର୍ତ୍ତାଙ୍କ ପାଇଁ ଜିଲା ପ୍ରଶାସନର କୌଣସି ମାନବିକତା ଥିବା ପରିଲକ୍ଷିତ ହେଉନାହିଁ। ଏମାନେ ଏପ୍ରକାରର ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିଥିବାବେଳେ ଏସମ୍ବନ୍ଧରେ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ମଧ୍ୟ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All

ମନୀଷ ଅନୁରାଗ ମୃତ୍ୟୁ ମାମଲା: ବନ୍ଧା ହେଲେ ହୋଟେଲ ମ୍ୟାନେଜର
ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ହୋଟେଲ ସାଉଥ୍ ସିଟିର ମ୍ୟାନେଜର ସୌଭିକ ଜେନାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ...
ମଧ୍ୟସ୍ଥ ଆଗରେ, ପ୍ରଶାସନ ପଛରେ
ବଲାଙ୍ଗୀର ଅଫିସ, ୨ା୧୨: ବଲାଙ୍ଗୀର ଜିଲାରେ ଗତ ନଭେମ୍ବର ୧୮ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାସ୍ତରୀୟ ଧାନକ୍ରୟ କମିଟି (ଡିଏଲ୍ପିସି) ବୈଠକରେ ଜିଲାର ଚାଷୀମାନେ...

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ: ଫାଟି ରାଜମିସ୍ତ୍ରୀଙ୍କ ଜୀବନଗଲା
ପାରାଦୀପ, ୧୧।୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରବାଙ୍କି ଲକପଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାୟଳରେ ସୋମବାର ସକାଳେ ମୋବାଇଲ ଫାଟି ଜଣେ ରାଜମିସ୍ତ୍ରୀଙ୍କ...

୨୧ଜଣଙ୍କୁ ୱିମେନ୍ ଏକ୍ସଲେନ୍ସି ଆୱାର୍ଡ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି।...

ବୋଲଗଡ଼ ରୋଡ୍ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ
ବୋଲଗଡ଼,୨ା୯(ଡି.ଏନ୍.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର...

ବର୍ଷା ଜଳ ପରିଚାଳନା ଉଦ୍ବେଗଜନକ
ଯାଜପୁର ଅଫିସ,୨୩ା୬: ଯାଜପୁର ଜିଲା ସୁକିନ୍ଦାର ବିଭିନ୍ନ ଖଣି ପରିସରରୁ ବୋହି ଯାଉଥିବା ବର୍ଷା ପାଣି ପରିଚାଳନା ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍)ର...

ଖଟୁଆକୁଦାରେ ବାସନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ ଓ ପୁଅ
ଛତ୍ରପୁର,୨୦ା୩(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲା ରମ୍ଭା ଥାନା ଅନ୍ତର୍ଗତ ଖଟୁଆକୁଦା ଗ୍ରାମରେ ଗତ ୧୪ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ବାସନ୍ଦ କରି ରଖିଥିବା ସୁବ୍ରତ ସାହୁଙ୍କ...

୬ରେ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର,୪ା୭(ବ୍ୟୁରୋ): ଆଉ ମାତ୍ର ଦିନକ ପରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆସନ୍ତା ୬ ତାରିଖ ଅପରାହ୍ନ ୧ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଦ୍ୟାଳୟ...