ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା

ଭୁବନେଶ୍ୱର,୧୧।୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଛି। ସେଥିପାଇଁ ଲୋକେ ଟିକା ନେବାକୁ ଆତୁର। ଫଳରେ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱର, କଟକଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ସକାଳୁ ପ୍ରବଳ ଭିଡ଼ ଲଗାଉଛନ୍ତି। ଟିକାକରଣ କେନ୍ଦ୍ରରେ କୋଭିଡ୍‌ ନିୟମାବଳୀକୁ ନ ମାନି ଆଗୁଆ ଟିକା ନେବା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ଚାଲିଛି। ପୋଲିସ ମଧ୍ୟ ଏହି ଭିଡ଼କୁ ନିୟନ୍ତ୍ରଣ କରିପାରୁ ନାହିଁ। ପଞ୍ଜୀକୃତ ବ୍ୟକ୍ତି କେଉଁଦିନ ଓ କେଉଁଠି ଟିକା ନେବେ ସେ ନେଇ ମୋବାଇଲ୍‌କୁ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଲୋକେ କୌଣସି ସୂଚନା ପାଇପାରୁ ନ ଥିବାରୁ ନିକଟସ୍ଥ ଟିକା କେନ୍ଦ୍ରରେ ଗହଳି ବଢ଼ୁଛି। ଏହାଦ୍ୱାରା କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।
ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ସୋମବାର ଲୋକେ ଟିକା ନେବାକୁ ଠେଲାପେଲା ହେଉଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପଞ୍ଜୀକରଣ ନ କରି ହସ୍ପିଟାଲକୁ ଟିକା ନେବାକୁ ଆସିଥିଲେ। ଭୋର ୪ଟାରୁ ପଞ୍ଜୀକରଣ କରିବାକୁ ଲମ୍ବା ଲାଇନ ଲାଗିଯାଉଛି। ଦୈନିକ ୪୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ଥିବାବେଳେ ୨୦୦୦ ଲୋକ ଲାଇନରେ ଛିଡ଼ା ହୋଇଥିଲେ। ଫଳରେ ପଞ୍ଜୀକରଣ ସରିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।
ବାସୁଦେବପୁର ଭଳି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଟିକା ନେବା ପାଇଁ ଲୋକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ଲୋକମାନେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଟିକା ନେବା ପାଇଁ ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲା ଆନନ୍ଦପୁର ଟିକାକରଣ କେନ୍ଦ୍ରରେ ମଧ୍ୟ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ସାମାଜିକ ଦୂରତା ଭୁଲି ଟିକା ପାଇଁ ପ୍ରବଳ ଗହଳି ଲଗାଇଥିଲେ। ସ୍ଥିତି ଏଭଳି ହୋଇଥ୍‌ତ୍ଲା ଯେ ଭ୍ୟାକ୍ସିନେଶନ ସେଣ୍ଟରରେ ୧୫୦ ଟିକା ଥିବା ବେଳେ ହଜାରେରୁ ଅଧିକ ଲୋକ ଭିଡ଼ ଜମାଇଥିଲେ। କେହି କେହି ରାତି ୨ଟାରୁ ଆସି ଲାଇନ ଲଗାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଚାଷୀ ମୃତ

ନୟାଗଡ଼ ଅଫିସ/ରଣପୁର,୨୭।୪: ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ବନ୍ଧପଲ୍ଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଗବନ୍ଧୁ ଜେନା (୪୨)।...

ରାୟଗଡ଼ାରେ ପତାକା ଉତ୍ତୋଳନ କଲେ କୃଷି ମନ୍ତ୍ରୀ

ରାୟଗଡ଼ା ଅଫିସ,୨୬ା୧: ରାୟଗଡ଼ା ସଦରସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଏବଂ ପ୍ରାଣୀ...

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଖୁଣ୍ଟା,୧୮ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁବାର ଉତ୍ତେଜନା ସୃଷ୍ଟି ହୋଇଥିଲା।...

ଫନୀ ପ୍ରଭାବିତ ୫ ଜିଲାର ହିତାଧିକାରୀ ପାଇବେ ଅତିରିକ୍ତ ଭତ୍ତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଘୋଷଣା। ଫନୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା...

ମହାଶିବରାତ୍ରିରେ ଅଘଟଣ: ଜଟିଆ ବାବା ପାହାଡ଼ରୁ ଖସିଲା ପଥର, ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ

ରାଉରକେଲା ଅଫିସ/କୁଆଁରମୁଣ୍ଡା,୨୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟୁରିଖମଣ ପଞ୍ଚାୟତ ସୀମାନ୍ତବର୍ତ୍ତୀ ଜଟିଆବାବା ମନ୍ଦିରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ...

ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ

ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି...

୭ ଯାଏ ଝଡ଼ବର୍ଷା

ଭୁବନେଶ୍ୱର,୩।୬(ବ୍ୟୁରୋ): ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୭...

ବଜ୍ରପାତରେ ୫ବର୍ଷରେ ଯାଇଛି ୧୮୩୬ ଜୀବନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୧୮୩୬ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ୩୨ଜଣ ବଜ୍ରପାତରେ ଆହତ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ...

Advertisement
Archives

Model This Week