କରୋନା ପାଇଁ ଅଟକିଛି ତଦନ୍ତ

ଭୁବନେଶ୍ୱର,୧୧।୫(ବ୍ୟୁରୋ:) ଝିଅ ଯୋଗାଇବାକୁ ଜଣେ ସିପାହିଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଆର୍ମ୍‌ଡ ଡିସିପି ବିଜୟ କୁମାର ସାହୁଙ୍କ ନାମରେ ଏପ୍ରିଲ ୫ରେ ଅଭିଯୋଗ ଆସିଥିଲା। ଓଏସ୍‌ଏପି ସିପାହି ନୀହାର ରଞ୍ଜନ ନାୟକଙ୍କ ସ୍ତ୍ରୀ ଓ ପରିବାର ଲୋକେ ଏ ନେଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସ କମିଶନର ଏହାକୁ ଗୁରୁତ୍ୱ ଦେଇ ଅତିରିକ୍ତ କମିଶନର ରେଖା ଲୋହାନୀଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଆର୍ମ୍‌ଡ ଡିସିପି ବିଜୟଙ୍କ ବିରୋଧରେ ତଦନ୍ତ ସରିପାରି ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତଦନ୍ତ ଏବେ ଅଧାରେ ଅଟକି ରହିଛି। ତେବେ ଏହି ସମୟ ମଧ୍ୟରେ ବିଜୟ ନିଜ ସମର୍ଥକଙ୍କୁ ମତାଉଥିବା ଓ ତଦନ୍ତ ନିଜ ପକ୍ଷକୁ ଟାଣୁଥିବା ଅଭିଯୋଗ ବାରମ୍ବାର ଆସିଥିଲା। ଏବେ ତାଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଆଉ ଏକ ଅଭିଯୋଗ ହୋଇଛି। ସିପାହି ନୀହାରଙ୍କ ଘର ଉପରକୁ ମଦବୋତଲ ଓ ପଥର ଫିଙ୍ଗା ଯାଉଥିବାବେଳେ ଘର ସାମ୍ନାରେ ପାର୍କିଂ କରାଯାଇଥିବା ମୋଟରସାଇକେଲ୍‌ ପୋଡ଼ିବାକୁ ଉଦ୍ୟମ ହୋଇଥିବା ନୀହାରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ ୯ ତାରିଖ ବିଳମ୍ବିତ ରାତିରେ ତାଙ୍କ ଘର ଉପରକୁ ଇଟା, ପଥର ସହ ମଦବୋତଲ ଫିଙ୍ଗିଥିଲେ। ଏହାର କିଛି ସମୟ ପରେ ଝରକା ପାଖରେ ପେଟ୍ରୋଲ୍‌ ବାସ୍ନା ହେବାରୁ ସେ ଓ ତାଙ୍କ ସ୍ବାମୀ ବାହାରକୁ ଆସି ଦେଖିବାରୁ ବାଇକ ଉପରେ ଘୋଡ଼ାଯାଇଥିବା କପଡ଼ା ଜଳୁଥିଲା। ସେହିପରି ମଦ ବୋତଲ ଭାଙ୍ଗି ଚାରିଆଡ଼େ କାଚ ପଡ଼ିରହିଥିଲା। ଆର୍ମ୍‌ଡ ଡିସିପି ତାଙ୍କ ପରିବାରକୁ ଭୟଭୀତ କରିବାକୁ ଏଭଳି ଚେଷ୍ଟା କରୁଥିବା ସେ ସନ୍ଦେହ କରିଥିଲେ। ଏ ନେଇ ସୋମବାର ସେ ଥାନାରେ ଅଭିଯୋଗ କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କୁ ପଚରାଯିବାରୁ କହିଛନ୍ତି, ତାଙ୍କ ଘର ଆଗରେ ପଥର ଓ ମଦବୋତଲ ପଡ଼ିଥିବା ଅଭିଯୋଗ ଆସିଛି। ଏ ନେଇ ମାମଲା ରୁଜୁ ହୋଇ ନ ଥିବା ବେଳେ ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛୁ। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଥିଲେ ମାମଲା ରୁଜୁ କରାଯିବ। ଅନ୍ୟପକ୍ଷରେ ଆର୍ମ୍‌ଡ ଡିସିପି କହିଛନ୍ତି ଉକ୍ତ ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି। ଏସବୁ ଆପଣଙ୍କଠାରୁ ହିଁ ଜାଣିବାକୁ ପାଉଛି। ମୋ’ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି, ଏଥିରେ ମୋର କୌଣସି ଦୋଷ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ଆର୍ମ୍‌ଡ ଡିସିପି ବିଜୟଙ୍କ ଘଟଣାରେ ତଦନ୍ତ କରୁଥିବା ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କୁ ପଚାରିବାରୁ କହିଛନ୍ତି, କରୋନା ପାଇଁ ତଦନ୍ତ ଅଧାରେ ଅଟକିଛି। ଖୁବ୍‌ଶୀଘ୍ର ଏହାର ତଦନ୍ତ କରାଯାଇ ପୋଲିସ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri