ଆସୁଛି ‘ୟାସ’: ବେଶି ପ୍ରଭାବିତ ହେବ ଜଗତସିଂହପୁର-କେନ୍ଦ୍ରାପଡ଼ା-ଭଦ୍ରକ-ବାଲେଶ୍ୱର-ମୟୂରଭଞ୍ଜ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ‘ୟାସ’ରେ ପରିଣତ ହେବାକୁ ଯାଉଛି। ଏହା ରବିବାର ଅବପାତରେ ପରିଣତ ହୋଇସାରିଛି। ସୋମବାର ସକାଳ ସୁଦ୍ଧା ଏହା ବାତ୍ୟା ଏବଂ ପରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତିକରି ଆହୁରି ବଳ…
ବାତ୍ୟା ନେଇ ଛୁଟି ବାତିଲ୍
ଭୁବନେଶ୍ୱର,୨୩।୫:(ବ୍ୟୁରୋ): ବାତ୍ୟା ‘ୟାସ’ ନେଇ ପୂର୍ବରୁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଥିରେ ଜଳ ସମ୍ପଦ ବିଭାଗ ମଧ୍ୟ ଯୋଡ଼ି ହୋଇଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି,…
ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’
ଭୁବନେଶ୍ୱର,୨୩।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ସୋମବାର ସକାଳ ସୁଦ୍ଧା ବାତ୍ୟା ‘ୟାସ’ରେ ପରିଣତ ହେବ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସାମୁଦ୍ରିକ ଝଡ଼ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ…
ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର: କୂଳକୁ ଫେରିଲା ଟ୍ରଲର, ଦୀଘାରେ ଏନ୍ଡିଆରଏଫ୍ର ସଚେତନତା
ଭୋଗରାଇ,୨୩ା୫(ଡି.ଏନ୍.ଏ.): ଆସୁଛି ବାତ୍ୟା ୟାସ୍। ବାଲେଶ୍ୱର ଉପକୂଳ ସହିତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ସମୁଦ୍ର କୂଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ଥିବାରୁ ଦୁଇରାଜ୍ୟର କୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳିଆ…
କୋଭିଡ୍ ହସ୍ପିଟାଲ ରୋଗୀଙ୍କ ସହ କଥା ହେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହ ଭିଡିଓ କଲ୍ରେ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ରବିବାର କଥା ହୋଇଛନ୍ତି। ସେଠାରେ ଚାଲିଥିବା ଡାକ୍ତରୀ ଚିକିତ୍ସା, ଖାଦ୍ୟ ଓ ପରିମଳ ଉପରେ ରୋଗୀମାନଙ୍କୁ ପଚାରି…
ୟାସ୍ ପ୍ରଭାବରେ ଏହି ୪ ଜିଲା ହେବ ଅଧିକ ପ୍ରଭାବିତ
ଭୁବନେଶ୍ୱର,୨୩।୫(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟାରେ ଏହା ଡିପ୍ରେଶନ ବା ଅବପାତରେ ପରିଣତ ହେବା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ। କ୍ରମେ ଆହୁରି ଘନୀଭୂତ…
ଅନିର୍ଦ୍ଦିଷ୍ଟ କାଳ ଔଷଧ ଦୋକାନ ବନ୍ଦ ଚେତାବନୀ
ଭୁବନେଶ୍ୱର,୨୩।୫(ବ୍ୟୁରୋ): କରୋନା ଲଢ଼େଇରେ ସାମିଲ ହୋଇ ଜନସାଧାରଣଙ୍କୁ ସେବା ଯୋଗାଇବାରେ ଔଷଧ ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ତଥା ପ୍ରମୁଖ ଅବଦାନ ରହିଛି। ଅନ୍ୟମାନଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଘୋଷଣା କରିଛନ୍ତି। ହେଲେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇବା…
ହସ୍ପିଟାଲରେ ଖୋଲିବ ଶିଶୁ କୋଭିଡ୍ ଓ୍ବିଙ୍ଗ୍
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଶିଶୁମାନେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଏ ନେଇ ଗାଇଡ୍ଲାଇନ ଜାରି କରାଯାଇଛି। ତଦନୁଯାୟୀ ପିଲାମାନଙ୍କ ପାଇଁ ପ୍ରତ୍ୟେକ ଡେଡିକେଟେଡ୍ କୋଭିଡ୍…
ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ
ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧ ଟିପ୍ପର, ଟ୍ରକ, ଟ୍ରାକ୍ଟର ଓ ହିଟାଚି ମେଶିନକୁ ପୋଲିସ ଜବତ କରିଛି। ଏହାସହ ୧୫…
ଜନ୍ମନେଲେ ୨୮ ଘଡ଼ିଆଳ ଶାବକ
ବନ୍ତଳା,୨୩ା୫(ଡି.ଏନ.ଏ.): ସାତକୋଶିଆ ଅଭୟାରଣ୍ୟର ଅନୁଗୋଳ ଜିଲା ମହାନଦୀ ଗଣ୍ଡରେ ଶନିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଣ୍ଡର ଉପରମୁଣ୍ଡ ବଳଦମରା ଠାରେ ୨୮ ଘଡ଼ିଆଳ ଶାବକ ଜନ୍ମ ନେବା ସହ ଦୀର୍ଘ ୪୦ ବର୍ଷର ଅଭିଯାନ ସଫଳ ହୋଇଛି। ଫଳରେ…
କେନ୍ଦ୍ର ପଠାଇଥିବା ୭୩ ଭେଣ୍ଟିଲେଟର ଅଚଳ
ଭୁବନେଶ୍ୱର, ୨୩ା୫(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଥିବା ୫୬୭ ଭେଣ୍ଟିଲେଟର ମଧ୍ୟରୁ ୭୩ଟି ଅଚଳ ହୋଇପଡ଼ିରହିଛି। ସେଥିରୁ ୧୮ଟିରେ ଉତ୍ପାଦନଗତ ତ୍ରୁଟି ରହିଥିବାବେଳେ ଅବଶିଷ୍ଟ ୫୫ ଯନ୍ତ୍ରାଂଶ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଉପକରଣ…
ଘାରିଛି କୋଭିଡ୍ ଭୟ: ଜେଲରେ ବଢୁଛି ସଂକ୍ରମଣ
ବ୍ରହ୍ମପୁର ଅଫିସ/ପଦ୍ମପୁର(ଡି.ଏନ.ଏ.), ୨୩।୫: କରୋନାର କରାଳ ରୂପରୁ ବାଦ୍ ପଡ଼ିନି କାରାଗାର। ରାଜ୍ୟର ବିଭିନ୍ନ ଜେଲରେ କଏଦୀ, ବିଚାରାଧୀନ ବନ୍ଦୀଙ୍କ ସମେତ କର୍ମଚାରୀ ସଂକ୍ରମଣର ଶିକାର ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ବଢ଼ିଛି। ରାଜ୍ୟର ହାଇପ୍ରୋଫାଇଲ ଅପରାଧୀଙ୍କ କାରଗାର ଭାବେ…

