ଘାରିଛି କୋଭିଡ୍‌ ଭୟ: ଜେଲରେ ବଢୁଛି ସଂକ୍ରମଣ

ବ୍ରହ୍ମପୁର ଅଫିସ/ପଦ୍ମପୁର(ଡି.ଏନ.ଏ.), ୨୩।୫: କରୋନାର କରାଳ ରୂପରୁ ବାଦ୍‌ ପଡ଼ିନି କାରାଗାର। ରାଜ୍ୟର ବିଭିନ୍ନ ଜେଲରେ କଏଦୀ, ବିଚାରାଧୀନ ବନ୍ଦୀଙ୍କ ସମେତ କର୍ମଚାରୀ ସଂକ୍ରମଣର ଶିକାର ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ବଢ଼ିଛି। ରାଜ୍ୟର ହାଇପ୍ରୋଫାଇଲ ଅପରାଧୀଙ୍କ କାରଗାର ଭାବେ ପରିଚିତ ଝାରପଡ଼ା ଜେଲ ପରେ ଗଞ୍ଜାମ ଜିଲାର ବ୍ରହ୍ମପୁର ମଣ୍ଡଳ କାରଗାର ଏବଂ ବରଗଡ଼ ଜିଲା ପଦ୍ମପୁର ସବ୍‌ଜେଲକୁ ଘାରିଛି କୋଭିଡ୍‌ ଭୟ। ଦିନକୁ ଦିନ ବିଗୁଡୁଥିବାବେଳେ କଏଦୀ ଏବଂ କର୍ମଚାରୀଙ୍କ ସୁରକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ପଦ୍ମପୁର ସବ୍‌ଜେଲର ୮୩ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ତହସିଲ ସାହୁଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସବ୍‌ଜେଲର ୧୨୪ଜଣ ଅନ୍ତେବାସୀ ଏବଂ ୮ଜଣ ଷ୍ଟାଫ୍‌ଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ସ୍ଥାନୀୟ କୋଭିଡ୍‌ କେୟାର ସେଣ୍ଟରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅକ୍ସିଜେନ ଦିଆଯାଉଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପଦ୍ମପୁର ଉପଜିଲାପାଳ ତ୍ରିଲୋଚନ ପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ଆଇଆଇସି ରାଜେନ୍ଦ୍ର କୁମାର ସିଆଲ ପ୍ରମୁଖ ସବ୍‌ଜେଲ ପରିଦର୍ଶନ କରି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଅନୁରୂପ ଭାବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଂକ୍ରମଣର ଶିକାର ହୋଇଥିବା ଏକଦୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୪୪ ଜଣଙ୍କ ମଧ୍ୟରୁ ଜଣେ କଏଦୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶନିବାର ଆଇଟିଆଇ ହଷ୍ଟେଲରେ ଖୋଲା ଯାଇଥିବା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪୩ ଜଣ ଜେଲ୍‌ ପରିସରରେ ଥିବା ଡିସିସିସିରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜେଲର୍‌ ସତ୍ୟନାରାୟଣ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମପୁର କାରାଗାରର ମୋଟ ୮୪ଜଣଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିବାବେଳେ ୪୬ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଶନିବାର ସୁଦ୍ଧା ଜେଲରେ କଏଦୀଙ୍କ ସଂଖ୍ୟା ୮୯୩ ରହିଛି। ୮୪ ଜଣଙ୍କ ବାଦ୍‌ ଦେଇ ଅନ୍ୟମାନଙ୍କ କରୋନା ପରୀକ୍ଷା କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଥିବା ଜେଲର୍‌ କହିଛନ୍ତି। ଅନ୍ୟପଟେ ଏଠାରେ ରହୁଥିବା ୩୫ ଏକଦୀଙ୍କୁ ପାରୋଲରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ଇତିମଧ୍ୟରେ ପର୍ଯ୍ୟାୟକ୍ରମେ ୨୩ଜଣଙ୍କୁ ଛଡ଼ାଗଲାଣି। ଅନ୍ୟ ୧୨ଜଣଙ୍କୁ ଶୀଘ୍ର ଛଡ଼ାଯିବ ବୋଲି ଜେଲର୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଗତ ୧୩ ତାରିଖରେ ୭ଜଣ, ୧୭ ତାରିଖରେ ୬, ୧୮ ତାରିଖରେ ୪, ୧୯ ତାରିଖରେ ୩, ୨୦ ତାରିଖରେ ଜଣେ ଏବଂ ଶୁକ୍ରବାର ୨ଜଣଙ୍କୁ ୯୦ ଦିନ ପାଇଁ ପାରୋଲରେ ଛଡ଼ାଯାଇଛି। ଏଠାରେ ଦୁଇ ପର୍ଯ୍ୟାୟରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ୯୫ କଏଦୀ ଟିକା ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?