ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧ ଟିପ୍ପର, ଟ୍ରକ, ଟ୍ରାକ୍ଟର ଓ ହିଟାଚି ମେଶିନକୁ ପୋଲିସ ଜବତ କରିଛି। ଏହାସହ ୧୫ ଜଣ ଶ୍ରମିକଙ୍କୁ ଅଟକ ରଖାଯାଇଛି । ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପ୍ରକୃତ ମାଲିକଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଦୀର୍ଘଦିନ ପରେ ପୋଲିସର ଏପରି ଚଢ଼ାଉକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଗତ ୪ ବର୍ଷ ମଧ୍ୟରେ ଆରୁହା ପାହାଡରୁ ହୋଇଥିବା ଖନନ ଓ କଳାପଥର ଚୋରିର ନିରପେକ୍ଷ ମାପଚୁପ କରାଯାଇ ଲିଜ୍‌ଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଆରୁହା ପାହାଡ଼ର ୩ ଏକର ଜମିରୁ କଳା ପଥର ଉତ୍ତୋଳନ କରିବାକୁ ଅନୁମତି ମିଳିଥିଲା। ହେଲେ ୧୦୦ରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରୁ ବେଆଇନ ପଥର ଖନନ ଚାଲିଥିଲା। ଏନେଇ ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୂର୍ବରୁ ଜିଲା ପ୍ରଶାସନକୁ ଜବାବ ତଲବ ହୋଇଛି। ୧ା୯ା୨୦୧୭ରେ ଆରୁହା କଳାପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଏମ୍‌ଏମ୍‌ସି ନିୟମ-୨୦୧୬ ଅନୁସାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷ(୨୦୧୭-୧୮ ରୁ ୨୦୨୧-୨୨) ପର୍ଯ୍ୟନ୍ତ ଲିଜ୍‌ ପ୍ରଦାନ କରାଯାଇଛି। ଜମି ରେକର୍ଡ ଅନୁସାରେ ଆରୁହା ପାହାଡରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ମାତ୍ର ୩ ଏକର ଖାଦାନ ଲିଜ ଦିଆଯାଇଥିବାବେଳେ ଚଞ୍ଚକତା କରି ପ୍ରାୟ ୧୦୦ ଏକର ପର୍ଯ୍ୟନ୍ତ କଳାପଥର ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏହାସହ ଲିଜ୍‌ ଅନୁମତି ପରିମାଣଠାରୁ ଶତାଧିକ ଗୁଣ ଅଧିକ କଳାପଥର ଲୁଟ ହୋଇଛି। ଡଙ୍କାରୀ ଭଳି ଖଣି ବିଭାଗର ବିଶେଷଜ୍ଞ ଦଳ ମାପଚୁପ କଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡିବ ବୋଲି ଆବେଦନକାରୀ ସର୍ବେଶ୍ୱର ବେହୁରା କହିଛନ୍ତି। ଏହାବାଦ୍‌ ଗତ ଟେଣ୍ଡର ପ୍ରକ୍ରିୟାରେ ଆରୁହା ପାହାଡକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଲିଜ୍‌ ଦେବାକୁ ଉଦ୍ୟମ ହୋଇଥିଲା ବୋଲି ବେହୁରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୧୫ା୧୧(ବ୍ୟୁରେ):ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ରାଜ୍ୟର...

ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କରୋନା ପଜିଟିଭ୍‌ ଚିହ୍ନଟ: ୧୫ ରୁ ୧୮ ଯାଏ କୋର୍ଟ ବନ୍ଦ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କେତେକ ବିଚାରପତି ଏବଂ ବିଚାର ବିଭାଗୀୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ କରୋନା ସଂକ୍ରମଣକୁ ପ୍ରତିହତ...

‘ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ପାଇବ’

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା...

ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟର ଜଣେ ପରିଚିତ ଚେହେରା ଜୀମୂତ ମଙ୍ଗରାଜ

ଭୁବନେଶ୍ୱର,(ବ୍ୟୁରୋ)/ଯାଁଳା, ୨୮ା୬(ଡି.ଏନ୍‌.ଏ.): ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ବାହନ ମଙ୍ଗରାଜ (୬୪)ଙ୍କ ରବିବାର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ସ୍କୁଟିରେ ଖୋର୍ଦ୍ଧାରୁ...

ରାସ୍ତାରେ ପିଲେଟ ନେଉଛି ଜୀବନ: ଲୋକେ ଅସନ୍ତୋଷ

ଯୋଡ଼ା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଯୋଡ଼ା-ବାମେବାରୀ ରାଜ୍ୟରାଜପଥ ନଂ ୨ରେ ପ୍ରବଳମାତ୍ରାରେ ପିଲେଟ ପଡ଼ି ରାସ୍ତାଟି ଏକ ମରଣଯନ୍ତାରେ ପାଲଟିଛି। କ୍ରମାଗତ ଭାବେ...

ମରଣ ମୁହଁରୁ ବଞ୍ଚିଲା ଗାଈ

କୋକସରା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମର ଚାଷଜମି ନିକଟ ଏକ ପରିତ୍ୟକ୍ତ କୁଅରେ ପଡ଼ିଥିବା ଗାଈକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର...

ମିଳିଲାନି ସରକାରୀ ସହଯୋଗ: ଟଙ୍କା ଆଦାୟ କରି ନାଳ ସଫା କଲେ ଚାଷୀ

ରସୁଲପୁର,୨୭ା୬(ଡି.ଏନ.ଏ.): ପ୍ରଶାସନକୁ ଅନେକ ଗୁହାରି କରିବା ପରେ ମଧ୍ୟ ନାଳ ସଫେଇ ହୋଇ ପାରିଲାନି। ଶେଷରେ ଚାଷୀ ନିଜେ ଟଙ୍କା ଆଦାୟ କରି ନାଳ ସେଫଇ...

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର...

Advertisement
Archives

Model This Week