Posted inରାଜ୍ୟ

ଅନିର୍ଦ୍ଦିଷ୍ଟ କାଳ ଔଷଧ ଦୋକାନ ବନ୍ଦ ଚେତାବନୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ): କରୋନା ଲଢ଼େଇରେ ସାମିଲ ହୋଇ ଜନସାଧାରଣଙ୍କୁ ସେବା ଯୋଗାଇବାରେ ଔଷଧ ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ତଥା ପ୍ରମୁଖ ଅବଦାନ ରହିଛି। ଅନ୍ୟମାନଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଘୋଷଣା କରିଛନ୍ତି। ହେଲେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି ସେବା ଯୋଗାଉଥିବା ଔଷଧ ବ୍ୟବସାୟୀଙ୍କୁ ଯୋଦ୍ଧାର ସମ୍ମାନରୁ ବଞ୍ଚତ୍ତ କରାଯାଉଛି। ଏମିତିକି ବ୍ୟବସାୟୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ବତନ୍ତ୍ର ଟିକାକରଣର ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଉତ୍କଳ କେମିଷ୍ଟ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏଶନ ସଭାପତି ପି. ସତ୍ୟନାରାୟଣ ଖବରଦାତା ସମ୍ମିଳନୀରେ କହିଛନ୍ତି। ଯଦି ସରକାର ଦାବିକୁ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ ସଂଘର ୨୫ ହଜାର ସଭ୍ୟ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଅଜୟ ଗୋୟଙ୍କା ଓ କାର୍ଯ୍ୟକାରିଣୀ ଦେବଦତ୍ତ ଦାସ ସମେତ ଅନ୍ୟ ବରିଷ୍ଠ ସଭ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜିନ୍ଦର ପିଆଇବି ଓଡ଼ିଶା ମୁଖ୍ୟ

ଭୁବନେଶ୍ୱର,୧୬।୩(ପି.ଆଇ.ବି.): ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ବରିଷ୍ଠ ଅଧିକାରୀ ରାଜିନ୍ଦର ଚୌଧୁରୀ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓଡ଼ିଶା ମୁଖ୍ୟ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ...

ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର

ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ...

ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ...

ବ୍ରାହ୍ମଣୀରେ ବୁଡ଼ିବ ‘କଙ୍କା’

ଗଁଦିଆ, ୧ା୧୦ ଜନବସତିକୁ ଗିଳିବାକୁ ଜିଭ ବଢ଼ାଇଛି ବ୍ରାହ୍ମଣୀ। ବର୍ଷକୁ ବର୍ଷ କୂଳ ଖାଇ ମାଡ଼ି ଆସୁଛି ଆଗକୁ। ଅନ୍ୟପଟେ ନଦୀରୁ ବାହାରିଥିବା ଶାଖା ନାଳ...

ଜେଇଇ ମେନ୍‌ ସେସନ୍‌-୨ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି ଜେଇଇ ମେନ ସେସନ-୨ ରେଜଲ୍ଟ। ଏହି ପରୀକ୍ଷାରେ ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି।...

ଉଦାହରଣ: ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲାପାଳ

ମାଲକାନଗିରି,୧୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଡାକ୍ତରଖାନାରେ ବିଭିନ୍ନ ସମୟରେ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ଓ ଟିକ୍‌ଟକ୍‌ ଭିଡିଓକୁ ନେଇ ମାଲକାନଗିରି ଜିଲା ଚର୍ଚ୍ଚା ହୋଇ ଆସୁଥିବାବେଳେ ଏବେ...

CORONAVIRUS UPDATE: ରାଜ୍ୟରେ ଆଜି ୩୯୨୨ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୩୭୪କୁ ବୃଦ୍ଧି

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୩,୯୨୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୩୭୪ରେ ପହଞ୍ଚିଥିବା ରାଜ୍ୟ...

Advertisement
Archives

Model This Week