ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବୁଧବାର ଘନୀଭୂତ ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୁରୁବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ଏବଂ ଦେବଗଡ଼, ଅନୁଗୋଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ। ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩୧ ତାରିଖରେ ନୂଆପଡ଼ା, ନବରଙ୍ଗପୁର ଓ ବରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଜୁଲାଇ ଅଧା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମ୍‌ ଥିଲା। ଏବେ ବି ତାହା ସ୍ବାଭାବିକ ସ୍ଥିତିକୁ ଫେରି ନ ଥିବାବେଳେ ୧୭ଟି ଜିଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ତେଣୁ ଏବେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଚାଷୀମାନେ ଆଶ୍ୱସ୍ତ ଲାଭ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ବେପାରୀଙ୍କ ବେଆଇନ ଦୋକାନ ଉଚ୍ଛେଦ କରିବ ବିଡିଏ: ଡିସିପି

ଭୁବନେଶ୍ୱର, ୧୯ା୭(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସରକାରୀ ସ୍ଥାନକୁ ଜବରଦଖଲ କରି ବେଆଇନ ନିଶା କାରବାର ଚାଲୁଛି। ବିଭିନ୍ନ ଦୋକାନ ଖୋଲି ସେଥିରେ ନିଶାଦ୍ରବ୍ୟ ବ୍ୟବସାୟ...

କରୋନା ସଂକ୍ରମଣ ଭୟ: ଭଦ୍ରକର ସବୁ ଫେରିଘାଟକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୪: କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲାର ସମସ୍ତ ଫେରିଘାଟକୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ପଡୋଶୀ ଜିଲା ଯାଜପୁରରେ...

‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୫(ବ୍ୟୁରୋ): ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବାୟୋ ଟଏଲେଟ୍‌ଯୁକ୍ତ ହେଲା ସମସ୍ତ ଟ୍ରେନ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ନିଜ ଅଧୀନରେ ଥିବା ସମସ୍ତ ଟ୍ରେନ୍‌କୁ ବାୟୋ ଟଏଲେଟ୍‌ଯୁକ୍ତ କରିଛି।...

ବ୍ରହ୍ମପୁର ଏମ୍‌ପିଙ୍କୁ ନବୀନ ନିବାସରୁ ଡାକରା, ଚାପୁଡ଼ା ମାରିବାର ତର୍ଜମା ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ବେହେରାଙ୍କୁ ନବୀନ ନିବାସରୁ ଡାକରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନ ୪ଟାରେ ତାଙ୍କୁ ନବୀନ ନିବାସ ଡାକିଛନ୍ତି। ତେବେ...

୧୩ ହିଂସାକାଣ୍ଡରେ ଓ୍ବାଣ୍ଟେଡ୍‌ ଥିବା ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୪ା୩: ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମଙ୍କୁ ଓୟାମ୍‌ ଓରଫ ଜୟରାମ ଏବଂ ଲାଛୁ...

ବର୍ଷେ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ରାସ୍ତା

ଗୁଣପୁର,୨୩ା୨: ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଆନ୍ଧ୍ର ଚଞ୍ଚକତା କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ିଚାଲିଛି। ଓଡ଼ିଶା ସୀମାବର୍ତ୍ତୀ ଗ୍ରାମ ଉପରେ ଆନ୍ଧ୍ରର ଦାଦାଗିରି...

ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

Advertisement
Archives

Model This Week