୪ ହଜାର ପଡ଼ା ହେବ ରାଜସ୍ବ ଗ୍ରାମ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜ୍ୟରେ ଥିବା ୪ହଜାର ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବା ପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିଛନ୍ତି। ନୂତନ ଗ୍ରାମ ହେବା ଫଳରେ ଉକ୍ତ ପଡ଼ାଗୁଡ଼ିକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ଜରିଆରେ ବହୁ ସୁବିଧା ପାଇପାରିବେ। ୫-ଟି ସୂତ୍ର ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଚଳିତ ନିୟମରେ ସରଳୀକରଣ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏନେଇ ସମସ୍ତ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହ ନୂଆ ମାର୍ଗଦର୍ଶିକାର ଅନୁପାଳନ ପାଇଁ କହିଛନ୍ତି।
ନୂତନ ମାର୍ଗଦର୍ଶିକା ଅନୁସାରେ ମୂଳ ରାଜସ୍ବ ଗ୍ରାମଠାରୁ ୫୦୦ ମିଟରରୁ ଅଧିକ ଦୂରରେ ଅବସ୍ଥିତ ୨୫୦ କିମ୍ବା ତଦୂର୍ଦ୍ଧ୍ୱ ଜନସଂଖ୍ୟାବିଶିଷ୍ଟ ପଡ଼ାକୁ ନୂତନ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯିବ। ଅନୁରୂପ ଭାବେ ମୂଳରାଜସ୍ବ ଗ୍ରାମରୁ ୫୦୦ମିଟର ମଧ୍ୟରେ ଏବଂ ୩୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ବସତିକୁ ନୂତନ ରାଜସ୍ବ ଗ୍ରାମଭାବେ ଗ୍ରହଣ କରାଯିବ। ୨୫୦ରୁ କମ୍‌ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକ ମୂଳ ରାଜସ୍ବ ଗ୍ରାମରୁ ପ୍ରାକୃତିକ ଭାବେ ବିଚ୍ଛିନ୍ନ ଥିଲେ ସେଗୁଡ଼ିକୁ ମଧ୍ୟ ସ୍ବତନ୍ତ୍ର ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ବିଭାଗୀୟ ପ୍ରମୁଖ ଶାସନ ସଚିବ ନୂତନ ରାଜସ୍ବ ଗ୍ରାମ ସୃଷ୍ଟିବେଳେ ଗୋଚର ଏବଂ ଗୋଷ୍ଠୀଗତ ଜମିର ସୀମା ସଂରକ୍ଷଣ ବାବଦରେ ଗୁରୁତ୍ୱ ନ ଦେବାକୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଛନ୍ତି। କିନ୍ତୁ ନୂତନ ଭାବେ ସୃଷ୍ଟି ହେଉଥିବା ଗ୍ରାମର ବାସିନ୍ଦାମାନେ ମୂଳ ଗ୍ରାମ ମଧ୍ୟରେ ଥିବା ଗୋଚର ଏବଂ ଗୋଷ୍ଠୀଗତ ଜମିକୁ ବ୍ୟବହାର କରିପାରିବେ। ଏହା ଉଭୟ ଗ୍ରାମର ସାଧାରଣ ସମ୍ପତ୍ତି ଭାବେ ବିବେଚିତ ହେବ। ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ବାବଦରେ ବହୁବାର ରାଜ୍ୟ ବିଧାନସଭା ତଥା ଅନ୍ୟାନ୍ୟ ସାମ୍ମୁଖ୍ୟରେ ଦାବି ହୋଇଆସୁଛି। ଗୋଚର ଓ ଗୋଷ୍ଠୀଗତ ଜମି ଅଭାବରୁ ଅଧିକାଂଶ ପ୍ରସ୍ତାବ ବିଚାରକୁ ନିଆଯାଇପାରୁ ନ ଥିଲା। ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ବହୁର୍ପୂବରୁ ଜାରି କେତେକ ପ୍ରଶାସନିକ ନିର୍ଦ୍ଦେଶନାମାକୁ କ୍ଷେତ୍ରୀୟ ଅଧିକାରୀମାନେ ଠିକ୍‌ ଭାବେ ବୁଝିପାରି ନ ଥିଲେ। ତେଣୁ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ବାଧାପ୍ରାପ୍ତ ହେଉଥିଲା। ଫଳରେ ରାଜ୍ୟ ବିଭିନ୍ନ ସମ୍ବଳ ସଂଗ୍ରହରୁ ବଞ୍ଚତ୍ତ ହେଉଥିଲା। ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କଲେ ପ୍ରାୟ ୪ହଜାର ନୂତନ ଗ୍ରାମ ସୃଷ୍ଟି ହେବା ସହିତ ଲୋକମାନେ ଉପକୃତ ହେବେ ବୋଲି ବିଷ୍ଣୁପଦ ଉଲ୍ଲେଖ କରିଛନ୍ତି। ପୂର୍ବର ସମସ୍ତ ନିର୍ଦ୍ଦେଶାବଳୀ ଏହାଦ୍ୱାରା ନିଷ୍କ୍ରିୟ ହେବ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri