ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୬୧୫ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ ବୁଧବାର ରାଜ୍ୟରେ ୧,୭୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧,୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୯୩୭ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୬୭୮ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪୪୨ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୭୨, ବାଲେଶ୍ୱର ୯୮, ବରଗଡ଼ ୫, ଭଦ୍ରକ ୬୦, ବଲାଙ୍ଗୀର ୭, ବୌଦ୍ଧ ୧୧, କଟକ ୨୨୯, ଦେବଗଡ଼ ୯, ଢ଼େଙ୍କାନାଳ ୩୦, ଗଜପତି ୨, ଗଞ୍ଜାମ ୭, ଜଗତସିଂହପୁର ୯୬, ଯାଜପୁର ୭୦, ଝାରସୁଗୁଡ଼ା ୧୦, କଳାହାଣ୍ଡି ୨, କନ୍ଧମାଳ ୧୪, କେନ୍ଦ୍ରାପଡ଼ା ୪୦, କେନ୍ଦୁଝର ୧୫, କୋରାପୁଟ ୪, ମାଲକାନଗିରି ୪, ମୟୁରଭଞ୍ଜ ୪୮, ନବରଙ୍ଗପୁର ୧୨, ନୟାଗଡ଼ ୪୨, ନୂଆପଡ଼ା ୫, ପୁରୀ ୧୨୩, ରାୟଗଡ଼ା ୯, ସମ୍ବଲପୁର ୧୬, ସୁବର୍ଣ୍ଣପୁର ୯, ସୁନ୍ଦରଗଡ଼ ୩୦ ଓ ଷ୍ଟେଟ ପୁଲରୁ ୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୪,୧୩୨ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୫୧,୦୪୯ଜଣ ସୁସ୍ଥ ହୋଇଥିବା ବେଳେ ୧୭,୨୬୨ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?