ଖୋର୍ଦ୍ଧାରେ ବଢୁଛି ଗୋମାଂସ ଚାଲାଣ

ଖୋର୍ଦ୍ଧା ଅଫିସ,୨୪।୯: ଖୋର୍ଦ୍ଧାରୁ ଗୋମାଂସ ଚାଲାଣ ବଢିବାରେ ଲାଗିଛି। ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ କରାଯାଉଛି। ଏଥିରେ ଏକ ର଼୍ୟାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହ ମଧ୍ୟରେ ଜଟଣୀ ଓ ଖୋର୍ଦ୍ଧା ଟାଉନ ପୋଲିସ ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗୋମାଂସ ଜବତ କରିବା ୫ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଜଟଣୀ, ଚିଲିକା, ବାଣପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ ଓ ଖୋର୍ଦ୍ଧା ଅଞ୍ଚଳରୁ କଣ୍ଟେନରରେ ଅତି ଦୟନୀୟ ଭାବେ ବାହାର ରାଜ୍ୟ ଦେଇ ବାଂଲାଦେଶକୁ ଗୋଚାଲାଣ ହେଉଥିଲ। ଏବେ ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ କରାଯାଉଛି।
ସୂଚନା ଅନୁଯାୟୀ, ଗତ ୧୬ତାରିଖରେ ତରତୁଆ କବରସ୍ଥାନ ନିକଟରେ ଆଇଚର ଗାଡ଼ିିରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ପୋଲିସ ଚଢ଼ାଉ କରିଥିଲା। ଥର୍ମୋକୁଲର ପେଟିରେ ବରଫ ଦିଆଯାଇ ଗୋମାଂସ ଭର୍ତ୍ତି ପେଟି ଜବତ ହୋଇଥିଲା। ପୋଲିସ ୭ କୁଇଣ୍ଟାଲ ଗୋମାଂସ ଜବତ କରି ଜଙ୍ଗଲରେ ପୋତିଥିଲା। ଘଟଣାସ୍ଥଳରୁ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ରବିବାର ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ଏଠାରୁ ଗୋମାଂସ ହାଇଦ୍ରାବାଦକୁ ଚାଲାଣ ହେଉଥିବା ସେମାନେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ସେହିପରି ଗତ ୧୪ତାରିଖରେ ଜଟଣୀ ବ୍ଲକ ବେଣାପଞ୍ଜୁରୀ ଅଞ୍ଚଳରୁ ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିଲା। ଗାଡ଼ି ଚକା ମାଟିରେ ଦବିଯାଇଥିଲା। ଉକ୍ତ ଗାଡ଼ିରେ ଗୋ ମାଂସ ଚାଲାଣ ହେଉଥିବା ଗ୍ରାମବାସୀ ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଜଟଣୀ ପୋଲିସ ପହଞ୍ଚି ଗାଡ଼ି ସହ ୨୪ ପେଟି ଗୋମାଂସ ଜବତ କରି ମାଟିରେ ପୋତି ଦେଇଥିଲା। ଏହି ଗୋମାଂସ ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଜଣାପଡ଼ିିଥିଲା। ଖୋର୍ଦ୍ଧା ଓ ଜଟଣୀରେ ଗୋ ମାଫିଆ ସକ୍ରିୟ ହୋଇ ଉଠିଥିବା ଏଭଳି ଘଟଣାରୁ ସ୍ପଷ୍ଟ ହେଉଛି। ଭୁବନେଶ୍ୱର- ଚେନ୍ନାଇ ୧୬ନଂ ଏବଂ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଏମାନଙ୍କ ଚରାଭୂଇଁ ପାଲଟିଛି। ବିଳମ୍ବିତ ରାତିରେ ଦୈନିକ ଶହ ଶହ ଟ୍ରକରେ ବାହାର ରାଜ୍ୟକୁ ଗୋଚାଲାଣ କରୁଛନ୍ତି। ଖୋର୍ଦ୍ଧା ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ମାସ ମଧ୍ୟରେ ୫ଶହରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଚାଲାଣ ବେଳେ ଜବତ କରାଯାଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୋମାଂସ ଚାଲାଣକାରୀଙ୍କ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଲାଗି ବିଶ୍ୱ ହିନ୍ଦୁ ପରିଷଦ ଖୋର୍ଦ୍ଧା ପ୍ରଖଣ୍ଡ ସଭାପତି ବସନ୍ତ ଦାସ ଦାବି କରିଛନ୍ତି। ଖୋର୍ଦ୍ଧା ଉପକଣ୍ଠ ତରତୁଆ, ଜଟଣୀ ବ୍ଲକର ବେଣାପଞ୍ଜୁରୀ ଗୋଚାଲାଣର ହବ୍‌ ପାଲଟିଛି। ଏ ନେଇ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି, ଖୋର୍ଦ୍ଧା ଜିଲାରେ ଗୋଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୬ ଏବଂ ୫୭ ନମ୍ବର ଜାତୀୟ ରାଜପଥ ଦେଇ ଚାଲାଣ ହେଉଥିବା ଗୋବଂଶକୁ ରୋକିବା ପାଇଁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୀତିମତ ଭାବେ ଗୋଚାଲାଣକାରୀଙ୍କୁ ଗିରଫ କରାଯାଉଛି। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ। ଖୋର୍ଦ୍ଧା ଜିଲାରେ ଗୋଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri