ଖୋର୍ଦ୍ଧାରେ ବଢୁଛି ଗୋମାଂସ ଚାଲାଣ

ଖୋର୍ଦ୍ଧା ଅଫିସ,୨୪।୯: ଖୋର୍ଦ୍ଧାରୁ ଗୋମାଂସ ଚାଲାଣ ବଢିବାରେ ଲାଗିଛି। ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ କରାଯାଉଛି। ଏଥିରେ ଏକ ର଼୍ୟାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହ ମଧ୍ୟରେ ଜଟଣୀ ଓ ଖୋର୍ଦ୍ଧା ଟାଉନ ପୋଲିସ ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗୋମାଂସ ଜବତ କରିବା ୫ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଜଟଣୀ, ଚିଲିକା, ବାଣପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ ଓ ଖୋର୍ଦ୍ଧା ଅଞ୍ଚଳରୁ କଣ୍ଟେନରରେ ଅତି ଦୟନୀୟ ଭାବେ ବାହାର ରାଜ୍ୟ ଦେଇ ବାଂଲାଦେଶକୁ ଗୋଚାଲାଣ ହେଉଥିଲ। ଏବେ ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ କରାଯାଉଛି।
ସୂଚନା ଅନୁଯାୟୀ, ଗତ ୧୬ତାରିଖରେ ତରତୁଆ କବରସ୍ଥାନ ନିକଟରେ ଆଇଚର ଗାଡ଼ିିରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ପୋଲିସ ଚଢ଼ାଉ କରିଥିଲା। ଥର୍ମୋକୁଲର ପେଟିରେ ବରଫ ଦିଆଯାଇ ଗୋମାଂସ ଭର୍ତ୍ତି ପେଟି ଜବତ ହୋଇଥିଲା। ପୋଲିସ ୭ କୁଇଣ୍ଟାଲ ଗୋମାଂସ ଜବତ କରି ଜଙ୍ଗଲରେ ପୋତିଥିଲା। ଘଟଣାସ୍ଥଳରୁ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ରବିବାର ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ଏଠାରୁ ଗୋମାଂସ ହାଇଦ୍ରାବାଦକୁ ଚାଲାଣ ହେଉଥିବା ସେମାନେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ସେହିପରି ଗତ ୧୪ତାରିଖରେ ଜଟଣୀ ବ୍ଲକ ବେଣାପଞ୍ଜୁରୀ ଅଞ୍ଚଳରୁ ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିଲା। ଗାଡ଼ି ଚକା ମାଟିରେ ଦବିଯାଇଥିଲା। ଉକ୍ତ ଗାଡ଼ିରେ ଗୋ ମାଂସ ଚାଲାଣ ହେଉଥିବା ଗ୍ରାମବାସୀ ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଜଟଣୀ ପୋଲିସ ପହଞ୍ଚି ଗାଡ଼ି ସହ ୨୪ ପେଟି ଗୋମାଂସ ଜବତ କରି ମାଟିରେ ପୋତି ଦେଇଥିଲା। ଏହି ଗୋମାଂସ ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଜଣାପଡ଼ିିଥିଲା। ଖୋର୍ଦ୍ଧା ଓ ଜଟଣୀରେ ଗୋ ମାଫିଆ ସକ୍ରିୟ ହୋଇ ଉଠିଥିବା ଏଭଳି ଘଟଣାରୁ ସ୍ପଷ୍ଟ ହେଉଛି। ଭୁବନେଶ୍ୱର- ଚେନ୍ନାଇ ୧୬ନଂ ଏବଂ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଏମାନଙ୍କ ଚରାଭୂଇଁ ପାଲଟିଛି। ବିଳମ୍ବିତ ରାତିରେ ଦୈନିକ ଶହ ଶହ ଟ୍ରକରେ ବାହାର ରାଜ୍ୟକୁ ଗୋଚାଲାଣ କରୁଛନ୍ତି। ଖୋର୍ଦ୍ଧା ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ମାସ ମଧ୍ୟରେ ୫ଶହରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଚାଲାଣ ବେଳେ ଜବତ କରାଯାଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୋମାଂସ ଚାଲାଣକାରୀଙ୍କ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଲାଗି ବିଶ୍ୱ ହିନ୍ଦୁ ପରିଷଦ ଖୋର୍ଦ୍ଧା ପ୍ରଖଣ୍ଡ ସଭାପତି ବସନ୍ତ ଦାସ ଦାବି କରିଛନ୍ତି। ଖୋର୍ଦ୍ଧା ଉପକଣ୍ଠ ତରତୁଆ, ଜଟଣୀ ବ୍ଲକର ବେଣାପଞ୍ଜୁରୀ ଗୋଚାଲାଣର ହବ୍‌ ପାଲଟିଛି। ଏ ନେଇ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି, ଖୋର୍ଦ୍ଧା ଜିଲାରେ ଗୋଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୬ ଏବଂ ୫୭ ନମ୍ବର ଜାତୀୟ ରାଜପଥ ଦେଇ ଚାଲାଣ ହେଉଥିବା ଗୋବଂଶକୁ ରୋକିବା ପାଇଁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୀତିମତ ଭାବେ ଗୋଚାଲାଣକାରୀଙ୍କୁ ଗିରଫ କରାଯାଉଛି। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ। ଖୋର୍ଦ୍ଧା ଜିଲାରେ ଗୋଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?