ବଗଲା ଧର୍ମଶାଳା ଜମି ବିକ୍ରି ମାମଲା: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାଏମ

କଟକ ଅଫିସ,୨୪ା୯: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାଏର ମାମଲାରେ ଗୁରୁବାର ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜମିର ବିକ୍ରି ଖର୍ଦ୍ଦି, କିସମ ବଦଳ, ନିର୍ମାଣ କାର୍ଯ୍ୟ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ। ଗତ ଅଗଷ୍ଟ ୯ ତାରିଖରେ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଆଗତ ମିସ୍‌କେସ୍‌ର ଶୁଣାଣିକରି ହାଇକୋର୍ଟ ମଧ୍ୟ ଉକ୍ତ ଆଦେଶ ଦେଇଥିଲେ। ସମାନ ମାମଲାରେ ପୂର୍ବ ଆଦେଶ କାଏମ ରହିବ ବୋଲି ଗୁରୁବାର ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସମ୍ବିତ୍‌ଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ଆସନ୍ତା ଡିସେମ୍ବର ୧୬ରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ। ଆଇନଜୀବୀ ପୀତାମ୍ବର ଯୁକ୍ତିରେ ଦର୍ଶାଇଥିଲେ, ଧର୍ମଶାଳା ଜମି ରାଜ୍ୟ ସରକାର ଓ ବଗଲାର ନୁହେଁ, ଏହା ଜଗନ୍ନାଥ ମହାପ୍ରଭୁଙ୍କର। ସାବକରେ ଏହି ଜମି ଶ୍ରୀଜଗନ୍ନାଥଙ୍କର ଥିବାବେଳେ ହାଲ୍‌ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲାବୋଲି ସେ ପ୍ରଶ୍ନ ଉଠାଇଥିଲେ।
ପୂର୍ବରୁ ବସ୍ତିଆଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ସେ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି, ବଗଲା ଧର୍ମଶାଳାର ମୋଟ ୨ ଏକର ୫୭୪ ଡିସିମିଲ ଜମିରୁ ପୁରୀ ଜିଲାପାଳ ୨୦୨୦ ଅଗଷ୍ଟ ୫ରୁ ୧୨ ମଧ୍ୟରେ ୩୪୦ ଡିସିମିଲ ଜମିକୁ ୬ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିଥିଲେ। ଅଦାଲତଙ୍କ ବିନା ଅନୁମତିରେ ଜିଲାପାଳ ନିଜ କ୍ଷମତାର ଅପବ୍ୟବହାର କରି ଏହି ଜମିକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ଏଭଳି କାର୍ଯ୍ୟକୁ ବିରୋଧକରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏନେଇ ହାଇକୋର୍ଟ ଜିଲାପାଳଙ୍କୁ ଜାନୁୟାରୀ ୧୧ରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁରୀ ଜିଲାପାଳ ଗତ ମାର୍ଚ୍ଚ ୨ରେ ଆଉ ୬ଜଣ ଲଜିଂ ମାଲିକଙ୍କୁ ଥଇଥାନ ଯୋଜନାରେ ଜମି ବିକ୍ରି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ଆବେଦନକାରୀ ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ହେଲେ କିଛି ସୁଫଳ ନ ମିଳିବାରୁ ସେ ହାଇକୋର୍ଟରେ ମିସ୍‌କେସ୍‌ ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?