ବଗଲା ଧର୍ମଶାଳା ଜମି ବିକ୍ରି ମାମଲା: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାଏମ

କଟକ ଅଫିସ,୨୪ା୯: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାଏର ମାମଲାରେ ଗୁରୁବାର ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜମିର ବିକ୍ରି ଖର୍ଦ୍ଦି, କିସମ ବଦଳ, ନିର୍ମାଣ କାର୍ଯ୍ୟ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ। ଗତ ଅଗଷ୍ଟ ୯ ତାରିଖରେ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଆଗତ ମିସ୍‌କେସ୍‌ର ଶୁଣାଣିକରି ହାଇକୋର୍ଟ ମଧ୍ୟ ଉକ୍ତ ଆଦେଶ ଦେଇଥିଲେ। ସମାନ ମାମଲାରେ ପୂର୍ବ ଆଦେଶ କାଏମ ରହିବ ବୋଲି ଗୁରୁବାର ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସମ୍ବିତ୍‌ଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ଆସନ୍ତା ଡିସେମ୍ବର ୧୬ରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ। ଆଇନଜୀବୀ ପୀତାମ୍ବର ଯୁକ୍ତିରେ ଦର୍ଶାଇଥିଲେ, ଧର୍ମଶାଳା ଜମି ରାଜ୍ୟ ସରକାର ଓ ବଗଲାର ନୁହେଁ, ଏହା ଜଗନ୍ନାଥ ମହାପ୍ରଭୁଙ୍କର। ସାବକରେ ଏହି ଜମି ଶ୍ରୀଜଗନ୍ନାଥଙ୍କର ଥିବାବେଳେ ହାଲ୍‌ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲାବୋଲି ସେ ପ୍ରଶ୍ନ ଉଠାଇଥିଲେ।
ପୂର୍ବରୁ ବସ୍ତିଆଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ସେ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି, ବଗଲା ଧର୍ମଶାଳାର ମୋଟ ୨ ଏକର ୫୭୪ ଡିସିମିଲ ଜମିରୁ ପୁରୀ ଜିଲାପାଳ ୨୦୨୦ ଅଗଷ୍ଟ ୫ରୁ ୧୨ ମଧ୍ୟରେ ୩୪୦ ଡିସିମିଲ ଜମିକୁ ୬ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିଥିଲେ। ଅଦାଲତଙ୍କ ବିନା ଅନୁମତିରେ ଜିଲାପାଳ ନିଜ କ୍ଷମତାର ଅପବ୍ୟବହାର କରି ଏହି ଜମିକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ଏଭଳି କାର୍ଯ୍ୟକୁ ବିରୋଧକରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏନେଇ ହାଇକୋର୍ଟ ଜିଲାପାଳଙ୍କୁ ଜାନୁୟାରୀ ୧୧ରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁରୀ ଜିଲାପାଳ ଗତ ମାର୍ଚ୍ଚ ୨ରେ ଆଉ ୬ଜଣ ଲଜିଂ ମାଲିକଙ୍କୁ ଥଇଥାନ ଯୋଜନାରେ ଜମି ବିକ୍ରି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ଆବେଦନକାରୀ ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ। ହେଲେ କିଛି ସୁଫଳ ନ ମିଳିବାରୁ ସେ ହାଇକୋର୍ଟରେ ମିସ୍‌କେସ୍‌ ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri