ଅଧାରେ ଲାଖିଛି ବିକାଶ

ଯାଜପୁର ଅଫିସ,୨୪ା୯: ଯାଜପୁର ଜିଲା ସଦର ମହକୁମାର ନବକଳେବର ପରିପ୍ରେକ୍ଷୀରେ ଆଉ ଏକ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏଥିରେ ମାନ୍‌ସାପୋଲଠାରୁ ବିରଜା ମହିଳା କଲେଜ ଛକ ଏବଂ ଜିଲା ସଦର ଡାକ୍ତରଖାନାଠାରୁ କାଲିଘାଟ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ରହିଛି। ଏଥିସକାଶେ ଶୀତଳେଶ୍ୱର ଗ୍ରାମର ୟୁନିଟ-୭ଠାରେ ୦.୩୫୬ ଏକର ବେସରକାରୀ ଜମି ଅଧିଗ୍ରହଣ କରିବାକୁ ୬ କୋଟି ୩୪ ଲକ୍ଷ ୨ ହଜାର ୮୦୭ ଟଙ୍କା ମଞ୍ଜୁର ହୋଇଛି। ତେବେ ଏହା ପୂର୍ବରୁ ଏକାଧିକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧାରେ ଲାଖି ରହିଥିବାରୁ ସହରର ବିକାଶର ଅଗ୍ରଗତି ପରାହତ ହୋଇଛି।
୧୯ଟି ରାଜସ୍ବ ଗ୍ରାମ ଓ ତତ୍‌ସଂଲଗ୍ନ ୨୭ଟି ରାଜସ୍ବ ଗ୍ରାମ ସହ ସର୍ବମୋଟ ୪୬ ରାଜସ୍ବ ମୌଜାର ୨୯.୮୪ ବର୍ଗ କି.ମି. ପରିମିତି ଅଞ୍ଚଳକୁ ନେଇ ଯାଜପୁର ସହରର ମାଷ୍ଟର ପ୍ଲାନ୍‌ ପ୍ରସ୍ତାବ ରହିଛି। ହରିୟାଣାର ଗୁରୁଗାଁଓର ଭୟେଣ୍ଟସ୍‌ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଛି। ଆଗାମୀ ୨୦୪୦ ମସିହା ପର୍ଯ୍ୟନ୍ତ ଯାଜପୁରର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାସ୍ତା ପ୍ରଶସ୍ତୀକରଣ, ନାଳ ନର୍ଦ୍ଦମା ଜଳ ନିଷ୍କାସନ, ଜନସାଧାରଣଙ୍କ ଚିତ୍ତବିନୋଦନ ନିମନ୍ତେ ପ୍ରମୋଦ ଉଦ୍ୟାନ, ନୂତନ ବଜାର ନିର୍ମାଣ ଓ ସମ୍ପ୍ରସାରଣ, ଶିକ୍ଷାନୁଷ୍ଠାନ, ହାଟବଜାର, କଳକାରଖାନା ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ ନିମନ୍ତେ ପ୍ରାଧାନ୍ୟ ଦିଆଯାଉଛି ା ଏହି କ୍ରମରେ ଏଡ୍‌ମିନିଷ୍ଟ୍ରେଟିଭ୍‌ ଏନ୍‌କ୍ଲାଭ୍‌ ବା ମିନି ସଚିବାଳୟ କାମ ଚାଲିଛି। ଏହି ମିନି ସଚିବାଳୟ ନିର୍ମାଣରେ ୧୨୨.୦୯ କୋଟି ଟଙ୍କା ଖର୍ଚ୍ଚ କରି ୩୮.୮୬୬ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଉଛି। ଅନ୍ୟପକ୍ଷେ ଗୃହ ନିର୍ମାଣ ପାଇଁ ୭୧.୩୩ କୋଟି ଟଙ୍କାକୁ ମିଶାଇ ସମୁଦାୟ ୧୯୩.୪୨ କୋଟି ଟଙ୍କା ଅଟ୍ଟକଳ ହୋଇଛି। ଅର୍ଥାତ୍‌ ଗୃହ ନିର୍ମାଣଠାରୁ ବେସରକାରୀ ଜମି ପାଇଁ ଖର୍ଚ୍ଚ ଦେଢ ଗୁଣରୁ ଅଧିକ ହେଉଛି। କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା ଚ୍ୟାଲେଞ୍ଜିଂ ମୋଡରେ ଯାଜପୁର ଜିଲାରେ ସରକାରୀ ମେଡିକାଲ କଲେଜ ଓ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ପାଇଁ ୨୦୨୦ ଡିସେମ୍ବରରେ କ୍ୟାବିନେଟ ଅନୁମୋଦନ ମିଳିଥିଲା। ୧୦୦ ଶଯ୍ୟା ବିଶିଷ୍ଟ ଆବଶ୍ୟକ ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ୪୨୬ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି ା ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆଙ୍କୁଳା ଛକ ନିକଟରେ ନିର୍ଦ୍ଧାରିତ ୪୦ ଏକର ଜମି ଚିହ୍ନଟ କରାଯାଇ ଏଲ୍‌ ଆଣ୍ଡ ଟି ଦ୍ୱାରା କାମ ଆରମ୍ଭ ହୋଇ ସାରିଛି।
ଏହାବାଦ୍‌ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଯାଜପୁର ଜିଲାରେ ୨୭.୦୬ କୋଟି ଟଙ୍କାର ୪ଟି ପ୍ରକଳ୍ପ ରହିଛି। ପର୍ଯ୍ୟଟନ ବିଭାଗର ରିପୋର୍ଟ ଅନୁସାରେ ୨୦୧୯-୨୦ ବର୍ଷରେ ଯାଜପୁର ଜିଲାର ମା’ବିରଜା ଓ ବରାହ କ୍ଷେତ୍ରରେ ଡେଷ୍ଟିନେଶନ ଟୁରିଷ୍ଟ ସ୍ପଟ୍‌ ପାଇଁ ୯.୭୧ କୋଟି ଟଙ୍କା ଏବଂ ବରାହ ଦ୍ୱୀପରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୯.୬୬ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ୨ ପ୍ରକଳ୍ପର କାର୍ଯ୍ୟାଦେଶ ୬ା୮ା୨୦୨୧ରେ ଜାରି ହୋଇଥିବାବେଳେ ସେହି କାର୍ଯ୍ୟ ଆରମ୍ଭ ହୋଇନାହିଁ। ବରାହପୀଠରେ ହେରିଟେଜ ପାର୍କ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ତାହା ୧୫ା୧ା୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହା ୧୪ା୬ା୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ କେତୋଟି ଘର ନିର୍ମାଣରେ ଏହି ପ୍ରକଳ୍ପ କାର୍ଯ୍ୟ ସୀମିତ ରହିଛି। ଏସବୁ ପ୍ରକଳ୍ପଗୁଡିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ଗତ ୭ା୮ା୨୦୨୧ ତାରିଖରେ ସ୍ପଷ୍ଟୀକରଣ ମାଗିଥିଲେ। ବିଭାଗ ତରବରିଆ ଭାବେ ଯାଜପୁର ଜିଲାର ବୈତରଣୀ ନଦୀକୂଳରେ ଥିବା ବରାହପୀଠରେ ହେରିଟେଜ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇଥିଲେ। ଏହାବାଦ୍‌ କୁସୁମା ପୋଖରୀରେ ୬.୬୯ କୋଟି ଟଙ୍କାର ମ୍ୟୁଜିକାଲ ଫାଉଣ୍ଟେନ କାମ ପାଇଁ ଗତ ୭ା୨ା୨୦୧୮ ତାରିଖରୁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ଗତ ଅଗଷ୍ଟ ସୁଦ୍ଧା ସେହି କାମରେ ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ଅଧାପନ୍ତରିଆ କାମ ଯୋଗୁ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ହରଡ଼ଘଣାରେ ପଡିଛନ୍ତି। ଏଭଳି ଭାବେ ସହରର ସୌନ୍ଦର୍ଯ୍ୟକରଣ ଓ ବିକାଶ ଦିଗରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉଦ୍ୟମ ପ୍ରଶଂସନୀୟ ହୋଇଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବାରେ ଅନ୍ତରାୟ ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?