ଅନ୍ଲାଇନରେ ବିବାହ, ଅନ୍ତ୍ୟେଷ୍ଟି ଅନୁମତି
ଭୁବନେଶ୍ୱର,୧୮।୫(ବ୍ୟୁରୋ): କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ଥାନାକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଅଭିଯୋଗଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ଓ ଜରୁରୀ କାଳିନ ସେବା ପାଇଁ କମିଶନରେଟ୍ ପୋଲିସ…
ମାଛ ବେପାର ଆଳରେ ବ୍ରାଉନସୁଗାର ଚାଲାଣ
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଲକ୍ଡାଉନ୍ ଓ ଶଟ୍ଡାଉନ୍ରେ କଡ଼ା ଯାଞ୍ଚ ସତ୍ତ୍ୱେ ରାଜ୍ୟରେ ଚାଲୁଛି ନିଶା କାରବାର। କଟକଣା ଗାଇଡ୍ଲାଇନ୍ରୁ ଫାଇଦା ଉଠାଇ ମାଛ ବେପାର ନାଁରେ ମାଫିଆମାନେ ବ୍ରାଉନସୁଗାରବେପାର ଚଳାଇଛନ୍ତି। ଖୋଦ୍ ରାଜଧାନୀ ଦେଇ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ବାଲେଶ୍ୱରରୁ ଏକ ପିକ୍ଅପ…
ଖରିଫଚାଷ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି
ଭୁବନେଶ୍ୱର,୧୮।୫(ବ୍ୟୁରୋ): କୃଷି ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟର କୃଷିକ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ଖରିଫଋତୁରେ କୋଭିଡ୍-୧୯ର ଅସ୍ବାଭାବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକଙ୍କ କଠିନ ପରିଶ୍ରମ ଏବଂ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ…
୩୧ ଯାଏ ଓଏଚ୍ଆର୍ସି କାର୍ଯ୍ୟାଳୟକୁ ପ୍ରବେଶ ମନା
ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୋଷାଳୀ ଭବନସ୍ଥିତ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ ବନ୍ଦ ରହିବ। ଏହି ସମୟରେ ସର୍ବସାଧାରଣ,…
୪୦ ଡିଗ୍ରୀ ଟପିଲା ୬ ସହର
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଗତ କିଛିଦିନ ଧରି ଲଗାତର ଝଡ଼ବର୍ଷା ହେବା ଯୋଗୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କମ୍ ରହିଥିଲା। ସୋମବାରଠାରୁ ଏହାର ପ୍ରକୋପ ପୁଣି ବୃଦ୍ଧି ପାଇଛି। ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହିଛି। ପାରଦ…
ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ପରଲୋକ
ସୋନପୁର/ଅମରପାଲି,୧୮।୫(ନି.ପ୍ର./ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାର୍ତ୍ତିକ ପ୍ରସାଦ ତରିଆଙ୍କ ସୋମବାର ରାତିରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ହାଇଦ୍ରାବାଦ୍ରେ ରହି ସେ ଚିକିତ୍ସିତ ହେଉଥିଲେ। ୭ଦିନ ପୂର୍ବରୁ…
‘ମମତା’ ଯୋଜନା ପଞ୍ଜୀକରଣ ଅବଧି ୭ ମାସକୁ ବୃଦ୍ଧ
ଭୁବନେଶ୍ୱର, ୧୮।୫(ବ୍ୟୁରୋ): କରୋନା ପାଇଁ ରାଜ୍ୟରେ ଏବେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ସାରା ଦେଶରେ ଲକ୍ଡାଉନ ପରିସ୍ଥିତି ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ଏଭଳି ସମୟରେ କରୋନା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ମଧ୍ୟରେ ସମସ୍ତ ଅଙ୍ଗନଓ୍ବାଡି…
ଭିଡିଓ କ୍ଲାସ୍ କରିବେ ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀଛାତ୍ର
ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ କରୋନା ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର ଭିଡିଓ କ୍ଲାସ୍ କରିବେ। ଏ ନେଇ ସୋମବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚ୍ଏସ୍ଇ)ର ଅତିରିକ୍ତ ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ସମସ୍ତ…
ରାଜ୍ୟରେ କରୋନା ନେଲା ଆଉ ୨୨ ମୁଣ୍ଡ
ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୨୨ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି। ଏହି ୨୨ ମୃତକଙ୍କ ମଧ୍ୟରୁ…
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…
ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୭୭୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪,୫୪୨ ଜଣ ଲୋକାଲ କେସ୍ ଥିବା…
୩୦ବର୍ଷ ପରେ ପୁଣି ଆଖୁ ଚାଷ
ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର ଅବହେଳା ମନୋଭାବ ଯୋଗୁ ପ୍ରାୟ ୫ମାସ ବିଳମ୍ବରେ ଏହି ଚାଷ ଆରମ୍ଭ ହୋଇଛି। ବିଳମ୍ବ…
ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି ଖାଦ୍ୟ
କେନ୍ଦୁଝର,୧୮।୫(ସ୍ବ.ପ୍ର.)-କରୋନା ମହାମାରୀ ଧିରେ ଧିରେ ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଫଳରେ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଲୋକେ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏଭଳି ସମୟରେ କେନ୍ଦୁଝର ସହରର କେତେଜଣ ଯୁବକ କରୋନା…
Archives


