ନନ୍ଦନକାନନରେ ପୁଣି ଗଡ଼ିଲା ଟୟ ଟ୍ରେନ୍‌

ବାରଙ୍ଗ,୯।୧୦(ଡି.ଏନ୍‌.ଏ.): ଦଶହରା ପାଇଁ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଶୁକ୍ରବାର ୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ପ୍ରତୀକ୍ଷିତ ସାଜିଥିବା ତଥା ଆକର୍ଷଣୀୟ ଓ ଆଧୁନିକୀକରଣରେ ଝଲସୁଥିବା ଶିଶୁ ରେଳଗାଡ଼ି(ଟୟଟ୍ରେନ)ର ଲୋକାର୍ପଣ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମନ୍ତ୍ରୀ ପତାକା ଦେଖାଇ ଏହାର ପ୍ରଚଳନର ଶୁଭାରମ୍ଭ କରିଥିଲେ। ଏଥିସହ ରୋପୱେର ମଧ୍ୟ ଶିଳାନ୍ୟାସ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା।
ନନ୍ଦନକାନନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ସମାରୋହରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଆରୁଖ ଯୋଗଦେଇ ୨୦୧୪ରୁ ବନ୍ଦ ଥିବା ଟୟଟ୍ରେନ ସୁବିଧା ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି। ସେହିପରି ୧୩ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ରୋପୱେର ଭୂମିପୂଜନ ହୋଇଥିବାବେଳେ ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ। ଏବେ ଟୟଟ୍ରେନ ରାଇଟସ ସଂସ୍ଥା ଚଳାଇବା ବେଳେ ଆଗକୁ ନନ୍ଦନକାନନ ଏହାକୁ ଚଳାଇବ ବୋଲି ମନ୍ତ୍ରୀ କହିଥିଲେ। ଲୁପ୍ତପ୍ରାୟ ପ୍ରଜାତିଙ୍କୁ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀରେ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟରେ ୧୯ଟି ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ଲେଖାଏ ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳ ସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଥିଲେ।
ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ବନ୍ୟପ୍ରାଣୀ ବିଭାଗ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶୀ ପଲ ସ୍ବାଗତଭାଷଣ ଦେଇଥିଲେ। ବନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲିଙ୍ଗରାଜ ହୋତା, ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀର ମୁଖ୍ୟ ଶିଶିର ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଜିର ଦିନରେ ଆମେ ଶପଥ ନେଇ ଜଙ୍ଗଲ, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହାପରେ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ଲାଗି ନନ୍ଦକିଶୋର ଭୁଜବଳଙ୍କୁ ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ସମ୍ମାନ-୨୦୨୧ ମନ୍ତ୍ରୀ ସମ୍ମାନିତ କରିଥିଲେ। ଏଥିସହ ୱାଇଲ୍ଡଲାଇଫ-୨୦୨୧ ଏବଂ ଏକ ହ୍ୟାଣ୍ଡବୁକ ନାମରେ ୨ଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏପରିକି ଅନ୍‌ଲାଇନରେ ହୋଇଥିବା କୁଇଜ ଓ ଫଟୋଗ୍ରାଫି ପ୍ରତିଯୋଗିତାରେ ସଫଳ ଛାତ୍ରୀଛାତ୍ରଙ୍କ ନାମ ଘୋଷଣା କରାଯାଇଥିଲା। ଶେଷରେ ବନସଂରକ୍ଷକ ସତ୍ୟନାରାୟଣ ବେହେରା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ସଞ୍ଜିତ କୁମାର, ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ଶୁକ୍ରବାର ଟୟଟ୍ରେନ ପ୍ରଚଳନର ଶୁଭାରମ୍ଭ ହୋଇଥିବାର ଜାଣି ବହୁ ପର୍ଯ୍ୟଟକ ସେଠାକୁ ଯାଇଥିଲେ ମଧ୍ୟ ଶନିବାରଠାରୁ ଏହା ଚାଲିବାକୁ ଥିବା ଜାଣି ନିରାଶରେ ଫେରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?