Posted inରାଜ୍ୟ

ନନ୍ଦନକାନନକୁ ୪ପ୍ରଜାତିର ୮ ପଶୁପକ୍ଷୀ ଆସିଲା

ବାରଙ୍ଗ, ୯।୧୦(ଡି.ଏନ୍‌.ଏ.): ନନ୍ଦନକାନନକୁ ଶୁକ୍ରବାର ରାତିରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଜୟପୁର ନହରଗଡ଼ ଜୈବ ଉଦ୍ୟାନରୁ ୪ପ୍ରଜାତିର ୮ଟି ନୂଆ ଅତିଥି ଆସିଛନ୍ତି। ନୂଆ ଅତିଥି ହେଲେ ହଳେ କଲରାପତରିଆ ବାଘ, ହଳେ ଧୂସର ଗଧିଆ, ୨ଟି ଅଣ୍ଡିରା ଘଡ଼ିଆଳ କୁମ୍ଭୀର, ୨ଟି ଅଣ୍ଡିରା ଚିଙ୍କାରା ହରିଣ। ଏମାନଙ୍କୁ ବିଭିନ୍ନ ଏନକ୍ଲୋଜରର ଫିଡିଂଚାମ୍ବରରେ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହି ଅଦଳବଦଳ ପ୍ରକିୟାର ଶୁଭାରମ୍ଭ ଜୟପୁର ନହରଗଡ ଜୈବ ଉଦ୍ୟାନ କର୍ତ୍ତୃପକ୍ଷ ପ୍ରଥମେ ଆରମ୍ଭ କରିବା ସହ ସେମାନେ ନନ୍ଦନକାନନରୁ ମାର୍ଚ୍ଚ ୧୭ରେ ଗୋଟିଏ ଅଣ୍ଡିରା ଧଳାବାଘ ଚିନୁ, ଗୋଟିଏ ମାଈ ସାଧାରଣ ବାଘୁଣୀ ରାଣୀ, ଗୋଟିଏ ଅଣ୍ଡିରା ବାରହା, ୧୫ହଳ ଜେବ୍ରା ଫିଞ୍ଚ ଚଢେଇ,୧୫ହଳ ଜାଭା ସ୍ପାରୋ ଚଢେଇଙ୍କୁ ନେଇଥିଲେ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ପଶୁପକ୍ଷୀ ଅଦଳବଦଳ ପ୍ରକିୟାର ଉଦ୍ୟମକୁ ଆରମ୍ଭ କରିଛନ୍ତି। ସିକ୍ୟୁରିଟି ରେଞ୍ଜର ବିନ୍ଦୁପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ୭ଜଣିଆ ଦଳ ଗତ ମାସ ୨୯ତାରିଖ ସକାଳେ ଜୟପୁର ଗସ୍ତ କରିଥିଲେ। ତେବେ ହରିଣ ପ୍ରଜାତିର ଚିଙ୍କାରା ହେଉଛି ନନ୍ଦନକାନନ ପାଇଁ ନୂଆ ହୋଇଥିବା ସୂଚନା ମିଳିିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri