ସଙ୍କଟରେ ଟେରାକୋଟା ଶିଳ୍ପୀ
କେନ୍ଦୁଝର, ୨୦।୫ (ସ୍ବ.ପ୍ର.)-କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବିକ୍ରିବଟା କରି ନ ପାରି ପ୍ରସ୍ତୁତ ସାମଗ୍ରୀ ଧରି ବସିଛନ୍ତି ଟେରାକୋଟା ଶିଳ୍ପୀ ତଥା ପ୍ରଶିକ୍ଷକ ଗୌରଚନ୍ଦ୍ର ବେହେରା। ରାଜଧାନୀ ତଥା ଅନ୍ୟ ଅଞ୍ଚଳରେ ମେଳା ବା ପ୍ରଦର୍ଶନୀ ପାଇଁ…
ଗୃହ ସଙ୍ଗରୋଧକାରୀଙ୍କୁ ଗ୍ରୀନ୍, ରେଡ୍ ଫ୍ଲାଗ୍ରେ ବର୍ଗୀକରଣ
ଭୁବନେଶ୍ୱର, ୨୦।୫(ବ୍ୟୁରୋ): କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କୁ ନିୟମିତ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ବର୍ଗୀକରଣ କରାଯାଇଛି। ସ୍ବଳ୍ପ…
ଲକ୍ଡାଉନ୍: ୧୪ ଦିନରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଗତ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକ୍ଡାନ୍କୁ ଜୁନ୍ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ବା ଲକ୍ଡାଉନ୍ ୨.୦ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ…
ଡାକ୍ତରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ନିକଟରେ କରୋନାକୁ ହରାଇଥିବା ନବଜନ୍ମିତ ଶିଶୁ ଈଶାନୀ ଅଗ୍ରୱାଲ(ଗୁଡ଼ିଆ)ଙ୍କୁ ଚିକିତ୍ସା କରିଥିବା ଡା. ଅରିଜିତ ମହାପାତ୍ର ଓ ତାଙ୍କ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଗୁଡ଼ିଆ ଭେଣ୍ଟିଲେଟରରେ ରହି…
ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ କରିଥାଏ
ଭୁବନେଶ୍ୱର, ୨୦।୫(ବ୍ୟୁରୋ): କରୋନାରୁ ସୁସ୍ଥ ହେବାପରେ ଅନେକ ଆକ୍ରାନ୍ତ ବ୍ଲାକ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ୍ ଫଙ୍ଗସ୍ ଭାଇରସ୍ ଶରୀରରେ ପଶେ ବୋଲି ଏସ୍ସିବି ମେଡିକାଲ କଲେଜ ମେଡିସିନ ବିଭାଗ ମୁଖ୍ୟ ଡା. ଜୟନ୍ତ…
ଗାଁ କଲ୍ୟାଣ ସମିତିକୁ ୨୦ ହଜାର
ଭୁବନେଶ୍ୱର,୨୦।୫(ବ୍ୟୁରୋ): କୋଭିଡ୍ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ସାମିଲ କରାଯାଇଛି। ଏ ବାବଦକୁ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା। ୨୦୨୧-୨୨ ବର୍ଷ ପାଇଁ ୪ଟି କିସ୍ତିରେ ଏହି ଟଙ୍କା ମିଳିବ। ଏନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ…
ଯୁକ୍ତ୨ ଶିକ୍ଷାନୁଷ୍ଠାନ ପୃଥକୀକରଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଯୁକ୍ତ୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯୁକ୍ତ୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ…
ପୁଣି କରୋନା ନେଲା ୨୫ ଜୀବନ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…
ପୁଅର ମୃତ୍ୟୁ ଖବର ଶୁଣି ଆଖିବୁଜିଲେ ମା
ଚୌଦ୍ୱାର,୨୦।୫(ଡି.ଏନ.ଏ.): ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହି ଜାଣିପାରନ୍ତି ନାହିଁ। ବର୍ତ୍ତମାନ ରାତିପାହିଲେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଖବର ଶୁଣିବାକୁ ମିଳୁଛି। କେଉଁଠି ମାଆବାପା ଆଗରେ ପୁଅ ଚାଲିଯାଉଛି ତ ଆଉ କେଉଁଠି ପିଲାଙ୍କ ଆଗରେ ମାଆବାପାଙ୍କ ଜୀବନ…
ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ରାଜ୍ୟରେ ପୁଣି ୧୧,୪୯୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ବୋଲ ମାନୁନି କରୋନା। ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ୧୧ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଲକ୍ଡାଉନ କଟକଣା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ଆକ୍ରାନ୍ତ…
‘ଟେଷ୍ଟିଂ ଅଭିଯାନରେ ସବୁ ଦଳ ଲୋକଙ୍କୁ ସାମିଲ କରାଯାଉ’
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଲୋକଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ କରାଯାଇ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କ ମନରେ କରୋନା…
ଅକ୍ସିଜେନ୍, ଔଷଧ କଳାବଜାର ରୋକ
ଭୁବନେଶ୍ୱର,୨୦।୫(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଅତି ଜରୁରୀ ହୋଇଥିବା ମେଡିକାଲ ଅକ୍ସିଜେନ ଓ ଔଷଧ କଳାବଜାର ହେଉଛି। ଏନେଇ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆର୍ସି) କ୍ଷୁବ୍ଧ ହୋଇଛନ୍ତି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର…
Archives


