କରୋନା ଯୋଗୁ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)- କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବଢ଼ିଛି। ରବିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ପରିସ୍ଥିତିର କିପରି ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲାର ମାନସିକ ଚିକିତ୍ସା ୟୁନିଟ୍‌ ମାଧ୍ୟମରେ ମୋବାଇଲ ମେଣ୍ଟାଲ ହେଲ୍‌ଥ ୟୁନିଟ୍‌ ଗଠନ କରାଯାଇଛି। ଏହି ୟୁନିଟ୍‌ ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ ଏବଂ ଲୋକମାନଙ୍କ ମାନସିକ ସମସ୍ୟା ନିବାରଣ କରିବାକୁ ଚେଷ୍ଟା କରୁଥିଲେ। ସେହିପରି ମାନସିକ ରୋଗ ବିଭାଗରେ କଲ୍‌ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପୁରସ୍କୃତ କରିଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ତେବେ ଏହି କାର୍ଯ୍ୟ କିପରି ଆଗକୁ ଆହୁରି ତ୍ୱରାନ୍ବିତ ହୋଇପାରିବ ସେ ଦିଗରେ ବୈଠକ ମାଧ୍ୟମରେ ଆଲୋଚନା ହୋଇଛି। ଏଥିପାଇଁ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ଅଧିକ ଭୟଭୀତ ନ ହୋଇ ଏହାର ମୁକାବିଲା କରନ୍ତୁ। ନିୟମିତ ଶାରୀରିକ ପରିଶ୍ରମ କରନ୍ତୁ। ସେହିପରି ଦୈନିକ ଅତି କମ୍‌ରେ ୬ରୁ ୮ଘଣ୍ଟା ନିଦ୍ରା ଯାଆନ୍ତୁ, ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ଯେପରିକି ପଢ଼ିବା, ଲେଖିବା, ବଗିଚା କାମ କରିବା ସହ ପରିବାର ସହିତ ସମୟ ବିତାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୪।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ବନ କର୍ମଚାରୀଙ୍କୁ ମାଡ଼ମାରି ଆଣ୍ଠେଇ ଦେଲେ

ବାଣପୁର, ୨।୧୦(ଡି.ଏନ୍‌.ଏ.): ବରବରା ଧୂଆଁନଳୀ ଜଙ୍ଗଲରୁ ଶାଗୁଆନ ଗଛ କଟାକୁ ନେଇ ଶୁକ୍ରବାର ସ୍ଥାନୀୟ ଫରେଷ୍ଟରଙ୍କ ସହ ବନ କର୍ମଚାରୀଙ୍କୁ କେତେଜଣ ଗ୍ରାମବାସୀ ମାଡ଼ ମାରି...

ପୁରୀରେ ୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଅଫିସ, ୧୬ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ...

୪୦ ଡିଗ୍ରୀ ଉପରେ ୧୪ ସହର

ଭୁବନେଶ୍ୱର, ୨୭ା୫(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ସମଗ୍ର ରାଜ୍ୟକୁ ଗ୍ରାସ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ କେଉଁଠି ନିସ୍ତାର ନାହିଁ। ପାରଦ...

ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ

ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ...

ଦିଲ୍ଲୀ ଦଙ୍ଗାପୀଡ଼ିତ ବିଏସ୍‌ଏଫ୍‌ ଯବାନଙ୍କୁ ସହାୟତା: ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନ ମହମ୍ମଦ ଅନିଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା...

ଅନୁଭବଙ୍କ ଘରେ ରହିବେ ବର୍ଷା

କଟକ ଅଫିସ,୨୧।୬: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ନୂଆ ମୋଡ଼ ନେଇଛି। ଏଣିକି ଅନୁଭବଙ୍କ ଘରେ...

ଦେଢ଼ଘଣ୍ଟା ପ୍ରବଳ ବର୍ଷିଲା, କୁଆପଥର ଖସିଲା

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା। ସକାଳେ ପାଗ...

Advertisement
Archives

Model This Week