ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଟାୟାର ଜାଳି ଭାଜପା ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ପୂର୍ବାହ୍ନ ୧୧ ଟାରେ ଏହି ଘଟଣା ଘଟିବା ବେଳେ ଦୁଇ ଆକ୍ରମଣକାରୀ ବୋମା ପକାଇବା ସହ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ସେ ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିକୁ ନେଇ ଚାଲି ଥିବା ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ତାଙ୍କ ଉପରକୁ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ରାଜ୍ୟ ଯୁବ ବିଜେଡି ଉପସଭପତି ସୌମ୍ୟ ଶଙ୍କର ଚକ୍ର କହିଛନ୍ତି, ଏଭଳି ଆରୋପ ମିଥ୍ୟା ଓ ଏହାର କୌଣସି ସତ୍ୟତା ନାହିଁ। ଏଣୁ ଏହାର ତୁରନ୍ତ ତଦନ୍ତ କରି ଆକ୍ରମଣକାରୀଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଗ୍ରାହକଙ୍କୁ ଠକିଲେ ଏତଲା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଅନ୍‌ଲାଇନ ଜରିଆରେ ମଦ ବିକ୍ରି ସମୟରେ ଗ୍ରାହକ ଠକାମିର ଶିକାର ହେଉଥିବା ଖବର ପ୍ରକାଶ ପାଇବାପରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ଚିଠି...

ସମ୍ବେଦନଶୀଳ ବର୍ଗଙ୍କୁ ନେଇ ହେବ ଏସ୍‌ଏଚ୍‌ଜି

ଭୁବନେଶ୍ୱର(ବ୍ୟୁରୋ),୧୦ା୨: ଏବେ ସ୍ବତନ୍ତ୍ର ବର୍ଗଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରାଯିବ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପାହାଚ ସ୍ବରୂପ ଭୁବନେଶ୍ୱର...

ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ ଗୃହରେ ପାଠପଢ଼ା

ବଇଣ୍ଡା,୨୮।୭(ଡି.ଏନ.ଏ.)ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା। ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ଯୋଗୁ ଏଠାରେ...

୧୧ ତାରିଖକୁ ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର, ୩୧।୮(ବ୍ୟୁରୋ)- ଯୁକ୍ତ୨ ନାମଲେଖା ପାଇଁ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ଆବେଦନର ଅବଧିକୁ ରାଜ୍ୟ ସରକାର ଘୁଞ୍ଚାଇଛନ୍ତି।...

ମାସକରେ ୧୪ ଗାଡ଼ି ଚୋରି, ବାଦ୍‌ପଡ଼ିନି ପୋଲିସ ଗାଡ଼ି

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ...

କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ତା ପରେ..

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ୍‌ ଲାଡା ଗ୍ରାମ ନିକଟରେ ବୁଧବାର ସକାଳେ ଶର୍ଟ ସର୍କିଟ ଯୋଗୁ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଅଁା ଲାଗିଯାଇଥିଲା। ତେବେ...

କନ୍ଧମାଳରେ ବିଜେଡିର ବାଜିମାତ୍‌

ଫୁଲବାଣୀ ଅଫିସ/ଜି.ଉଦୟଗିରି, ୨୪ା୫(ଡି.ଏନ.ଏ.) -ନ୍ଧମାଳ ଜିଲାରେ ବିଜେଡି ବହୁ ଭୋଟ ବ୍ୟବଧାନରେ ୩ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ଅକ୍ତିଆର କରିଛି। ଲୋକ...

ଲକ୍‌ଡାଉନ୍‌: ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ର ୧୦୦ ଯୁବତୀ: ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ସୁନ୍ଦରଗଡ଼,୪ା୫(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ ଜିଲାର ୧୦୦ଜଣ ଯୁବତୀ। ଏହି ଯୁବତୀମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଘରକୁ...

Advertisement
Archives

Model This Week