ଆଜି ଧରାବତରଣ କରିବେ ମା’

ଭୁବନେଶ୍ୱର, ୧୧ା୧୦ (ବ୍ୟୁରୋ): ଭକ୍ତଙ୍କ ପାଇଁ ଧରାବତରଣ କରିବେ ଦେବୀ ଦଶଭୁଜା। ଏଥିପାଇଁ ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିିରେ କାରିଗର ଶେଷ ସ୍ପର୍ଶ ଦେଇଥିବାବେଳେ ମହିଷମର୍ଦ୍ଦିନୀଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ଏବେ ଷୋଡ଼ଶ ଦିନାତ୍ମକ ପୂଜା ବିଧି ସହ ନବରାତ୍ରିର ନବବେଶରେ ଦର୍ଶନ ଦେଉଛନ୍ତି ମା’। ସୋମବାର ବିଭିନ୍ନ ପୂଜା ମଣ୍ଡପରେ ଷଷ୍ଠୀ ପୂଜାରୁ ମା’ଙ୍କ ଆବାହନ ଆରମ୍ଭ ହେବ। ସେହିପରି ଶକ୍ତିପୀଠଗୁଡିକରେ ମହାସପ୍ତମୀ ପୂଜା କରାଯିବ। ମଣ୍ଡପଗୁଡ଼ିକରେ ବିଲ୍ବବରଣ ସହ ବିଭିନ୍ନ ପ୍ରସିଦ୍ଧ ଦେବୀ ପୀଠରୁ ଆଜ୍ଞାମାଳା ଆସିବା ପରେ ସପ୍ତମୀରେ ମା’ଙ୍କ ଚକ୍ଷୁଦାନ କରାଯିବ।
ତେବେ ଗତବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ଦୁର୍ଗାପୂଜା ନିରାଡମ୍ବରରେ ପାଳନ ହେବ। କଟକଣା ମଧ୍ୟରେ କିପରି ସମସ୍ତ ବିଧି ସମ୍ପନ୍ନ କରାଯିବ ସେ ନେଇ ଆୟୋଜକମାନେ ସମସ୍ତ ବନ୍ଦୋବସ୍ତ ଶେଷ କରିଛନ୍ତି। ବିଭିନ୍ନ ପୂଜାମଣ୍ଡପରେ ମା’ ମହିଷମର୍ଦ୍ଦିନୀଙ୍କ ସହ ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଧନଦାତ୍ରୀ ମହାଲକ୍ଷ୍ମୀ, ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ସହ ପ୍ରଭୁ କାର୍ତ୍ତିିକେୟ ପୂଜା ପାଇବେ। ସେହିପରି ଆଉ କେତେକ ପୂଜା ମଣ୍ଡପରେ ଷଷ୍ଠୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ହରପାର୍ବତୀ ପୂଜା ପାଇବାକୁ ଥିବାବେଳେ ଅନ୍ୟ କେତେକ ମଣ୍ଡପରେ ମହାବୀର ହନୁମାନଙ୍କୁ ପୂଜା କରାଯିବାର ବିଧିବିଧାନ ରହିଛି। ପ୍ରଶାସନର କଟକଣା ମୁତାବକ ମା’ଙ୍କ ମୂର୍ତ୍ତିିର ଉଚ୍ଚତା ୪ ଫୁଟରେ ସୀମିତ ରହିଛି। ସେହିପରି ରାବଣ ପୋଡ଼ି କରାଯାଉଥିବା ମଣ୍ଡପରେ ଏଥର ରାବଣ ଦହନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେତେକ ସ୍ଥାନରେ କେବଳ ପତୀକାତ୍ମକ ଭାବେ ରାବଣର ଫଟୋରେ ଅଗ୍ନିସଂଯୋଗ ପୂର୍ବକ ପରମ୍ପରା ରକ୍ଷା କରାଯିବ। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରୁ ସିଧା ପ୍ରସାରଣ ସହ ପୁଷ୍ପାଞ୍ଜଳିର ବନ୍ଦୋବସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri