ଆଜି ଚିହ୍ନଟ ହେଲେ ୬୦୨ ଆକ୍ରାନ୍ତ; ଅଛନ୍ତି ୭୯ ଶିଶୁ
ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୧୮ ବର୍ଷ ବୟସରୁ କମ୍ ବର୍ଗର ୭୯ଜଣ ଅଛନ୍ତି। ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୫୩ଜଣ ଥିବା ବେଳେ ୨୪୯ ଲୋକାଲ କେସ୍। ଏହାକୁ ମିଶାଇ…
ପଞ୍ଚଭୂତରେ ବିଲୀନ ହେଲେ ଅରିନ୍ଦମ ଦାସ
ପାଟଣା,୨୫।୯(ସ୍ବ.ପ୍ର.): ଯୁବ ସାମ୍ବାଦିକ ଅରିନ୍ଦମ ଦାସ (ସାମୀ) ଶନିବାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଜନ୍ମସ୍ଥାନ କେନ୍ଦୁଝର ଜିଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଦାଦା ପୁଅ ଭାଇ ମାନସ ରଞ୍ଜନ ଦାସ…
ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୭୦କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୨ ଜଣ, ଅନୁଗୋଳ,ବାଲେଶ୍ବର, ଭଦ୍ରକ,କଟକ ଓ ଜଗତସିଂହପୁର ଜିଲାରୁ ଜଣେ…
ବାର୍ଷିକ ୭୫ ଲକ୍ଷର ସୂତା ଉତ୍ପାଦନ ହେବ
ଟାଙ୍ଗୀ(କଟକ), ୨୫।୯(ଡି.ଏନ୍.ଏ.): ଚୌଦ୍ୱାର ଥାନା ଅଧୀନ କଜଳକଣାସ୍ଥିତ ଇଡ୍କୋ ଶିଳ୍ପାଞ୍ଚଳରେ ଟସର ସୂତା ଉତ୍ପାଦନ କେନ୍ଦ୍ର ଶୁକ୍ରବାର ଉଦ୍ଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଖଦି ଓ ଗ୍ରାମୋଦ୍ୟୋଗ ଚେୟାରମ୍ୟାନ ବିନୟ କୁମାର ସାକ୍ସେନା ଉଦ୍ଘାଟନ କରିଥିଲେ। ଏଥିରେ ଖଦି ଆଣ୍ଡ୍…
୨୭ରେ ଭାରତ ବନ୍ଦ ସଫଳ କରିବାକୁ ଆହ୍ବାନ
କଟକ ଅଫିସ, ୨୫।୯ :ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍ ବାତିଲ୍, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି…
ବନ୍ଦର ଘରୋଇକରଣକୁ ବିରୋଧ
ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଶ୍ରମିକସଂଘର ନେତାମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସରକାରଙ୍କ ଉଦ୍ଦେଶ୍ୟରେ ଏକ…
ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ
ଅନୁଗୋଳ ଅଫିସ, ୨୫ା୯ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ କୋଭିଡ୍ରେ ଆକ୍ରାନ୍ତ ହୋଇ ୩୮୭ ଜଣଙ୍କ ଜୀବନ ଯାଇଛି। କରୋନା ସହ ଅନ୍ୟ…
କିଚକେଶ୍ୱରୀ ମନ୍ଦିରରେ ଫାଟ
କରଞ୍ଜିଆ,୨୫।୯- ମୟୂରଭଞ୍ଜ ଜିଲାର ସର୍ବ ପୁରାତନ ଖିଚିଂସ୍ଥିତ କିଚକେଶ୍ୱରୀ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ମା’ଙ୍କ ମନ୍ଦିର ଚଟାଣରେ ପାଣି ଝରି ପଡ଼ୁଛି। ପାଣି ଝରୁଥିବା ସ୍ଥାନରେ ଶିଉଳି ଲାଗିଥିବା ଦେଖିବାକୁ ମିଳିଛି। ଫଳରେ କଳା…
ପିପିଲି ଉପନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ
ପୁରୀ ଅଫିସ, ୨୫।୯:ପିପିଲି ଉପନିର୍ବାଚନ ଭୋଟ ଗଣତି ପାଇଁ ଶୁକ୍ରବାର ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟମାନଙ୍କୁ ତାଲିମ ଦିଆଯାଇଛି। ଆସନ୍ତା ୩୦ ତାରିଖରେ ମତଦାନ ହୋଇ…
ନଭେମ୍ବର ୧ ସୁଦ୍ଧା ଜାଗା ଖାଲି ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୫।୯ (ବ୍ୟୁରୋ):‘ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନୁମେଣ୍ଟ୍ସ ରିଭାଇଭାଲ୍ ଆକ୍ସନ ପ୍ଲାନ’ ଯୋଜନାରେ ବିଏମ୍ସି ଉପଯୁକ୍ତ କ୍ଷତିପୂରଣ ନ ଦେଇ ଘରୋଇ ଜମି ଅଧିଗ୍ରହଣ କରିବାକୁ ବିରୋଧ କରି ହାଇକୋର୍ଟରେ ଆଗତ ୨ଟି ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି…
ବିଷାକ୍ତ ହେଉଛି ଦୟା
ପୁରୁଣା ଭୁବନେଶ୍ୱର,୨୫।୯(ଡି.ଏନ୍.ଏ.):ରାଜଧାନୀ ଭୁବନେଶ୍ୱରରେ ପ୍ରବାହିତ ଦୟା ୱେଷ୍ଟ କେନାଲ ଭଳି ଦୟା ନଦୀର ପାଣି ମଧ୍ୟ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଧଉଳି ପାଦଦେଶରେ ବୋହି ଯାଇଥିବା ଏହି ଐତିହ୍ୟ ତଥା ପବିତ୍ର ନଦୀ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି।…
ଅନ୍ଫ୍ରେଣ୍ଡ କରିଦେବାରୁ ଏଭଳି ପ୍ରତିଶୋଧ ନେଲେ ଯୁବକ
ସମ୍ବଲପୁର,୨୫ା୯(ବ୍ୟୁରୋ): ଯୁବତୀଙ୍କ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ସାଇବର ଥାନା ପୋଲିସ ଧନୁପାଲି ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବରଗଡ଼ ଜିଲା ଭେଡନ ଥାନା ଯୋଗିପାଲିର କ୍ଷୀରସିନ୍ଧୁ…
Archives


