ଇକଡାରେ ନିର୍ମାଣ ହେଲା ବାଉଁଶପୋଲ

ଜଳେଶ୍ୱର, ୩୦ା୧(ଡି.ଏନ.ଏ.) ଘରୁ ପଦାକୁ ଗୋଡ଼ କାଢ଼ିଲେ ପାରି ହେବାକୁ ପଡ଼େ ଏକ ଲମ୍ବା ନାଳ। ଦୈନନ୍ଦିନ ବିଲକାମ, ସ୍କୁଲ, ଅଙ୍ଗନୱାଡ଼ି, ବଜାରକୁ ଗଲେ ଏହି ନାଳ ପାରି ହେବାକୁ ପଡ଼େ। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖାଲିନା ପଞ୍ଚାୟତ ଇକଡ଼ା ଗାଁର ହରିଜନ ସାହିର ଲୋକମାନେ କାହିଁ କେଉଁକାଳରୁ ପ୍ରାୟ ୨୦୦ ଫୁଟ ଲମ୍ବର ନାଳ ପାରି ହେବାକୁ ୨ଖଣ୍ଡ ବାଉଁଶ ଥିଲା ଏକମାତ୍ର ଭରସା। ଏହି ସାହିରେ ପ୍ରାୟ ୧୪/୧୫ ହରିଜନ ପରିବାର ବାସ କରୁଥିବା ବେଳେ ନିକଟରେ ରହିଥିବା ଏକ କଂକ୍ରିଟ ରାସ୍ତାକୁ ଯାତାୟାତ ଲାଗି ହଇରାଣ ହୋଇ ଆସୁଥିଲେ। ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇପାରି ନ ଥିଲା। ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଦିଲ୍ଲୀର ଗୁଞ୍ଜ ନାମକ ଏକ ବେସରକାରୀ ସଂସ୍ଥା ଘଟଣାସ୍ଥଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲା। ରୋଗୀ କିମ୍ବା ପ୍ରସୂତିଟିଏ ଡାକ୍ତରଖାନା ଯିବା ସମ୍ଭବ ହେଉ ନ ଥିବାରୁ ସଂସ୍ଥା ନିଜସ୍ବ ପାଣ୍ଠିରେ ସ୍ଥାନୀୟ ସ୍ପର୍ଶ ସଂସ୍ଥା ସହାୟତାରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ ଆରମ୍ଭ କରିଥିଲା। ଶନିବାର ଏହି ପୋଲକୁ ଗୁଞ୍ଜ ସଂସ୍ଥାର ଓଡିଶା ମୁଖ୍ୟ ସୁରେଶ କୁମାର ଉଦ୍‌ଘାଟନ କରି ଲୋକଙ୍କ ମୌଳିକ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ ବୋଲି କହିଥିଲେ। ଖବରଦାତା ଦିଲୀପ କୁମାର ଦାସ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ପ୍ରଧାନ, ବିରେନ କୁମାର ଦେ, ଅଭୟ କୁମାର ଦେ, ଦେବାଶିଷ ପାଢୀ, ପ୍ରଶାନ୍ତ ଧଳ, ସଞ୍ଜୟ ଧଳ, ଆଇନ୍‌ଜୀବୀ ଅଜିତ୍‌ କୁମାର ସୁର, ଅରୁଣ ସୁର, ରାଖାଲ ବେହେରା, ଅଧ୍ୟାପକ ପ୍ରଶାନ୍ତ ଧଳ, ଛାତ୍ରୀ ଚୁନି ଭୂୟଁା, ନୟନ କୁମାର ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri