କିଚେନ ଗାର୍ଡେନ ନାଁରେ ଅର୍ଥ ଆତ୍ମସାତ୍‌

ଭଦ୍ରକ ଅଫିସ,୩୦ା୧: ଭଦ୍ରକ ଜିଲାରେ କିଚେନ ଗାର୍ଡେନ ପ୍ରତିଷ୍ଠା ନାଁରେ ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଗାର୍ଡେନ ପ୍ରତିଷ୍ଠା ନ କରି କିମ୍ବା ନାଁକୁ ମାତ୍ର ଗାର୍ଡେନ କରି ଅନୁଦାନ ଟଙ୍କା ଆତ୍ମସାତ୍‌ କରାଯାଇଛି। ଜିଲାରେ କିଚେନ ଗାର୍ଡେନ ଆରମ୍ଭ ହେଉ ହେଉ ମାଡ଼ି ଆସିଲା କୋଭିଡ୍‌ ମହାମାରୀ। ସ୍କୁଲ, କଲେଜ ବନ୍ଦ ହେବା ସହ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇଗଲା। ସ୍କୁଲ ବନ୍ଦ ହେବାକୁ ଏହାମଧ୍ୟରେ ପ୍ରାୟ ଦୁଇବର୍ଷ ବିତିଯାଇଛି। ପିଲାଙ୍କୁ ରନ୍ଧାଖାଦ୍ୟ ବଦଳରେ ଚାଉଳ ଏବଂ ଟଙ୍କା ଯୋଗାଇ ଦିଆଯାଉଛି। ତେବେ ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ବିନିମୟରେ କରାଯାଇଥିବା କିଚେନ ଗାର୍ଡେନର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ପାଇଁ ୨୦୧୮ରେ ସରକାର କିଚେନ ଗାର୍ଡେନ ଯୋଜନା ଆରମ୍ଭ କରିଥିଲେ। ଭିତ୍ତିଭୂମି ରହିଥିବା ସ୍କୁଲଗୁଡ଼ିକରେ କୃଷି, ପଞ୍ଚାୟତିରାଜ ଓ ଆଉ କିଛି ଲାଇନ ଡିପାର୍ଟମେଣ୍ଟ ସହାୟତାରେ କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଋତୁ ଅନୁଯାୟୀ ପନିପରିବା ଏବଂ ନଡ଼ିଆ ଭଳି ଦୀର୍ଘମିଆଦି ଫଳ ଚାଷ କରି ପିଲାଙ୍କ ଖାଦ୍ୟରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଉପରେ ଏହାର ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ତଦନୁଯାୟୀ ସରକାରଙ୍କ ପକ୍ଷରୁ ସ୍କୁଲ ପିଛା ୫ ହଜାର ଟଙ୍କାର ଏକ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର କରାଯାଇଥିଲା। କିଚେନ ଗାର୍ଡେନ ପାଇଁ ଆବଶ୍ୟକ ମଞ୍ଜି, ଚାରା, ଖତ ସାର କୃଷି ଏବଂ ଉଦ୍ୟାନ ବିଭାଗ, ଜଳ ଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଆଉ କିଛି ଡିପାର୍ଟମେଣ୍ଟକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଜିଲାର ଅନେକ ସ୍କୁଲରେ କିଚେନ ଗାର୍ଡେନ ନଁାରେ କିଛି କଦଳୀ ଏବଂ ଅମୃତଭଣ୍ଡା ଗଛ ଲଗାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି।
ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ଜିଲାରେ କିଚେନ ଗାର୍ଡେନ କରିବାକୁ ୧୫୨୧ ସ୍କୁଲକୁ ୫ ହଜାର ଲେଖାଏ ମୋଟ ୭୬ ଲକ୍ଷ ୫ ହଜାର ଟଙ୍କା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଥିବା ୧୭୭୪ ବିଦ୍ୟାଳୟ ମଧ୍ୟରୁ କିଚେନ ଗାର୍ଡେନ ଭିତ୍ତିଭୂମି ରହିଛି ବୋଲି କୁହାଯାଉଥିବା ୧୫୨୧ ବିଦ୍ୟାଳୟକୁ ଅନୁଦାନ ଯୋଗାଇ ଦିଆଯାଇଥିଲା। ସରକାରୀ ଟଙ୍କା ସୁବିନିଯୋଗ ହେଉଛି କି ନାହିଁ ଉପରିସ୍ଥ ଅଧିକାରୀ ତଦାରଖ କରୁ ନ ଥିବାରୁ ଏଭଳି ଘଟଣା ଘଟୁଥିବା ଆଇନଜୀବୀ ଗଦାଧର ବଳ କହିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲାଗି ଏହି ଯୋଜନା ଉତ୍କୃଷ୍ଟ ମାଧ୍ୟମ। ଏଥିରେ କିଛି ସ୍ଥାନରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ଆସିଛି। ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ। ବ୍ୟତିକ୍ରମ ଥିଲେ ସ୍କୁଲ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ...

ବୋହୂ ଆସିଲେ, ଶ୍ୱଶୁର ଘର ଛାଡ଼ିଲେ

ବ୍ରହ୍ମପୁର ଅଫିସ,୮ା୧: ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶ ପାରିବାରିକ ବିବାଦ ନୂଆମୋଡ଼ ନେଇଛି। ଜିଲାଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ତପସ୍ବିନୀ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ସ୍ଥିତ ଶାଶୁଘରେ...

ପ୍ରତାରଣାରେ ବୁଝିଲାନି ମନ ଜୀବନ ନେଇଗଲେ

ଦେଓଗାଁ,୨୬ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଅପାମରା ଗାଁର ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା ଦେବାପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

୪ଦିନ ହେଲା ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର

ପଦ୍ମପୁର, ୨୩ା୫(ଡି.ଏନ. ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦାସଡିହ ଗ୍ରାମର ଗଣେଶ ମଳିକଙ୍କ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ମୁଣ୍ଡ...

କଂଗ୍ରେସର ବସିବ ଚିନ୍ତନ ଶିବିର,ଯୋଗ ଦେବେ ଚେଲ୍ଲା କୁମାର

ଭୁବନେଶର, ୩୦।୫(ବ୍ୟୁରୋ): ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ଆସନ୍ତା ଜୁନ୍‌ ୧ ଓ ୨ ତାରିଖରେ ବସିବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା...

୩୨ ସଦସ୍ୟ ସାମିଲ, ଅନେକ ନୂଆ ମୁହଁ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠନ କରାଯାଇଛି। ନବଗଠିତ ପରିଷଦର ସଭ୍ୟମାନେ...

ରାଜ୍ୟରେ ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ୭୯ ହଜାର ୭୪୫...

୭ କୋଟିର ନକଲି ଔଷଧ ଜବତ

ଭୁବନେଶ୍ୱର,୩ା୩(ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଜବତ ହେଉଛି। ଏହା କେଉଁଠୁ ଆସୁଛି ତାହା ଜାଣିବା ପାଇଁ ଓଡ଼ିଶା ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହାୟତା ଲୋଡ଼ିଥିଲେ।...

Advertisement
Archives

Model This Week