କିଚେନ ଗାର୍ଡେନ ନାଁରେ ଅର୍ଥ ଆତ୍ମସାତ୍‌

ଭଦ୍ରକ ଅଫିସ,୩୦ା୧: ଭଦ୍ରକ ଜିଲାରେ କିଚେନ ଗାର୍ଡେନ ପ୍ରତିଷ୍ଠା ନାଁରେ ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଗାର୍ଡେନ ପ୍ରତିଷ୍ଠା ନ କରି କିମ୍ବା ନାଁକୁ ମାତ୍ର ଗାର୍ଡେନ କରି ଅନୁଦାନ ଟଙ୍କା ଆତ୍ମସାତ୍‌ କରାଯାଇଛି। ଜିଲାରେ କିଚେନ ଗାର୍ଡେନ ଆରମ୍ଭ ହେଉ ହେଉ ମାଡ଼ି ଆସିଲା କୋଭିଡ୍‌ ମହାମାରୀ। ସ୍କୁଲ, କଲେଜ ବନ୍ଦ ହେବା ସହ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇଗଲା। ସ୍କୁଲ ବନ୍ଦ ହେବାକୁ ଏହାମଧ୍ୟରେ ପ୍ରାୟ ଦୁଇବର୍ଷ ବିତିଯାଇଛି। ପିଲାଙ୍କୁ ରନ୍ଧାଖାଦ୍ୟ ବଦଳରେ ଚାଉଳ ଏବଂ ଟଙ୍କା ଯୋଗାଇ ଦିଆଯାଉଛି। ତେବେ ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ବିନିମୟରେ କରାଯାଇଥିବା କିଚେନ ଗାର୍ଡେନର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ପାଇଁ ୨୦୧୮ରେ ସରକାର କିଚେନ ଗାର୍ଡେନ ଯୋଜନା ଆରମ୍ଭ କରିଥିଲେ। ଭିତ୍ତିଭୂମି ରହିଥିବା ସ୍କୁଲଗୁଡ଼ିକରେ କୃଷି, ପଞ୍ଚାୟତିରାଜ ଓ ଆଉ କିଛି ଲାଇନ ଡିପାର୍ଟମେଣ୍ଟ ସହାୟତାରେ କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଋତୁ ଅନୁଯାୟୀ ପନିପରିବା ଏବଂ ନଡ଼ିଆ ଭଳି ଦୀର୍ଘମିଆଦି ଫଳ ଚାଷ କରି ପିଲାଙ୍କ ଖାଦ୍ୟରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଉପରେ ଏହାର ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ତଦନୁଯାୟୀ ସରକାରଙ୍କ ପକ୍ଷରୁ ସ୍କୁଲ ପିଛା ୫ ହଜାର ଟଙ୍କାର ଏକ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର କରାଯାଇଥିଲା। କିଚେନ ଗାର୍ଡେନ ପାଇଁ ଆବଶ୍ୟକ ମଞ୍ଜି, ଚାରା, ଖତ ସାର କୃଷି ଏବଂ ଉଦ୍ୟାନ ବିଭାଗ, ଜଳ ଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଆଉ କିଛି ଡିପାର୍ଟମେଣ୍ଟକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଜିଲାର ଅନେକ ସ୍କୁଲରେ କିଚେନ ଗାର୍ଡେନ ନଁାରେ କିଛି କଦଳୀ ଏବଂ ଅମୃତଭଣ୍ଡା ଗଛ ଲଗାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି।
ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ଜିଲାରେ କିଚେନ ଗାର୍ଡେନ କରିବାକୁ ୧୫୨୧ ସ୍କୁଲକୁ ୫ ହଜାର ଲେଖାଏ ମୋଟ ୭୬ ଲକ୍ଷ ୫ ହଜାର ଟଙ୍କା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଥିବା ୧୭୭୪ ବିଦ୍ୟାଳୟ ମଧ୍ୟରୁ କିଚେନ ଗାର୍ଡେନ ଭିତ୍ତିଭୂମି ରହିଛି ବୋଲି କୁହାଯାଉଥିବା ୧୫୨୧ ବିଦ୍ୟାଳୟକୁ ଅନୁଦାନ ଯୋଗାଇ ଦିଆଯାଇଥିଲା। ସରକାରୀ ଟଙ୍କା ସୁବିନିଯୋଗ ହେଉଛି କି ନାହିଁ ଉପରିସ୍ଥ ଅଧିକାରୀ ତଦାରଖ କରୁ ନ ଥିବାରୁ ଏଭଳି ଘଟଣା ଘଟୁଥିବା ଆଇନଜୀବୀ ଗଦାଧର ବଳ କହିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲାଗି ଏହି ଯୋଜନା ଉତ୍କୃଷ୍ଟ ମାଧ୍ୟମ। ଏଥିରେ କିଛି ସ୍ଥାନରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ଆସିଛି। ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ। ବ୍ୟତିକ୍ରମ ଥିଲେ ସ୍କୁଲ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?