ରାଜ୍ୟ

ପୋଲିସ କର୍ମୀଙ୍କ ଘରୁ ଲୁଟି ନେଲେ

ବ୍ରହ୍ମପୁର ଅଫିସ,୧ା୧୦: ବ୍ରହ୍ମପୁର ସହରରେ ଚୋରମାନେ ତାଲାବନ୍ଦ ଘରକୁ ଟାର୍ଗେଟ କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଜଣେ ପୋଲିସ କନଷ୍ଟେବଳଙ୍କ ଘରେ କଳାକନା ବୁଲାଇଛନ୍ତି। ବୈଦ୍ୟନାଥପୁର ଥାନା ଅଧୀନ ସିଦ୍ଧାର୍ଥ ନଗର ଦ୍ୱିତୀୟ ସାରଣୀରେ ରହୁଥିବା କନଷ୍ଟେବଳ ପ୍ରଣତୀ ପଣ୍ଡାଙ୍କ ଅନୁପସ୍ଥିତିର…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗରେ ସେ ଏହି ଚିଠି ଲେଖିଥିବା ଜଣାପଡ଼ିଛି। ସେ ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ…

ଭିଜିଲାନ୍ସ ହାତରୁ ବଞ୍ଚିବା ପାଇଁ ଲାଟିନ୍‌ ପ୍ୟାନ୍‌ରେ ଟଙ୍କା ଫୋପାଡିଲେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଅମିନ

କଣିହାଁ,୧।୧୦(ଡି.ଏନ.ଏ): ଅନୁଗୋଳ ଜିଲା କଣିହାଁ ଆର୍‌.ଆଇ ଅଫିସରେ କାର୍ଯ୍ୟରତ ଅମିନ ସୌମ୍ୟରଞ୍ଜନ ଦାସ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ବ୍ଲକ ତେଲସିଂହା ଗ୍ରାମର ଶୁଭେନ୍ଦୁ କୁମାର ଦାସ ନାମକ ଜଣେ ବ୍ୟକ୍ତି ନିଜର ଜମି ଚିହ୍ନଟ କରିବା…

ରାଜକିଶୋର ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ରିଭ୍ୟୁର ପୂର୍ବତନ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜକିଶୋର ମିଶ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଆ ସାହିତ୍ୟ ବିଶେଷକରି ଅନୁବାଦ ସାହିତ୍ୟ…

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ପରପାରିରେ ବିଶିଷ୍ଟ ସାହିତି୍ୟକ ରାଜକିଶୋର ମିଶ୍ର

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ, ‘ଉତ୍କଳ ପ୍ରସଙ୍ଗ’ ଓ ’ଓଡ଼ିଶା ରିଭ୍ୟୁ’ର ପୂର୍ବତନ ସମ୍ପାଦକ, ପ୍ରଫେସର ରାଜକିଶୋର ମିଶ୍ରଙ୍କର ଶୁକ୍ରବାର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ…

ଆର୍ଥିକ ସହାୟତା ଆବଶ୍ୟକ ନାହିଁ, ପରିବାର ଚଳାଇବାରେ ଆମେ ସକ୍ଷମ: ଅରିନ୍ଦମଙ୍କ ଭଉଣୀ

ପାଟଣା,୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମର ଯୁବ ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ପରେ କକା ଧରଣୀଧର ଦାସ, ମା’ କୁନି ଦାସ, ସ୍ତ୍ରୀ ସମୀକ୍ଷା ବେହେରା ଓ ଅଢ଼େଇବର୍ଷର ପୁଅ ସାନଭିକ୍‌, ଭଉଣୀ ଝରଣା ଦାସ…

ଆନ୍ଧ୍ର ଲିଭାଇଥିବା ନାମଫଳକ ଲେଖିଲା ଜିଲା ପ୍ରଶାସନ

ପଟ୍ଟାଙ୍ଗୀ,୧।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଟି ସ୍ଥାନରେ ଓଡ଼ିଶା ସରକାରଙ୍କ ରହିଥିବା ଓଡ଼ିଆ ନାମଫଳକକୁ ଆନ୍ଧ୍ର ମଙ୍ଗଳବାର ଲିଭାଇ ଦେଇଥିଲା। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହାକୁ…

ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ଆସନ୍ତା ୧୧ ତାରିଖ ଯାଏ ଚାଲିବ। ଆସେସ୍‌ମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟବସ୍ଥା ଗ୍ରହଣ…

ରାଜକନିକା ପୁଅର କଳାକୃତି ଆଇଏମ୍‌ଏରେ ସ୍ଥାନ ପାଇଲା

ରାଜକନିକା,୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନହୁଣି ଗ୍ରାମର ତ୍ରିଲୋଚନ ବେହେରାଙ୍କ ବିରଳ କଳାକୃତି ଡେରାଡୁନସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ (ଆଇଏମ୍‌ଏ)ରେ ସ୍ଥାନ ପାଇଛି। ନହୁଣି ଗ୍ରାମ ବ୍ରାହ୍ମଣ ଶାସନର ତ୍ରିଲୋଚନ ଗରିବ କୁମ୍ଭାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ…

ଆଜି ରାଜ୍ୟରୁ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୪ ଶିଶୁ

ଭୁବନେଶ୍ୱର,୧।୧୦(ବ୍ୟୁରୋ):  ଶୁକ୍ରବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ  ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୯୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୮ ଜଣ ଚିହ୍ନଟ ହୋଇଥିବା…

ବିଦ୍ୟୁତ୍‌ ବିଲ୍‌ ନାହିଁ: ଆବାସ ତାଲିକାରୁ ନାମ ବାଦ୍‌

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୁରଣାବସନ୍ତ ପଞ୍ଚାୟତର ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇନାହାନ୍ତି। ଏଥିସହ ତାଲିକାରେ ସାମିଲ ହୋଇଥିବା କେତେଜଣ ହିତାଧିକାରୀଙ୍କ  ନାଁ କାଟି ଦିଆଯାଇଛି। ଏହି ପଞ୍ଚାୟତର ଦେଉଳିସାହି ଗାଁରେ ୨ ଯୋଗ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri