ଓଡ଼ିଶା, ଛତିଶଗଡ଼କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ଭୁବନେଶ୍ୱର,୫।୨(ବ୍ୟୁରୋ): ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଥଇଥାନ ସମ୍ପର୍କିତ ଏକ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ କରିଛନ୍ତି। ଏହି ଦୀର୍ଘ ଅସମାହିତ ପ୍ରସଙ୍ଗରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲାପାଳଙ୍କୁ ମଧ୍ୟ ନୋଟିସ ହୋଇଛି। ବରିଷ୍ଠ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ପ୍ରାୟ ୫ ବର୍ଷ ପୁରୁଣା ଏକ ପିଟିଶନର ଶୁଣାଣି କରି କମିଶନ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଏକ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି କହିଛନ୍ତି, ହୀରାକୁଦ ଡ୍ୟାମ୍‌ ନିର୍ମାଣ ବେଳେ ହଜାର ହଜାର ପରିବାର ବିସ୍ଥାପିତ ହୋଇଥିଲେ। ଏହାର ୬୦ ବର୍ଷ ପରେ ମଧ୍ୟ ସେମାନଙ୍କୁ ପୁନଃ ଥଇଥାନ କରାଯାଇ ନାହିଁ କିମ୍ବା ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ଦିଆଯାଇ ନାହିଁ। ଏଥିଯୋଗୁ ବିସ୍ଥାପିତ ପରିବାରଗୁଡ଼ିକ ଏବେ ବି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏହି ପରିପ୍ରେକ୍ଷୀରେ ବାସଗୃହ ନିର୍ମାଣ ପାଇଁ ଜମି ପାଇବାକୁ ଆବେଦନ କରିଥିବା ଲୋକଙ୍କୁ ପ୍ରମାଣିକ ଦସ୍ତାବିଜ ନ ଥିବା ଦର୍ଶାଇ ଓଡ଼ିଶା ସରକାର ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହାକୁ ନେଇ ମଧ୍ୟ ଏନ୍‌ଏଚ୍‌ଆର୍‌ସି ପ୍ରଶ୍ନ ଉଠାଇଛନ୍ତି। ବିସ୍ଥାପିତ ହେବାର ୬୬ ବର୍ଷ ପରେ ପ୍ରମାଣ ଦେଖାଇବା ଅସମ୍ଭବ। ସରକାରଙ୍କ ପାଖରେ ବିସ୍ଥାପନର ରେକର୍ଡ ନାହିଁ। ଏହି ପ୍ରସଙ୍ଗରେ କୌଣସି ସର୍ଭେ ମଧ୍ୟ କରାଯାଇ ନାହିଁ। ତେଣୁ ଓଡ଼ିଶା ସରକାର ୧୩,୭୪୦ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରି ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ ଛତିଶଗଡ଼ସ୍ଥିତ ସରଗୁଜା ଓ ରାୟଗଡ଼ ଜିଲାର ପ୍ରଭାବିତ ୨୦ଟି ଗ୍ରାମର ଲୋକଙ୍କୁ ଥଇଥାନ ନିମନ୍ତେ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତାହା ଉପରେ ମଧ୍ୟ ୬ ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ୧୯୫୨-୫୩ରେ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ବେଳେ ୨୬,୫୬୧ ପରିବାର ବିସ୍ଥାପିତ ହୋଇଥିବା ଦର୍ଶାଇ ସେମାନଙ୍କ ଥଇଥାନ ଲାଗି ଏନ୍‌ଏଚ୍‌ଆର୍‌ସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri