ଝାଡ଼ଖଣ୍ଡରେ ଜମତରା ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ୍‌

ଭୁବନେଶ୍ୱର,୫।୨(ବ୍ୟୁରୋ): ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଜମତରା ଗ୍ୟାଙ୍ଗର ୩ଜଣ ସାଇବର ଲୁଟେରାଙ୍କ ୪ ଦିନିଆ ରିମାଣ୍ଡ ଅବଧି ସରିଛି। ଶୁକ୍ରବାର ସେମାନଙ୍କୁ ପୁଣି ଜେଲ୍‌ ପଠାଇ ଦିଆଯାଇଛି। ତେବେ ଏମାନଙ୍କୁ ଜେରାବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଝାରଖଣ୍ଡରେ ରହିଛନ୍ତି। ସେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସମେତ ପୂରା ର଼୍ୟାକେଟକୁ ପରିଚାଳନା କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏଡିଜି କହିଛନ୍ତି, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ମୁମ୍ବାଇରୁ ଜଣେ ବ୍ୟକ୍ତିଙ୍କଠାରୁ ବ୍ୟାଙ୍କ ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରି ସଦସ୍ୟଙ୍କ ଦ୍ୱାରା ଠକେଇ କରୁଥିଲେ। ସେମାନେ ଯେଉଁ ମୋବାଇଲର ସିମ୍‌କାର୍ଡ ବ୍ୟବହାର କରୁଥିଲେ, ତାହାର ଆଇଏମ୍‌ଇଆଇ ସମ୍ପର୍କରେ ସମସ୍ତ ରାଜ୍ୟକୁ ସୂଚନା ଦିଆଯାଇଥିଲା। ୭ଟି ରାଜ୍ୟରେ ଏମାନଙ୍କ ବିରୋଧରେ ୫୫ଟି ମାମଲା ରହିଥିବା ଜଣାପଡିଛି। ଏମାନଙ୍କ ବିରୋଧରେ ସର୍ବାଧିକ ୪୫ଟି ଠକେଇ ମାମଲା ତେଲଙ୍ଗାନାରେ ରହିଛି। ଏହି ଗ୍ୟାଙ୍ଗ ଉତ୍ତରପ୍ରଦେଶରେ ଦୁଇଟି ମାମଲାରେ ସମ୍ପୃକ୍ତ ଥିବାବେଳେ ଗୋରଖପୁରର ଖଜାନିରୁ ୩ଲକ୍ଷ ୮୬ହଜାର ଟଙ୍କାର ସାଇବର ଠକେଇ ଅଭିଯୋଗ ରହିଛି। ଏଥିସହ କର୍ନାଟକ, ଦାଦ୍ରାନଗର ହାବେଳି, ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏ ମାମଲା ଏବଂ ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର ଦୁଇଟି ଲେଖାଏ ମାମଲାରେ ଏହି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହିଛି। ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ତଦନ୍ତ ଚାଲିଛି। ଏଥିସହ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିଛି। ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଖୁବ୍‌ଶୀଘ୍ର ମୁମ୍ବାଇ ଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଏଡିଜି ପଣ୍ଡା ଲୋକଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି, ଅଜଣା ନମ୍ବରରୁ ଆସୁଥିବା କଲ୍‌ ଓ ମେସେଜ ପ୍ରତି ସତର୍କ ରୁହନ୍ତୁ। କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍‌ କରି ତଥ୍ୟ ମାଗିଲେ ସତର୍କ ରହିବା ସହ ବ୍ୟାଙ୍କ ଓଟିପିକୁ କାହାକୁ ନ ଦେବାକୁ ସେ କହିଛନ୍ତି। ଏଥିସହ ମୋବାଇଲକୁ ଆସୁଥିବା ଅଜଣା କଲ୍‌ ନମ୍ବର ବାବଦରେ ଜାତୀୟ ସାଇବର ଅପରାଧ ପୋର୍ଟାଲରେ ଅଭିଯୋଗ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?