ରାଜ୍ୟ

୧୫୪ ବର୍ଷରେ ବ୍ରହ୍ମପୁର ପୌରସଂସ୍ଥା

୧୮୬୭ ମସିହାର କଥା। ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ଗଞ୍ଜାମ ଜିଲା। ସେହିବର୍ଷ ପ୍ରତିଷ୍ଠିତ ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ୧୫୪ ବର୍ଷର ଏହି ସ୍ବାୟତ୍ତ ଶାସନ ସଂସ୍ଥା ୧୨ ବର୍ଷ ତଳେ ମହାନଗର ନିଗମରେ ପରିଣତ ହୋଇଛି। ଅତୀତରେ…

ପରିମଳ ପାଇଁ ହନ୍ତସନ୍ତ

୧୯୫୧ ମସିହାରେ ସ୍ଥାପିତ ହୋଇଥିଲା କେନ୍ଦୁଝରଗଡ଼ ପୌରପାଳିକା। ଏହାର ଓ୍ବାର୍ଡ ସଂଖ୍ୟା ୧୭ରୁ ୨୧କୁ ବୃଦ୍ଧି ପାଇଛି। ଏବେ ରାସ୍ତା, ଡ୍ରେନେଜ ସମସ୍ୟା ସାଙ୍ଗକୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଫଳରେ ନଗରବାସୀଙ୍କ ଅସନ୍ତୋଷ ବଢୁଛି ।…

ଇତିହାସର ସ୍ବାକ୍ଷର ବହନ କରୁଛି ସୂର୍ଯ୍ୟଘଡ଼ି

୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ ଶାସନ ପ୍ରାସ୍ତବ ଆଗତ କରିଥିଲେ। ତେବେ ଏହା ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। ଆଖପାଖ ୬.୪୭ ବର୍ଗ କିଲୋମିଟର ମଧ୍ୟରେ ଥିବା ୧୪ଟି ପଡା…

ସ୍ମାର୍ଟସିଟିର ବାସ୍ତବ ଚିତ୍ରରୁ ବହୁ ଦୂରରେ ରାଜଧାନୀ:ଭାଜପା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ମୋଦି ସରକାର ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ଅନ୍ତର୍ଭୁକ୍ତ କରିବା ସହ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ କରିଛନ୍ତି ା ରାଜଧାନୀ ଭୁବନେଶ୍ୱର ଦେଶର ୧ ନମ୍ବର ସ୍ମାର୍ଟ ସିଟି ହେବ ବୋଲି ପ୍ରଚାର ସର୍ବସ୍ବ ରାଜ୍ୟ ସରକାର ଘୋଷଣା…

ଦେଶର ସମ୍ପତ୍ତି ଶାଗମାଛ ଦରରେ ବିକୁଛି କେନ୍ଦ୍ର: କଂଗ୍ରେସ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ଚଳିତ ମାସ ୨୩ ତାରିଖରେ ଘୋଷଣା କରିଥିଲେ। ଏଥିରେ ରାଜପଥ, ବନ୍ଦର, ବିମାନ ବନ୍ଦର, ରେଳପଥ, ଖଣି, ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା, ଷ୍ଟାଡିୟମ, ପାନ୍ଥନିବାସ ଭଳି ଅନେକ ସରକାରୀ…

ଜାଲିଆତି କରି ଘରୋଇ ହସ୍ପିଟାଲ କର୍ମଚାରୀ ଗିରଫ

ଭୁବନେଶ୍ୱର,୩୧।୮: ଜାଲ କାଗଜପତ୍ର କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)ରୁ ଅର୍ଥ ଆତ୍ମସାତ୍‌ ଉଦ୍ୟମ କରିଥିବା ଅଭିଯୋଗରେ କମିଶନରେଟ୍‌ ପୋଲିସ ସୋମବାର ଏକ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବୁଦ୍ଧିବାର ଅଞ୍ଚଳର…

ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଆସୁଥିଲା ଗଞ୍ଜେଇ

ଭୁବନେଶ୍ୱର/ସମ୍ବଲପୁର, ୩୦।୮(ବ୍ୟୁରୋ): ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି) ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମହେଶତାଲା ଥାନା ଦୌଲତପୁରର ରାମ ସାଗର ସିଂ (୬୦) ଓ ସନ୍ତୋଷ ରାୟ (୨୮)।…

ଗାଁ ମୁହାଁ ହେଉଛି ସମୁଦ୍ର

ବାଲିଆପାଳ,୩୧।୮(ସ୍ବ.ପ୍ର): ପ୍ରାକୃତିକ ପରିବର୍ତ୍ତନ ମଣିଷର ଦମ୍ଭକୁ ଭାଙ୍ଗି ଦେଉଛି। କେତେବେଳେ ବାତ୍ୟା ତା’ର ମହା କରାଳ ରୂପ ଦେଖାଇ ଘର ଦ୍ୱାର ଭାଙ୍ଗି ଜନ ଶୂନ୍ୟ କରିଦେଉଛି ତ କେତେବେଳେ ସମୁଦ୍ରରୁ ଲୁଣା ଜଳ ମାଡ଼ି ଆସି ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ…

ରାଜଧାନୀ ରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ):  ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା। ରାଜଧାନୀ ରାସ୍ତାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଅପରାଧୀ। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥନଗରରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ପରିବାର ଲୋକଙ୍କ ଆଖି ଆଗରେ ଜଣେ ଯୁବକଙ୍କୁ…

ନିରଞ୍ଜନଙ୍କୁ ବଡ଼ ଭାଇ କହି କଥା ବଦଳାଇଲେ ତାରା

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦ୍‌ଗାର କରୁଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ପରିବର୍ତ୍ତନ କରିଛନ୍ତି। ନିରଞ୍ଜନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିବା ସହ ପୁରୁଣା ସମସ୍ୟା ଦୂର ହୋଇଥିବା ତାରା…

ଅନନ୍ତ, କୁମ୍‌କୁମ୍‌ ପାଇଲେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୩୧।୮ (ବ୍ୟୁରୋ): ଦୁଇବର୍ଷ ପାଇଁ ୩୪ଜଣ ଯଶସ୍ବୀ ଶିଳ୍ପୀଙ୍କୁ ସମ୍ମାନିତ କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ। ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ…

ସ୍ନାତକ ଛାତ୍ରୀଛାତ୍ରଙ୍କୁ ମାର୍କଶିଟ୍‌ ଦିଆଯାଉ

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରୋଭିଜନାଲ ମାର୍କଶିଟ୍‌ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri