‘ଖାଦ୍ୟାଭାବରୁ ଛାତ୍ରୀଛାତ୍ରଙ୍କୁ ବରଫ ଖାଇବାକୁ ପଡୁଛି’

ସିମୁଳିଆ,୮ା୩(ଡି.ଏନ.ଏ.) ୟୁକ୍ରେନର ମିକୋଲାଇଭରୁ ମୁଲଡାବା ଓ ସେଠାରୁ ରୋମାନିଆ ଆଦି ୩ଟି ଦେଶ ପାରିହୋଇ ଡାକ୍ତରୀ ଛାତ୍ରୀ ଭାରତୀ ମହାନ୍ତି(୨୩) ଗାଁରେ ପହଞ୍ଚିଛନ୍ତି। ଭାରତୀଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ଅଞ୍ଚଳରେ। ଦୀର୍ଘ ୪ବର୍ଷ ପରେ ସେ ଗାଁକୁ ଫେରିଛନ୍ତି ା ପଞ୍ଚମ ବର୍ଷର ଛାତ୍ରୀ ଭାରତୀ ୟୁକ୍ରେନର ମିକୋଲାଇଭରେ ରହି ଡାକ୍ତରୀ ପାଠ ପଢୁଥିବା ବେଳେ ଯୁଦ୍ଧ ସମୟରେ ଭାରତ ଫେରିବାର ଅନୁଭୂତି ବଖାଣିଛନ୍ତି ା
ସେ ସେଠାକାର ପେଟ୍ରୋମହିଲା ବ୍ଲକସି ନ୍ୟାଶନାଲ ୟୁନିଭର୍ସିଟିରେ ପାଠ ପଢନ୍ତି ା ମୋଟ ୭ଶହ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫ଶହ ଛାତ୍ରୀଛାତ୍ର ହଷ୍ଟେଲରେ ରହନ୍ତି। ଗତ ୨୪ତାରିଖ ସକାଳ ୫ଟାରେ ଯୁଦ୍ଧ ଆରମ୍ଭ ସମ୍ପର୍କରେ ସୂଚନା ମିଳିବା ପରେ ବଙ୍କର ଭିତରକୁ ଅନ୍ୟମାନଙ୍କ ସହିତ ସେ ଚାଲିଯାଇଥିଲେ ା ଖାଦ୍ୟପେୟର ଘୋର ଅଭାବ ସହିତ ଭୟରେ ସମୟ କଟୁଥିଲା ା ଏପରିକି ୧୦ଟଙ୍କା ଦାମ୍‌ର ବିସ୍କୁଟ ପ୍ୟାକେଟ ୭୦ଟଙ୍କାରେ କିଣିବାକୁ ପଡୁଥିଲା ା ପରେ ଗତ ମାର୍ଚ୍ଚ ୧ ସକାଳ ୯ଟାରେ ୬ହଜାର ଟଙ୍କା ବସ୍‌ ଟିକେଟ କାଟି ମିକୋଲାଇଭରୁ ୪ଟି ବସ୍‌ ରିଜର୍ଭ କରି ୫ଶହ ଛାତ୍ରୀଛାତ୍ର ବାହାରିଥିଲେ ା ଜୀବନ ବଞ୍ଚାଇବା ପାଇଁ ଠେଲାପେଲାରେ ତାଙ୍କ ହାତରେ ଆଘାତ ଲାଗିଥିବା ସେ ଦେଖାଇଥିଲେ। ରାସ୍ତାରେ ବିଭିନ୍ନ ସୈନ୍ୟଙ୍କ ମୃତଦେହ ପଡିଥିବା ଦେଖାଯାଉଥିଲା। ଟ୍ରାଫିକ ଜାମ୍‌ ସହିତ ୩୮ଘଣ୍ଟା ପରେ ସେ ରୋମାନିଆରେ ପହଞ୍ଚିଥିଲେ ା ସେଠାରେ ଭାରତୀୟମାନଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ମିଳିଥିଲା ା ଏପରିିକି ରୋମାନମାନେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିଲେ ା ରୋମାନିଆରେ ୫ଦିନ ରହିବା ପରେ ଭାରତ ସରକାରଙ୍କ ସହଯୋଗରେ ଛାତ୍ରୀଛାତ୍ରମାନେ ୬ତାରିଖରେ ମୁମ୍ବାଇ ଓ ସେଠାରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଗତ ରାତିରେ ଭୁବନେଶ୍ୱର ପହଞ୍ଚିବା ପରେ ସ୍ବତନ୍ତ୍ର କାର୍‌ରେ ସୋମବାର ଅପରାହ୍ନରେ ଭାରତୀ ଗାଁରେ ପହଞ୍ଚିଥିଲେ। ତେବେ ତାଙ୍କ କଲେଜର ଆହୁରି ୨ଶହ ଛାତ୍ରୀଛାତ୍ର ଆସି ନ ପାରିବା ସହିତ ୟୁକ୍ରେନର ସୁମିରେ ଅନ୍ୟ ଏକ ୟୁନିଭର୍ସିଟିରେ ପଢୁଥିବା ୮ଶହ ଛାତ୍ରୀଛାତ୍ର ଖାଦ୍ୟ ଅଭାବରେ ଥଣ୍ଡାରେ ପଡୁଥିବା ବରଫକୁ ଖାଉଥିବା କହିଛନ୍ତି। ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ସରକାର ଉଦ୍ଧାର କରିବା ପାଇଁ ସେ ନିବେଦନ କରିଛନ୍ତି ା ଅପରପକ୍ଷେ ଛାତ୍ରୀଛାତ୍ରଙ୍କ କ୍ୟାରିୟର ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?